Rengali Dam Opens Third Gate: ବ୍ରାହ୍ମଣୀର ଜଳସ୍ତର ବଢ଼ିଲା, ଖୋଲିଲା ରେଙ୍ଗାଳି ଡ୍ୟାମର ଆଉ ଗୋଟିଏ ଗେଟ୍
ଫୁଲୁଛି ବ୍ରାହ୍ମଣୀ... ଉଚ୍ଛୁଳୁଛି ରେଙ୍ଗାଳି ଡ୍ୟାମ୍। ଖୋଲିଲା ଡ୍ୟାମର ଆଉ ଗୋଟିଏ ଗେଟ୍। ଏବେ ୩ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀର ଜଳସ୍ତର। ପୂର୍ବରୁ ରେଙ୍ଗାଳି ଡ୍ୟାମର ୮ ଓ ୧୦ ନମ୍ୱର୍ ଗେଟ ଦେଇ ଜଳ ନିଷ୍କାସନ ହେଉଥିଲା। ହେଲେ ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଇବାରୁ ଆଜି ୯ ନମ୍ୱର୍ ଗେଟ୍ ଖୋଲାଯାଇଛି।
ତେବେ ଡ୍ୟାମ ଭିତରକୁ 4619 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ ତିନୋଟି ଗେଟ ଓ ପାୱାର ଚ୍ୟାନେଲ ଦେଇ 5200 ଘନ ମିଟର ଜଳ ନିଷ୍କାସନ ହେଉଛି। ଡ୍ୟାମର ଜଳ ଧାରଣା କ୍ଷମତା ତଥା ବିପଦ ସଙ୍କେତ 123.5 ମିଟର ଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର 122.72 ମିଟର ରହିଛି। ସେପଟେ ଡ୍ୟାମର ଅଧିକ ଗେଟ ଖୋଲିବାରୁ ତଳ ମୁଣ୍ଡରେ ଜଳସ୍ଥର ବଢ଼ିବାର ଆଶଙ୍କା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।