Rengali South Canal: ରେଙ୍ଗାଳି ଦକ୍ଷିଣ କେନାଲ ପ୍ରଦୂଷଣ ମାମଲା; ୩ ମାସ ମଧ୍ୟରେ ପଦକ୍ଷେପ ନିଅ: ଏନ୍ଜିଟି
ତାଳଚେର: ଆବର୍ଜନା ଓ ପ୍ଲାଷ୍ଟିକ୍ ପାଇଁ ତାଳଚେର ଦେଇ ପ୍ରବାହିତ ରେଙ୍ଗାଳି ଦକ୍ଷିଣ କେନାଲ ପ୍ରଦୂଷିତ ହେଉଥିବା ମାମଲାରେ ଜାତୀୟ ସବୁଜ ପ୍ରାଧିକରଣର କୋଲକାତାସ୍ଥିତ ପୂର୍ବାଞ୍ଚଳ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଓ ତାଳଚେର ପୌରପାଳିକାକୁ ୩ ମାସ ମଧ୍ୟରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।
Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ
ସୂଚନା ଅଧିକାର କର୍ମୀ ଦେବପ୍ରସାଦ ସାହୁଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରି ଗତ ସେପ୍ଟେମ୍ବର ୨୮ ତାରିଖରେ ଟ୍ରିବ୍ୟୁନାଲ ଏହି ଆଦେଶ ଦେଇଛନ୍ତି। ଆବେଦନରେ କେନାଲ୍ ମଧ୍ୟକୁ ଘରୋଇ ଆବର୍ଜନା, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପକାଯିବା ଯୋଗୁଁ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ କରାଯାଇଥିଲା। ଆବେଦନକାରୀ କେନାଲର ସମ୍ପୂର୍ଣ୍ଣ ସଫେଇ, ଜଳର ଗୁଣବତ୍ତା ପରୀକ୍ଷା, ଆବର୍ଜନା ନିଷ୍କାସନ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଲାଗୁ ପାଇଁ ଦାବି କରିଥିଲେ। ଶୁଣାଣି ସମୟରେ ଜଳସମ୍ପଦ ବିଭାଗ କେନାଲ ମଧ୍ୟକୁ ଆବର୍ଜନା ପକାଯିବା ଫଳରେ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଥିବା କହିଥିଲେ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ କେନାଲ ଓ ଏହାର ପାର୍ଶ୍ୱରେ ବିପୁଳ ପରିମାଣର କଠିନ ବର୍ଜ୍ୟବସ୍ତୁ ଏବଂ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପଡ଼ିଥିବା ସ୍ୱୀକାର କରିଥିଲା। ତାଳଚେର ପୌରପାଳିକା ନିଜ ପକ୍ଷରୁ ଆବର୍ଜନା ସଂଗ୍ରହ, ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମ ଚାଲିଥିବା ଦର୍ଶାଇଥିଲା। କେନାଲର ରକ୍ଷଣାବେକ୍ଷଣ ଜଳସମ୍ପଦ ବିଭାଗ ଅଧୀନରେ ଥିବା ମଧ୍ୟ ଯୁକ୍ତି ଦେଇଥିଲା। ପୌରପାଳିକାର ଜବାବ ଯାଞ୍ଚ କରି ଟ୍ରିବ୍ୟୁନାଲ କହିଛନ୍ତି, କେନାଲ ମଧ୍ୟରେ ଓ ଏହା ପାର୍ଶ୍ୱରେ ଜମା ହୋଇଥିବା ଆବର୍ଜନା ହଟାଇବା ପାଇଁ ପୌରପାଳିକା କୌଣସି ସକାରାତ୍ମକ ପଦକ୍ଷେପ ନେଇନାହିଁ।
US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା
ଅନ୍ୟ ବିଭାଗ ଉପରେ ଦାୟିତ୍ୱ ଠେଲିବାକୁ ଚେଷ୍ଟା କରିଛି। ଟ୍ରିବ୍ୟୁନାଲ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କେନାଲର ରକ୍ଷଣାବେକ୍ଷଣ ଅନ୍ୟ ବିଭାଗ ଅଧୀନରେ ଥିଲେ ମଧ୍ୟ ପୌରାଞ୍ଚଳ ମଧ୍ୟରେ ଆବର୍ଜନା ସଂଗ୍ରହ, ପ୍ରକ୍ରିୟାକରଣ, ନିଷ୍କାସନ, ସ୍ୱଚ୍ଛତା, ଡ୍ରେନେଜ୍ ଓ ସ୍ୱେରେଜ୍ ପରିଚାଳନା ପୌରପାଳିକାର ଦାୟିତ୍ୱ। ଅର୍ଥ ଅଭାବ ଦର୍ଶାଇ ଏହି ଦାୟିତ୍ୱରୁ ମୁକ୍ତି ମିଳିପାରିବ ନାହିଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଅନ୍ୟପକ୍ଷରେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି, ଜଳ ଓ ବାୟୁ ପ୍ରଦୂଷଣ ନିରୋଧ ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ପରିବେଶ କ୍ଷତିପୂରଣ ଆଦାୟ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉ। ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲ୍ଲଂଘନ କରିଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବୋର୍ଡକୁ କୁହାଯାଇଛି। ପୌରପାଳିକାକୁ ୪ ମାସ ମଧ୍ୟରେ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ୩ ମାସ ମଧ୍ୟରେ ନିଜ ଅନୁପାଳନ ରିପୋର୍ଟ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିବାକୁ ଆଦେଶ ହୋଇଛି। ନିର୍ଦ୍ଧାରିତ ସମୟରେ ରିପୋର୍ଟ ଦାଖଲ ନହେଲେ ମାମଲାକୁ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରାଯାଇପାରିବ ବୋଲି ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।