Rescued Newborn Girl ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ ଜିଲ୍ଲାପାଳ
"ନବରଙ୍ଗପୁର(ସୁରେଶ ନାଇଡ଼ୁ): ଗତକାଲି (ଶନିବାର) ନବରଙ୍ଗପୁରର ହିର୍ଲି ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖ ବୁଦାନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିଲା।
ସମ୍ପ୍ରତି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ପରିସରରେ ଶିଶୁକନ୍ୟାଟିର ଚିକିତ୍ସା ଚାଲିଛି।
ଆଜି (ରବିବାର) ଜିଲ୍ଲାପାଳ ମଧୁମିତା ଏସ୍ଏନ୍ସିୟୂ ପରିଦର୍ଶନ କରି ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।
ଶିଶୁଟି ସୁସ୍ଥ ଥିବା ଜଣାଯାଇଛି।
Advertisment Review: ପ୍ରବଳ ବର୍ଷାରେ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ନବରଙ୍ଗପୁର ଜିଲ୍ଲାପାଳଜିଲ୍ଲାପାଳ ତାକୁ ଦିଆଯାଉଥିବା ଚିକିତ୍ସା, ଯତ୍ନ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ପଚାରି ବୁଝିଥିଲେ।
ଶିଶୁକନ୍ୟାକୁ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ଜିଲ୍ଲପାଳ ଏସ୍ଏନ୍ସିୟୁର ଭିତ୍ତିଭୂମି ଓ ଅନୁସାଙ୍ଗିକ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବା ପରେ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ।
ଏହା ସହିତ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ ଏବଂ ଅସହାୟ ଓ ସଙ୍କଟାପନ୍ନ ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା, ଯତ୍ନ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।
Chief Minister: ବନ୍ୟା ବିଭୀଷିକା ଦେଖିଲେ ମୁଖ୍ୟମନ୍ତ୍ରୀ: କୋଟପାଡ଼ ଓ ନବରଙ୍ଗପୁର ସ୍ଥିତି ଅନୁଧ୍ୟାନ, ବିପନ୍ନଙ୍କୁ ମିଳିଲା ସହାୟତା ପ୍ରତିଶ୍ରୁତିଏହି ଗସ୍ତବେଳେ ୱାନ ଷ୍ଟପ ସେଣ୍ଟରର ଆଇନପରାମର୍ଶଦାତ୍ରୀ କିଶୋରୀ ପଟ୍ଟନାୟକ, ଡିସିପିଓ ସୁରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।