Rescued Orangutan’s Survival Is Top Priority: ଉଦ୍ଧାର ଓରାଙ୍ଗଉଟାନଙ୍କୁ ବଞ୍ଚାଇ ରଖିବା ପ୍ରାଥମିକତା: PCCF

Sep 11, 2026 - 14:27
Rescued Orangutan’s Survival Is Top Priority: ଉଦ୍ଧାର ଓରାଙ୍ଗଉଟାନଙ୍କୁ ବଞ୍ଚାଇ ରଖିବା ପ୍ରାଥମିକତା: PCCF

ସୁସ୍ଥ ଅଛନ୍ତି ଓରାଙ୍ଗଉଟାନ୍। ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କୁ ବଞ୍ଚାଇ ରଖିବା ଆମ ପ୍ରାଥମିକତା ବୋଲି କହିଛନ୍ତି ପିସିସିଏଫ। ନନ୍ଦନକାନନରେ ସେମାନେ ଏବେ ସୁସ୍ଥ ଅଛନ୍ତି, ଖେଳୁଛନ୍ତି। ଧୀରେ ଧୀରେ ପରିବେଶ ସହ ଖାପ ଖୁଆଇବେ। ତେବେ ଏହି ଓରାଙ୍ଗଉଟାନ କେଉଁଠୁ ଆସିଥିଲେ, କିଏ ଆଣିଥିଲା ସେ ନେଇ ବାଲେଶ୍ୱର ବନ ବିଭାଗ ଓ ଏସଟିଏଫ ମିଳିତ ଭାବେ ତଦନ୍ତ କରୁଛନ୍ତି। ତଦନ୍ତ ପରେ ସବୁ ସ୍ପଷ୍ଟ ହେବ।  
ମୂଳ ଦେଶକୁ ଏମାନଙ୍କୁ ପଠାଯିବ ନା ନନ୍ଦନକାନନରେ ରଖାଯିବ ତାହା ପରେ ନିଷ୍ପତ୍ତି ହେବ।  

ମା’କୁ ଖୋଜୁଛନ୍ତି ନିରୀହ ଓରାଙ୍ଗଉଟାନ୍ । ନନ୍ଦନକାନନର ବନ୍ଦ କୋଠରୀରେ କଣ୍ଢେଇ ଆଉ କ୍ଷୀର ବୋତଲ ଧରି ମା’ କୋଳ ଖୋଜୁଛନ୍ତି । ଓରାଙ୍ଗଓଟାନଙ୍କ ମୁଡ୍ ବଦଳାଇବାକୁ ଦିଆଯିବ ମ୍ୟୁଜିକ ଥେରାପି । ଷ୍ଟ୍ରେସରୁ ବାହାରିଲେ ସେମାନଙ୍କ ଡିଏନଏ ଟେଷ୍ଟ କରାଯିବ । ଜ୍ୱର କମିଥିଲେ ବି ପୂରାପୂରି ଆକ୍ଟିଭ୍ ହୋଇନାହାନ୍ତି ୫ ଓରାଙ୍ଗଉଟାନ୍। ସେମାନଙ୍କୁ କଦଳୀ ସହ ପ୍ରତି ଦୁଇ ଘଣ୍ଟାରେ ସିଝା ଆଳୁ ଓ ସେଓ ଦିଆଯାଉଛି ଖାଇବାକୁ।

ଏହାସହ ସ୍ବାସ୍ଥ୍ୟାବସ୍ଥା ଉପରେ ରଖାଯାଇଛି ତୀକ୍ଷ୍ନ ନଜର ରଖିଛନ୍ତି ନନ୍ଦନକାନନ କତ୍ତୃପକ୍ଷ। ସେମାନଙ୍କ ମନ ବୁଝି କିଭଳି ସାଧାରଣ ଜୀବନକୁ ଫେରାଇ ଅଣାଯିବ ସେଥିପାଇଁ ମହୀଶୁର ଜୁ' ଏବଂ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞଙ୍କ ସହ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ... 

୫ ଓରାଙ୍ଗଉଟାନ ଏବେ ସୁସ୍ଥ: PCCF
ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ
'ନନ୍ଦନକାନନରେ ସୁସ୍ଥ ଅଛନ୍ତି ସମସ୍ତ ଓରାଙ୍ଗଉଟାନ'
'ଧୀରେ ଧୀରେ ପରିବେଶ ସହ ଖାପ ଖୁଆଇବେ'
'ବାଲେଶ୍ୱର ବନ ବିଭାଗ ଓ STF ମିଳିତ ତଦନ୍ତ କରୁଛନ୍ତି' 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।