Research shows: ଗବେଷଣା ଗବାକ୍ଷ: ମନୁଷ୍ୟ ୨୦୦ ବର୍ଷ ବଞ୍ଚିପାରିବ!
"ମନୁଷ୍ୟ ଚିରକାଳ ବଞ୍ଚିବାକୁ ସମର୍ଥ ନୁହେଁ, କିନ୍ତୁ ଦିନେ ନା ଦିନେ ସେମାନେ ଏ ଧରାପୃଷ୍ଠରେ ପ୍ରାୟ ଦୁଇଶହ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରିବେ ବୋଲି ଗୋଟାଏ ନୂତନ ଗବେଷଣାରୁ ଜଣାପଡ଼ିଛି।
ଉକ୍ତ ଗବେଷଣା ନିର୍ଦ୍ଧାରଣ କରିଛି ଯେ ମନୁଷ୍ୟ ଶରୀରରୁ ଯଦି ବାର୍ଦ୍ଧ୍ୟକ୍ୟଗତ ସମସ୍ତ କାରଣ ହଟାଇ ଦିଆଯାଏ ତେବେ ମଧ୍ୟ ସ୍ବାଭାବିକ ଭାବେ ଘଟୁଥିବା ଜୀବକୋଷ ପରିବର୍ତ୍ତନ ଓ ବୃଦ୍ଧି ପରିଶେଷରେ ମନୁଷ୍ୟ ଶରୀରରେ ଥିବା ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର କାର୍ଯ୍ୟ କରିବାର କ୍ଷମତା ବନ୍ଦ କରିଦେବ।
ଗବେଷଣା ଆହୁରି ମଧ୍ୟ ଦର୍ଶାଇଛି ଯେ ସ୍ବାଭାବିକ ଭାବେ ମନୁଷ୍ୟ ୧୪୬ ବର୍ଷରୁ ୧୯୪ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବ।
ତା"ଛଡ଼ା, କେତେକ ଲୋକ ୫୫୦ରୁ ଅଧିକ ବର୍ଷ ବଞ୍ଚିପାରିବେ।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ମନୁଷ୍ୟକୁ ବୃଦ୍ଧ କରାଉଥିବା କାରଣ ସବୁ ବୁଝି ଦୀର୍ଘ ଜୀବନ ନିମନ୍ତେ ତାହାରି ଉପରେ ଧ୍ୟାନ ନିବେଶ କରିବା ଲାଗି ସେମାନଙ୍କ ଗବେଷଣା ସହାୟକ ହେବ ବୋଲି ମସ୍କୋସ୍ଥିତ ସ୍କୋଲକୋଭୋ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲଜିର ଗବେଷକମାନେ ଆଶାବାଦୀ। "ଏନ୍ପିଜେ ଏଜିଙ୍ଗ୍" ଜର୍ଣ୍ଣାଲ୍ରେ ପ୍ରକାଶିତ ଉକ୍ତ ଗବେଷଣା-ପ୍ରସୂତ ଆଲେଖ୍ୟରେ ଏକ ସାଧାରଣ ପରିସ୍ଥିତି ଉପରେ ଅନ୍ବେଷଣ କରାଯାଇଛି।
ତାହା ହେଉଛି ମନୁଷ୍ୟ ଜୀବକୋଷରେ ଥିବା ଡିଏନ୍ଏ ପରିବର୍ତ୍ତନ ଛଡ଼ା ଯଦି ଆମେ ବାର୍ଦ୍ଧକ୍ୟ କରାଉଥିବା ପ୍ରତିଟି କାରଣ ଓଲଟାଇ ତାହାକୁ ସୁସ୍ଥ କରିପାରିବା, େତବେ ମନୁଷ୍ୟ ପ୍ରକୃତରେ କେତେ ଦିନ ବଞ୍ଚି ପାରିବ?
ସୋମାଟିକ୍ ମ୍ୟୁଟେସନ୍ କୁହାଯାଉଥିବା ଏତାଦୃଶ ଗୁଣସୂତ୍ରଗତ ଓଲଟପାଲଟ ବଂଶଗତ ନୁହେଁ।
ଜୀବକୋଷ ସବୁ ବିଭାଜିତ ହେଲେ ଅଥବା ଭ୍ରୂଣାବସ୍ଥାରୁ ଆରମ୍ଭ କରି ମନୁଷ୍ୟର ଜୀବଦ୍ଦଶା ମଧ୍ୟରେ ନଷ୍ଟ ହୋଇଗଲେ ସୋମାଟିକ୍ ମ୍ୟୁଟେସନ୍ ସ୍ବାଭାବିକ ଭାବେ ଘଟିଥାଏ।
ପ୍ରତିଥର ଜୀବକୋଷ ବିଭାଜନ ଘଟିଲା ବେଳେ ବିକ୍ଷିପ୍ତ ଭାବେ ଛୋଟମୋଟ ତ୍ରୁଟି ଘଟିଥାଏ।
ଦୃଷ୍ଟାନ୍ତ ସ୍ବରୂପ- ଗୋଟିଏ ଫଟୋକପିରୁ ଆଉ ଗୋଟିଏ ଫଟୋକପି କରିବା ଓ ପୁଣି ସେଥିରୁ ଆଉ ଗୋଟିଏ ଫଟୋକପି କଲେ ତାହାର ମାନ ଯେଭଳି ହୁଏ ବିଭାଜିତ ଜୀବକୋଷ ଅବସ୍ଥା ଠିକ୍ ତାହା ହିଁ ହୁଏ।
ଏଭଳି ଅଧିକାଂଶ ତ୍ରୁଟିବିଚ୍ୟୁତି କ୍ଷତିକାରକ ନୁହେଁ, କିନ୍ତୁ କାଳକ୍ରମେ ସେ ତ୍ରୁଟିବିଚ୍ୟୁତି ସବୁ ଶରୀରରେ ଏକତ୍ର ହୋଇ ରହେ।
ଯେତେବେଳେ କୌଣସି ବ୍ୟକ୍ତି ଶରୀରରେ ଜୀବକୋଷ ପରିବର୍ତ୍ତନରେ ବିଶେଷ ତ୍ରୁଟି ଘଟେ ତାହା ଜୀବକୋଷ କାର୍ଯ୍ୟକଳାପ ଦୁର୍ବଳ କରିଦିଏ ଏବଂ କର୍କଟରୋଗର କାରଣ ବି ହୋଇପାରେ।
ଏତାଦୃଶ "ଡିଏନ୍ଏ" ପରିବର୍ତ୍ତନ ବିଲୋପ କରିବା କଷ୍ଟସାଧ୍ୟ ଏବଂ ତାହା ଆମ ଶରୀର ଉପରେ ଠିକ୍ କେଉଁଭଳି ପ୍ରଭାବ ପକାଉଛି ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବୁଝି ହୋଇନାହିଁ।
ପୁନଃସୃଷ୍ଟି ଓ ମରାମତି ଜରିଆରେ ଏ ପ୍ରକାର ପରିବର୍ତ୍ତନରୁ ସୁରକ୍ଷିତ ରହିବାକୁ ମନୁଷ୍ୟ ଶରୀରସ୍ଥ ଜୀବକୋଷଗୁଡ଼ିକ ବେଶ୍ ପାରଙ୍ଗମ।
ଦୃଷ୍ଟାନ୍ତସ୍ବରୂପ ଯକୃତ୍ ଓ ଫୁସ୍ଫୁସ୍ ଭଳି ଅଭ୍ୟନ୍ତରୀଣ ଅଙ୍ଗ ସବୁ ଅନିର୍ଦ୍ଦିଷ୍ଟ ଭାବେ ଜୀବକୋଷ ନବୀକରଣ କରିଚାଲିଥାନ୍ତି।
କିନ୍ତୁ, ହୃତ୍ପିଣ୍ଡ ଓ ମସ୍ତିଷ୍କରେ ଥିବା ଜୀବକୋଷ ସବୁ ଏଡ଼େ ସହଜରେ ନବୀକୃତ ହୋଇପାରନ୍ତି ନାହିଁ।
ଅର୍ଥାତ୍ ସୋମାଟିକ୍ ମ୍ୟୁଟେସନ୍ ସମୟରେ ସେମାନଙ୍କ ପ୍ରତି ଯଥେଷ୍ଟ ଅଧିକ ବିପଦ ଥାଏ।ତେଣୁ, ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ଏସବୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ଘଟୁଥିବା କ୍ଷତି ଶରୀରରେ ଗଚ୍ଛିତ ହୋଇଥାଏ।
ସେ ସବୁର ସମଷ୍ଟି ହିଁ ମନୁଷ୍ୟର ପରମାୟୁ କଥା ଅବଗତ କରାଇଦିଏ।
ପରିଶେଷରେ ଯେତେବେଳେ ଏ ଧରଣର କ୍ଷତି ଅତ୍ୟଧିକ ହୋଇଯିବ ମନୁଷ୍ୟ ହୃତ୍ପିଣ୍ଡ ଓ ମସ୍ତିଷ୍କ ଅକାମିକା ହୋଇଯିବ।
Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ମନୁଷ୍ୟ ଶରୀର କିପରି ବୁଢ଼ା ହୁଏ ସେ ସମ୍ବନ୍ଧରେ ବି ଏ ଗବେଷଣା ସାମାନ୍ୟ ଦୃଷ୍ଟି ନିକ୍ଷେପ କରିଛି।
କିନ୍ତୁ, ସେ ବିଷୟରେ ଆହୁରି ଅନେକ କଥା ଅଜଣା ରହିଛି।
ଗବେଷକଗଣ ସ୍ବୀକାର କରିଛନ୍ତି ଯେ ସେମାନଙ୍କ ଦ୍ବାରା ସମ୍ପାଦିତ ଗବେଷଣାକୁ ବୟସ ବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ କାରଣ ମଧ୍ୟରୁ ଗାଣିତିକ ଆକଳନ ବୋଲି କୁହାଯାଇପାରିବ।
କିନ୍ତୁ, ସେମାନେ ଆଶାବାଦୀ ଯେ ଏହା ମନୁଷ୍ୟକୁ ଦୀର୍ଘଜୀବୀ ହେବା ପାଇଁ କରାଯାଉଥିବା ଅନ୍ବେଷଣ ନିମନ୍ତେ ନିଶ୍ଚୟ ସହାୟକ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।