Resign: କଂଗ୍ରେସ ମୁଖ୍ୟ ପଦରୁ ଅମରିନ୍ଦର ସିଂହ ୱାରିଂଙ୍କ ଇସ୍ତଫା
"ନୂଆଦିଲ୍ଲୀ: ପଞ୍ଜାବରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ମୁଖ୍ୟ ପଦରୁ ଅମରିନ୍ଦର ସିଂହ ୱାରିଂ ଇସ୍ତଫା ଦେଇଛନ୍ତି।
ଗତ କିଛି ଦିନ ହେଲା ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବାରୁ ଦଳ କ୍ଷମତାକୁ ପୁଣି ଫେରିବା ବଡ଼ ଚାଲେଞ୍ଜ ହୋଇଛି।
ତେବେ ୱାରିଂଙ୍କ ଇସ୍ତଫା ପଛରେ କଂଗ୍ରେସ ପଞ୍ଜାବ ପ୍ରଭାରୀ ସଚିନ ପାଇଲଟଙ୍କ ରିପୋର୍ଟ ଅଛି।
କଂଗ୍ରେସ ହାଇକମାଣ୍ଡଙ୍କୁ ୱାରିଂଙ୍କ କାର୍ଯ୍ୟଶୈଳୀ ଓ ପଞ୍ଜାବରେ ବ୍ୟାପକ ଗୋଷ୍ଠୀବାଦ ସମ୍ପର୍କିତ ପାଇଲଟଙ୍କ ରିପୋର୍ଟ ପରେ ୱାରିଂ ଇସ୍ତଫା ଦେଇଛନ୍ତି।
ୱାରିଂ ବୁଧବାର ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଓ ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।ସୂତ୍ର ଅନୁସାରେ, ଭୂପେଶ ବଘେଲଙ୍କୁ ହଟାଇ ସେପ୍ଟେମ୍ବର ୫ ତାରିଖରେ ଦଳର ପଞ୍ଜାବ ପ୍ରଭାରୀ ନିଯୁକ୍ତ ହୋଇଥିବା ସଚିନ ପାଇଲଟ ଦିଲ୍ଲୀରେ ସମସ୍ତ ରାଜ୍ୟ ନେତାଙ୍କ ସହ ପୃଥକ ବୈଠକ କରିଥିଲେ ଓ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ସେ ପଞ୍ଜାବ ମଧ୍ୟ ଗସ୍ତ କରିଥିଲେ ଓ ପ୍ରତ୍ୟେକ ଗୋଷ୍ଠୀ ଏବଂ ଅନ୍ୟ ନେତାଙ୍କଠାରୁ ମତାମତ ନେଇଥିଲେ।
କଂଗ୍ରେସ ହାଇକମାଣ୍ଡ ରାଜ୍ୟ ୟୁନିଟରେ ବିବାଦ ଓ ଅସନ୍ତୋଷର ସମାଧାନ ପାଇଁ ପାଇଲଟଙ୍କୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ।
ପାଇଲଟଙ୍କ ରିପୋର୍ଟ ପରିବର୍ତ୍ତନ ପାଇଁ ସବୁଜ ସଙ୍କେତ ଦେଇଥିଲା ବୋଲି ସୂତ୍ରରୁ ଜଣାପଡିଛି।Advertisment ସିଙ୍ଗଲା ସବୁଠାରୁ ଆଗରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦ ପାଇଁ ପୂର୍ବତନ ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ସବୁଠାରୁ ଆଗରେ ଅଛନ୍ତି।
ଜଳନ୍ଧର କ୍ୟାଣ୍ଟନମେଣ୍ଟ ବିଧାୟକ ତଥା ପୂର୍ବତନ ହକି ଅଧିନାୟକ ପରଗତ ସିଂହ ଓ ଗୁରଦାସପୁର ସାଂସଦ ସୁଖବୀରଜିନ୍ଦର ସିଂହ ରନ୍ଧାୱା ଏହି ଦୌଡ଼ରେ ଆଗରେ ଅଛନ୍ତି।
ୱାରିଙ୍ଗଙ୍କ ଉତ୍ତରାଧିକାରୀ ବାଛିବାରେ ବିଭିନ୍ନ ସମ୍ପ୍ରଦାୟର ସମୀକରଣକୁ ସନ୍ତୁଳିତ କରିବା ଦଳର ରଣନୀତିର ଏକ ଅଂଶ ହୋଇପାରେ, ତେଣୁ ସିଙ୍ଗଲାଙ୍କୁ ପ୍ରମୁଖତା ଦିଆଯାଇଛି।
ସଙ୍ଗଲା ଅଗ୍ରୱାଲ-ବନିଆ ସମ୍ପ୍ରଦାୟର ହିନ୍ଦୁ, ମାଲୱା ଅଞ୍ଚଳର ସହରୀ ହିନ୍ଦୁ ଭୋଟରଙ୍କ ସେ ପ୍ରତିନିଧିତ୍ୱ କରନ୍ତି।
ପୂର୍ବତନ ହକି ଅଧିନାୟକ ପରଗତ ସିଂହ ଜଣେ ଜାଟ୍ ଶିଖ।
ରାନ୍ଧୱା ମଧ୍ୟ ଜଣେ ଜାଟ୍ ଶିଖ ଓ ଗୁରୁଦାସପୁର ଅଞ୍ଚଳର ହେଇଥିବାରୁ ଗୁରୁତ୍ବପୂର୍ଣ୍ଣ ଅଟେ।
Manipur Blast: ମଣିପୁର ବିସ୍ଫୋରଣ ଘଟଣା: ଏନଆଇଏ ଦ୍ୱାରା ଅନ୍ୟଜଣେ ଅଭିଯୁକ୍ତ ଗିରଫ ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ଆଭ୍ୟନ୍ତରୀଣ ବିଦ୍ରୋହ ପରେ ଦଳିତ ସମ୍ପ୍ରଦାୟର ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।
ଦଳ ଖରାପ ପ୍ରଦର୍ଶନ କରିଥିଲା ଓ ୱାରିଂ ରାଜ୍ୟ ୟୁନିଟ୍ ମୁଖ୍ୟ ହୋଇଥିଲେ।
ତେବେ ଗତକିଛି ଦିନ ହେଲା ୱାରିଂଙ୍କୁ ଚନ୍ନୀ ଓ ରନ୍ଧାୱା ଉଭୟ ବିରୋଧ କରୁଛନ୍ତି, ଏପରିକି ସର୍ବସାଧାରଣରେ ମତଭେଦ ପଦାରେ ପଡ଼ିଛି।
ଜୁଲାଇ ୧ ତାରିଖରେ ହାଇକମାଣ୍ଡ ୱାରିଂଙ୍କ ପଦ ବଜାୟ ରଖିଥିଲେ।
ଏହି ବ୍ୟବସ୍ଥା ଚନ୍ନୀଙ୍କୁ କିମ୍ବା କଂଗ୍ରେସ ବିଧାୟକ ଦଳର ନେତା ପ୍ରତାପ ସିଂହ ବାଜୱାଙ୍କୁ ସନ୍ତୁଷ୍ଟ କରିପାରି ନଥିଲା।
ଫେବ୍ରୁଆରି ୨୦୨୫ ଠାରୁ ପଞ୍ଜାବ ଦାୟିତ୍ୱରେ ଥିବା ବଘେଲ ୱାରିଙ୍ଗଙ୍କୁ ବଜାୟ ରଖିବାକୁ ସମର୍ଥନ କରିଥିଲେ।
ସେପ୍ଟେମ୍ବର ୫ ରେ ହୋଇଥିବା ପୁନର୍ଗଠନରେ ବଘେଲଙ୍କୁ ଆସାମ ସ୍ଥାନାନ୍ତର କରାଯାଇଥିଲା ଓ ସଚିନ ପାଇଲଟଙ୍କ ହାତରେ ଦାୟିତ୍ବ ଦିଆଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।