Resignation: ଶିବସେନା କର୍ପୋରେଟରଙ୍କ ଦ୍ବାରା ମାଡ଼ ଖାଇଲେ ମହିଳା ଡାକ୍ତର, ଭୟରେ ଦେଲେ ଇସ୍ତଫା

Jul 09, 2026 - 22:15
Resignation: ଶିବସେନା କର୍ପୋରେଟରଙ୍କ ଦ୍ବାରା ମାଡ଼ ଖାଇଲେ ମହିଳା ଡାକ୍ତର, ଭୟରେ ଦେଲେ ଇସ୍ତଫା

"ମୁମ୍ବାଇ: ଶିବସେନା କର୍ପୋରେଟର ରାକେଶ ମହାତ୍ରେଙ୍କ ଦ୍ବାରା ମାଡ଼ ଖାଇଥିବା ଜଣେ ମହିଳା ଡାକ୍ତର ଆଜି ଇସ୍ତଫା ଦେଇଛନ୍ତି।

ଭୟରେ ସେ ଚାକିରି ଛାଡ଼ି ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ କର୍ପୋରେଟରଙ୍କ ଦ୍ବାରା ମାଡ଼ ଖାଇଥିବା ମହିଳା ଡାକ୍ତରଙ୍କର ଜଣେ ସହକର୍ମୀ ଗତକାଲି ଭୟରେ ଚାକିରି ଛାଡ଼ିବା ସହ ସହର ଛାଡ଼ି ଦେବାପରେ ଆଜି ସେ ଚାକିରି ଛାଡ଼ି ଦେଇଛନ୍ତି।

ମହିଳା ଡାକ୍ତର ଜଣଙ୍କ କହିଛନ୍ତି, ମୁଁ ଇସ୍ତଫା ଦେଲି କାରଣ ସେଠି ବହୁତ ଭୟ ଲାଗିଲା।

ଗୁଣ୍ଡାମାନେ ଆମକୁ ଦେଖୁଛନ୍ତି।

ସେମାନେ ଖୁବ୍‌ ବିପଦପୂର୍ଣ୍ଣ ଲୋକ।

ସେଥିପାଇଁ ମୁଁ ଇସ୍ତଫା ଦେଇ ସହର ଛାଡ଼ି ଦେଇଛି।

Advertisment ଉଲ୍ଲେଖଯୋଗ୍ୟ ଯେ କଲ୍ୟାଣ -ଡୋମ୍ବିଭଲି ପୌର ନିଗମ ଦ୍ବାରା ପରିଚାଳିତ ଡୋମ୍ବିଭଲିର ଶାସ୍ତ୍ରୀ ନଗର ହସ୍ପିଟାଲ କର୍ମଚାରୀମାନଙ୍କ ଉପରେ ମହାତ୍ରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣର ଭିଡିଓ ଭାଇରାଲ୍‌ ହେବାପରେ ସ୍ଥାନୀୟ ‌ଲୋକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

ମହା‌ତ୍ରେ ଉକ୍ତ ଘଟଣା ପାଇଁ ବୁଧବାର ଗିରଫ ହୋଇଛନ୍ତି।

ତେବେ ଗିରଫ ହେବାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିଯିବାରୁ ତାଙ୍କୁ ଥାନେ ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

DCP Resign: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।