POCSO judgment ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମକାରାଦଣ୍ଡ
"ନବରଙ୍ଗପୁର (ସୁରେଶ ନାଇଡ଼ୁ): ୨୦୨୫ମସିହା ମଇ ୧୭ତାରିଖ ଖାତିଗୁଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ ହୋଇଥିଲା।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
Advertisment POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଆସାମୀକୁ ୧୭ ବର୍ଷ ସଶ୍ରମ କାରାଦଣ୍ଡ ଜଣେ ନାବାଳିକାଙ୍କୁ ବାଲିଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଅପହରଣ କରି ନେଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ହାତୀମୁଣ୍ଡା ଗାଁର ଅଭିଯୁକ୍ତ ଦୁର୍ଯ୍ୟୋଧନ ଗୌଡ ଏଭଳି କରିଥିବା ନେଇ ଖାତିଗୁଡା ପୁଲିସରେ ପରିବାରବର୍ଗ ଅଭିଯୋଗ କରିଥିଲେ ।
ପରେ ପୁଲିସ ଓ ପରିବାରବର୍ଗ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଓ ପିଡୀତା ନାବାଳିକାଙ୍କର ଡାକ୍ତରୀ ମାଇନା ପୁଲିସ କରାଇଥିଲେ।
କରିଥିଲେ।
ପରେ ଅଭିଯୁକ୍ତକୁ କୋର୍ଟ ଚାଳାଣ କରିଥିଲେ।
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା; ଦୋଷୀକୁ ୨୦ ବର୍ଷ ଜେଲ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପକ୍ସୋକୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ମାମଲାର ବିଚାର କରିଥିଲେ।
୧୮ଜଣ ସାକ୍ଷ୍ୟଙ୍କ ବୟାନ, ପୁଲିସର ତଦନ୍ତ ରିପୋର୍ଟ ଭିତ୍ତିରେ ଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ଆସାମୀ ଦୁର୍ଯ୍ୟୋଧନଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି।
ଏହା ସହ ୩୦ହଜାର ଟଙ୍କା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି।
ଏହା ସହ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଉକ୍ତ ନାବାଳିକାକୁ ଅନୁକୁମ୍ପାମୂଳକ ସହାୟତା ସାଢ଼େ ୧୦ଲକ୍ଷ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମୃତ୍ୟୁଞ୍ଜୟ ମହାରାଣା ମାମଲା ପରିଚାଳନା କରୁଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।