Respect for Women: ଆଶାର ଗବାକ୍ଷ: ନାରୀ ସମ୍ମାନର ପୁନଃସ୍ମରଣ
"ଗୌରଚନ୍ଦ୍ର ତ୍ରିପାଠୀ ନିକଟରେ, ପୁଣେରେ ଆୟୋଜିତ ଏକ ସଭାରେ ଯୁବତୀମାନଙ୍କୁ ସମ୍ବୋଧିତ କରି ରାହୁଳ ଗାନ୍ଧୀ କହିଲେ, “ତୁମ ଉପରେ ତୁମ ନିଜ ବ୍ୟତୀତ ଅନ୍ୟ କାହାର ମାଲିକାନା ନାହିଁ।” ଏହା ପଛରେ ଥିବା ଚିନ୍ତାଧାରା ଆମ ଚେତନାକୁ ଆନ୍ଦୋଳିତ କରିଛି।
ଯଦି ଜଣେ ନାରୀର ପରିଚୟ ତା"ର ପିତା, ସ୍ୱାମୀ, ଭାଇ କିମ୍ବା ପୁତ୍ର ସହିତ ଜଡ଼ିତ ସମ୍ପର୍କ ଦ୍ୱାରା ନିରୂପିତ ନ ହୋଇ ନିଜସ୍ୱ ବୋଲି ବିବେଚିତ ହୁଏ, ତେବେ କ"ଣ ହେବ?
ହୁଏତ ରାହୁଳଙ୍କ ଏହି ବକ୍ତବ୍ୟ ନିଜ ଅତୀତକୁ ଆଉ ଥରେ ଫେରି ଦେଖିବା ପାଇଁ ଏକ ଆହ୍ୱାନ।Advertisment Vedanta aluminium: ଷଷ୍ଠ ସିଏଲଆଇ ଏକ୍ସପୋରେ ବେଦାନ୍ତ ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ସଭ୍ୟତା "ଶକ୍ତି"ର ଆରାଧନା କରିଆସିଛି- ସେହି ନାରୀ ଶକ୍ତି ଯିଏ ସୃଷ୍ଟି, ସ୍ଥିତି ଓ ବିନାଶର କାରଣ।
ଭାରତୀୟ ଦର୍ଶନରେ "ପ୍ରକୃତି" ନିଜେ ମାତୃସ୍ୱରୂପା, ଯାହା ଦ୍ୱାରା ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି, ସଂରକ୍ଷିତ ଓ ରୂପାନ୍ତରିତ ହୁଏ।
ନାରୀ ଶକ୍ତିର ଅଧୀନ ନୁହେଁ, ସେ ନିଜେ ହିଁ ଶକ୍ତି।
ସରସ୍ୱତୀ ଜ୍ଞାନର, ଲକ୍ଷ୍ମୀ ସମୃଦ୍ଧିର ଏବଂ ଦୁର୍ଗା ସାହସର ପ୍ରତୀକ।
ମହାଭାରତରେ କୁହାଯାଇଛି "ନାସ୍ତି ମାତୃସମା ଛାୟା, ନାସ୍ତି ମାତୃସମା ଗତିଃ", ଅର୍ଥାତ୍ ମାତାଙ୍କ ପରି ଛାୟା ନାହିଁ, ମାତାଙ୍କ ପରି ଗତି ନାହିଁ।
ପ୍ରଭୁ ଶ୍ରୀରାମ ମଧ୍ୟ ଜନନୀଙ୍କୁ ସ୍ୱର୍ଗଠାରୁ ଉଚ୍ଚ ସ୍ଥାନ ଦେଇଛନ୍ତି।
ମହେଞ୍ଜୋଦାରୋ ଓ ହରପ୍ପାର ମାଟି ଗର୍ଭରୁ ମିଳିଥିବା ନାରୀ ମୂର୍ତ୍ତି ଓ ପ୍ରଜନନ ପ୍ରତୀକଗୁଡ଼ିକ ପ୍ରାଚୀନ ଭାରତରେ ସମ୍ଭାବ୍ୟ ନାରୀ-ପ୍ରଧାନ ପରମ୍ପରାର ପ୍ରମାଣ ଦିଏ।
ଉପନିଷଦ ବର୍ଣ୍ଣିତ ଗାର୍ଗୀ, ମୈତ୍ରେୟୀ ଓ ଲୋପାମୁଦ୍ରାଙ୍କ ଚରିତ୍ର ନାରୀର ଜ୍ଞାନ, ବୌଦ୍ଧିକ ସ୍ୱାଧୀନତା ଓ ସାମାଜିକ ଉପସ୍ଥିତିର ଉଜ୍ଜ୍ୱଳ ପରମ୍ପରାର ସଙ୍କେତ ଦିଏ।
ସ୍ୱାମୀ ବିବେକାନନ୍ଦ ନାରୀ ଜାଗରଣକୁ ଜାତୀୟ ପ୍ରଗତିର ମୂଳଦୁଆ ମନେ କରୁଥିବାବେଳେ ଗାନ୍ଧୀଜୀ ନାରୀମାନଙ୍କ ମଧ୍ୟରେ ଅସୀମ ନୈତିକ ବଳ ଦେଖିଛନ୍ତି।କିନ୍ତୁ ମାତୃପ୍ରଧାନ ବ୍ୟବସ୍ଥାର ପରିକଳ୍ପନା ମନରେ ଏକ ପ୍ରଶ୍ନ ସୃଷ୍ଟି କରେ- ନାରୀକୁ ସମ୍ପୂର୍ଣ୍ଣ ଶକ୍ତିର ଆଧାର ଭାବେ ପରିଗଣିତ କରିବା କେତେ ଯୁକ୍ତିଯୁକ୍ତ?
ସାଧାରଣତଃ ମାତୃପ୍ରଧାନ ବ୍ୟବସ୍ଥାକୁ ପିତୃପ୍ରଧାନ ବ୍ୟବସ୍ଥାର ବିପରୀତ ବୋଲି ଧରି ନିଆଯାଏ, ଯେଉଁଠି ମହିଳାମାନେ ପୁରୁଷମାନଙ୍କ ଉପରେ ଶାସନ କରନ୍ତି।
କିନ୍ତୁ ମାନବ ବିଜ୍ଞାନ ଅନୁସାରେ, ଏହା ଏପରି ଏକ ନାରୀ-କୈନ୍ଦ୍ରିକ ସାମାଜିକ ବ୍ୟବସ୍ଥା, ଯେଉଁଠାରେ ମାତୃତ୍ୱର କର୍ତ୍ତୃତ୍ୱ, ମାତୃବଂଶାନୁକ୍ରମ ଓ ଉତ୍ତରାଧିକାରକୁ ପ୍ରାଧାନ୍ୟ ଦିଆଯାଏ।
ଭାରତରେ ଆଜି ମଧ୍ୟ ଖାସି, ଗାରୋ ଭଳି ସମ୍ପ୍ରଦାୟ ମଧ୍ୟରେ ଏହି ପ୍ରଥା ଜୀବିତ ଅଛି।ଦୁଃଖର ବିଷୟ, ସମୟକ୍ରମେ ନାରୀକୁ ପ୍ରକୃତିର ପ୍ରତିରୂପ ଭାବେ ଦେଖିଥିବା ସମାଜରେ ନାରୀର ହିଁ ସାମାଜିକ ସ୍ୱାଧୀନତା ସଙ୍କୁଚିତ ହୋଇଛି; ଅବଳା, ଦୁର୍ବଳା ଓ ନିର୍ଭରଶୀଳା ଭାବେ ଏକ ନୂତନ ପରିଚୟ ଗଢ଼ି ଉଠିଛି।
ନାରୀର ପରିଚୟ କାହାର ଝିଅ, ସ୍ତ୍ରୀ, ଭଉଣୀ କିମ୍ବା ମା" ଭାବେ ସଙ୍କୁଚିତ ହୋଇଛି।
ଏବେ ମଧ୍ୟ ଆମ ଦେଶରେ ଜନ୍ମ ପୂର୍ବରୁ ଭ୍ରୂଣ ହତ୍ୟା ଠାରୁ ଆରମ୍ଭ କରି ଶିକ୍ଷା, ପୋଷଣ, ମଜୁର, ସମ୍ପତ୍ତି ଓ ସୁରକ୍ଷା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ନାରୀ ଅସମାନତାର ସମ୍ମୁଖୀନ ହେଉଛନ୍ତି।
ସାମ୍ପ୍ରତିକ ସମୟରେ ସୋନିଆ ଗାନ୍ଧୀ ହୁଅନ୍ତୁ ଅବା କଙ୍ଗନା ରାଣାୱତ, ନାରୀଙ୍କ ପ୍ରତି ଅଶାଳୀନ ଆଚରଣ ଓ ଅପମାନଜନକ ଭାଷାର ପ୍ରୟୋଗ ଭାରତୀୟ ସଂସ୍କୃତିକୁ ନିନ୍ଦିତ କରିଛି।
ଏହି ପରିପ୍ରେକ୍ଷୀରେ ରାହୁଳ ଗାନ୍ଧୀଙ୍କ ବକ୍ତବ୍ୟ ଏହି ପାରମ୍ପରିକ ମଧ୍ୟଯୁଗୀୟ ମନୋଭାବକୁ ଚ୍ୟାଲେଞ୍ଜ କରିଛି।
ଏହାର ଅର୍ଥ ହେଉଛି, ଶିକ୍ଷା, ବୃତ୍ତି, ବିବାହ, ସମ୍ପତ୍ତି, ରାଜନୈତିକ ଭାଗୀଦାରି, ପୋଷାକ, ସମ୍ପର୍କ ଏବଂ ସର୍ବୋପରି ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ସ୍ୱାଧୀନତା ନାରୀର ନିଜ ହାତରେ ରହିବା ଆବଶ୍ୟକ।
କୌଣସି ପରିସ୍ଥିତିରେ ନାରୀର ସମ୍ମାନ ସହିତ ସାଲିସ ସହନୀୟ ନୁହେଁ।
BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍ର ବୁଝାମଣା ଏହି ପୃଷ୍ଠଭୂମି ହିଁ ଆଧୁନିକ ନାରୀବାଦର ମୌଳିକ ପ୍ରଶ୍ନକୁ ଜାଗରଣ କରେ: ଜଣେ ନାରୀର ନିଜସ୍ୱ ପରିଚୟ କ"ଣ?
ଜେନ-ଜିର ଶାଣିତ ସ୍ୱର ପୁରୁଷପ୍ରାଧାନ୍ୟ ସାମାଜିକ ପରମ୍ପରା, ଅସମାନତା ଓ ବଂଶଗତ ଶ୍ରେଣୀ ବିଭାଗର ମୂଲ୍ୟବୋଧକୁ ପ୍ରଶ୍ନ କରୁଛି।
କିନ୍ତୁ ଗୋଟିଏ ଭୁଲ୍ର ସମାଧାନ ଅନ୍ୟ ଏକ ଭୁଲ୍ରେ ହୁଏ ନାହିଁ।
ପିତୃପ୍ରଧାନ ସମାଜ ବଦଳରେ ମାତୃପ୍ରଧାନ ସମାଜ ବ୍ୟବସ୍ଥା କେବଳ ଶାସନର ରୂପରେଖ ବଦଳାଇବ, ସମସ୍ୟାର ସମାଧାନ କରିବ ନାହିଁ।
ପ୍ରଭୁତ୍ୱ ନୁହେଁ, ଆବଶ୍ୟକ ହେଉଛି ଭାରତୀୟ ଅର୍ଦ୍ଧନାରୀଶ୍ୱର ଦର୍ଶନରେ ନିହିତ ସହଭାଗିତା ଓ ପରସ୍ପରର ପରିପୂରକତା।
ଆବଶ୍ୟକ ହେଉଛି ଏଭଳି ଏକ ସମାଜ, ଯେଉଁଠାରେ ନାରୀକୁ ନିଜର ପରିଚୟ ସୃଷ୍ଟି କରିବା ପାଇଁ କାହାର ଅନୁମତି ଲୋଡ଼ା ନାହିଁ; ଯେଉଁଠାରେ ସମାନତା କାହାରି ଦୟା ନୁହେଁ, ବରଂ ଏକ ଅଧିକାର; ଏବଂ ଯେଉଁଠାରେ ନାରୀ ଶକ୍ତିକୁ କେବଳ ପ୍ରତୀକାତ୍ମକ ସମ୍ମାନ ବଦଳରେ ବାସ୍ତବରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷମତାରେ ସମାନ ଭାଗୀଦାରି ଦିଆଯିବ।ରାହୁଳ ଗାନ୍ଧୀଙ୍କ ପରିବର୍ତ୍ତନର ଶଙ୍ଖନାଦ ନାରୀ ଶକ୍ତିର ଧାରଣାକୁ ଆଜି ନୂଆ କରି ଆବିଷ୍କାର କରୁ ନାହିଁ।
ବାସ୍ତବରେ ନାରୀର ଶକ୍ତି ନୂଆ ନୁହେଁ, ନୂଆ ହେଉଛି ନାରୀର ଶକ୍ତିକୁ ତା" ଅଧିକାର ଭାବେ ସ୍ୱୀକାର କରିବା।
ଏହି ଚିନ୍ତନ ଆମ ମନରେ ପୁଣି ଥରେ ଆଶା ସୃଷ୍ଟି କରିଛି ଯେ, ଆମେ ପାରମ୍ପରିକ କ୍ଷମତା ଗଠନକୁ ବଦଳାଇ ପାରିବା, ବିବିଧତାକୁ ଆପଣେଇ ପାରିବା ଏବଂ ଏକ ନ୍ୟାୟପୂର୍ଣ୍ଣ ସମାଜ ପାଇଁ ନାରୀତ୍ୱର ସନ୍ତୁଳିତ ଶକ୍ତିକୁ ପୁନରୁଦ୍ଧାର କରିପାରିବା।
ଦେଶର ଭବିଷ୍ୟତ ପୁରୁଷଙ୍କ ସ୍ଥାନରେ ମହିଳାଙ୍କୁ ବସାଇବାରେ ନୁହେଁ; ବରଂ ଅର୍ଦ୍ଧନାରୀଶ୍ୱର ପରି ସମାନ-ସମାନ ଭାବେ ପରସ୍ପରର ଶକ୍ତି ହୋଇ ଆଗକୁ ବଢ଼ିବାରେ। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୯୩୭୦୪୨୫୨୭ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।