Retirement: ୧୦,୦୦୦ରୁ ଅଧିକ ରନ୍‌, ଟେଷ୍ଟ ଚାମ୍ପିଅନସିପ ବିଜେତା

Oct 09, 2026 - 08:51
Retirement: ୧୦,୦୦୦ରୁ ଅଧିକ ରନ୍‌, ଟେଷ୍ଟ ଚାମ୍ପିଅନସିପ ବିଜେତା

"ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଓପନର ଜିତ ରାଭାଲ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

୩୮ ବର୍ଷୀୟ ଓପନର ନ୍ୟୁଜିଲ୍ୟାଣ୍ଡ ପାଇଁ ୨୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

ରାଭାଲ ୨୦୧୬ରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଡେବ୍ୟୁ କରିଥିଲେ ଏବଂ ୨୦୨୦ରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା।

ରାଭାଲ ଗୁଜରାଟର ଅହମଦାବାଦରେ ଜନ୍ମଗ୍ରହଣ କରିଥିଲେ ଏବଂ ଭାରତରେ ତାଙ୍କର କ୍ରିକେଟ୍ କ୍ୟାରିଅର ଆରମ୍ଭ କରିଥିଲେ।Advertisment ଜିତ ରାଭାଲ ପାର୍ଥୀବ ପଟେଲଙ୍କ ସହିତ କ୍ରିକେଟ୍ ଖେଳିଥିଲେ।

ଉଭୟ ସ୍କୁଲ କ୍ରିକେଟରେ ଅହମଦାବାଦର ବିଦ୍ୟାନଗର ସ୍କୁଲ ପାଇଁ ଓପନିଂ କରିଥିଲେ।

ଜିତ ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ କ୍ରିକେଟରେ ଗୁଜରାଟ ଦଳର ଅଂଶ ଥିଲେ।

୧୬ ବର୍ଷ ବୟସରେ ସେ ତାଙ୍କ ପରିବାର ସହିତ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡକୁ ଚାଲିଯାଇଥିଲେ।

ସେଠାରେ ବୟସ ବର୍ଗ କ୍ରିକେଟ ଖେଳିବା ପରେ ସେ ୨୦୦୮ ମସିହାରେ ଅକଲ୍ୟାଣ୍ଡ ପାଇଁ ପ୍ରଥମ ଶ୍ରେଣୀ ଡେବ୍ୟୁ କରିବାର ସୁଯୋଗ ପାଇଲେ।

ଶାନ୍ତି-ସନ୍ତୋଷର ଭାବନା ଅନୁଭବ ନିଜର ଅବସର ବିବୃତ୍ତିରେ ଜିତ କହିଛନ୍ତି, ଏହି ନିଷ୍ପତ୍ତି ନେବା ଏକ ମହାନ ସମ୍ମାନ ଏବଂ ସୌଭାଗ୍ୟ।

ମୁଁ ଶାନ୍ତି ଏବଂ ସନ୍ତୋଷର ଭାବନା ଅନୁଭବ କରୁଛି।

ମୋର ପିଲାଦିନର ସ୍ୱପ୍ନ ଥିଲା ବ୍ଲାକ୍ କ୍ୟାପ୍ସ ପାଇଁ ଖେଳିବା ଏବଂ ମୁଁ ଗର୍ବର ସହିତ ପଛକୁ ଫେରି ଚାହିଁବି।

ଏହା କେବଳ ମୋର ସ୍ୱପ୍ନ ନୁହେଁ; ବରଂ ମୋ ବାପାଙ୍କର ମଧ୍ୟ ସ୍ୱପ୍ନ ଥିଲା।

Cricket: ଫୁଟବଲ ମ୍ୟାଚ୍‌ ପୂର୍ବରୁ କ୍ରିକେଟ୍‌ ଖେଳିଲା ଉରୁଗୁଏ ଦଳ ଜିତ ରାଭାଲଙ୍କ କ୍ୟାରିଅର ଜିତ ରାଭାଲ ପାକିସ୍ତାନ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ।

ତାଙ୍କର ୨୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ୟାରିଅରରେ ସେ ୩୦ ହାରରେ ୧୧୪୩ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଏବଂ ସାତଟି ଅର୍ଦ୍ଧଶତକ ଥିଲା।

ତାଙ୍କର ୧୬୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୨୪ ଶତକ ସହିତ ୧୦,୪୩୨ ରନ୍ ମଧ୍ୟ ଅଛି।

ନ୍ୟୁଜିଲ୍ୟାଣ୍ଡର ଘରୋଇ ପ୍ଲଙ୍କେଟ୍ ସିଲ୍ଡରେ ରାଭାଲଙ୍କ ୮,୬୬୨ ରନ୍ ଅଛି।

ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ, କେବଳ ମାଇକେଲ ପ୍ୟାପ୍ସ (୧୧,୪୬୩), ମାଥ୍ୟୁ ସିଙ୍କ୍ଲେୟାର (୮୮୪୨), ଏବଂ ପିଟର ଫୁଲଟନ୍ (୮୭୧୯) ରାଭାଲଙ୍କ ଠାରୁ ଅଧିକ ରନ୍ କରିଛନ୍ତି।

ତାଙ୍କର ଲିଷ୍ଟ ଏ କ୍ୟାରିୟରରେ ୨୭୧୪ ରନ୍ ଏବଂ ଟି୨୦ରେ ୧୪୮୪ ରନ୍ ଅଛି।

୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରି ଟେଷ୍ଟ ଚାମ୍ପିଅନସିପ୍ ଜିତିଥିଲା।

ରାଭାଲ ଫାଇନାଲରେ ଖେଳିବାର ସୁଯୋଗ ପାଇ ନଥିଲେ କିନ୍ତୁ ଦଳର ଅଂଶ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।