World Post Day: ବିଶ୍ବ ଡାକ ଦିବସ

Oct 09, 2026 - 08:30
World Post Day: ବିଶ୍ବ ଡାକ ଦିବସ

"ଆଜି ବିଶ୍ବ ଡାକ ଦିବସ।

ଦିନ ଥିଲା ଯେତେବେଳେ ସ୍ମାର୍ଟଫୋନ୍‌ କି ଇଣ୍ଟର୍‌ନେଟ୍‌ ନଥିଲା।

କୌଣସି ବାର୍ତ୍ତାକୁ ଚିଠି ମାଧ୍ୟମରେ ଡାକରେ ପଠାଇବାକୁ ପଡୁଥିଲା।

ଡାକବାଲାମାନେ ଡାକଘରୁ ଚିଠି ସବୁ ସଂଗ୍ରହ କରି ଠିକଣା ଜାଗାରେ ପହଞ୍ଚାଉଥିଲେ।

ସେ ସମୟକୁ ଆମେ ଫେରି ପାରିବାନି, କିନ୍ତୁ ଡାକ ସେବାର ଇତିହାସକୁ ମନେ ପକାଇ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଉତ୍‌ଥାପନ କରିବା ପାଇଁ ଡାକ ଦିବସ ପାଳନ କରିପାରିବା।

Advertisment Literary Climate: ସାହିତ୍ୟିକ ପାଣିପାଗ; ଆମ ସାହିତ୍ୟ: ଆଉ ବାଜୁନି ଶିଙ୍ଗା ଉଲ୍ଲେଖଯୋଗ୍ୟ, ୧୮୭୪ ମସିହାରେ ସ୍ବିଜର୍‌ଲାଣ୍ଡ୍‌ରେ ୟୁନିଭର୍ସାଲ୍‌ ପୋ‌ଷ୍ଟାଲ୍‌ ୟୁନିୟନ୍‌ ସ୍ଥାପିତ ହୋଇଥିଲା।

ଏହା ମାଧ୍ୟମରେ ଯୋଗାଯୋଗ କ୍ଷେତ୍ରରେ ବିଶ୍ବସ୍ତରୀୟ ବିପ୍ଳବ ଆରମ୍ଭ ହୋଇଥିଲା।

ଆନ୍ତର୍ଜାତିକ ଡାକସଂଘ ସଂସଦ ଦ୍ବାରା ୧୯୬୯ ମସିହାରେ ଜାପାନର ଟୋକିଓଠାରେ ଅନୁଷ୍ଠିତ ସମ୍ମିଳନୀରେ ୟୁନିୟନ୍‌ର ଜନ୍ମବାର୍ଷିକୀରେ ଡାକ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା।

ସେବେ ଠାରୁ ପ୍ରତି ବର୍ଷ ଅକ୍‌ଟୋବର ୯ ତାରିଖରେ ବିଶ୍ବ ଡାକ ଦିବସ ପାଳିତ ହୋଇ ଆସୁଛି।

ଏହି ଦିବସ ପାଳନ ପଛର ମୁଖ୍ୟ ତାତ୍ପର୍ଯ୍ୟ ହେଉଛି, ଡାକ ବିଭାଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ବିଶେଷ କରି ସାମାଜିକ ଓ ଅର୍ଥନୈତିକ ବିକାଶରେ ଡାକ ବିଭାଗର ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ଉଦ୍ଦିଷ୍ଟ।

ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି: "ଗୋଟିଏ ଡାକ ନେଟ୍‌ଵର୍କ, ଅସୀମିତ ସମ୍ଭାବନା"।

Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।