Revenue Minister Reviews Flood Damage ବନ୍ୟା ପ୍ରଭାବିତ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ସରଜମିନ ସମୀକ୍ଷା କଲେ ରାଜସ୍ବମନ୍ତ୍ରୀ
"ଭୁବନେଶ୍ୱର /ଝାରସୁଗୁଡ଼ା: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି (ଗୁରୁବାର) ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।
କ୍ଷୟକ୍ଷତିର ତ୍ୱରିତ ଆକଳନ କରି ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।Advertisment Odisha Flood Review: ବନ୍ୟା ପ୍ରଭାବିତ ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଲଖନପୁର ତହସିଲର ଶୁଖାସୋଡ଼ା ଓ ସେମିଲିଆ ଗ୍ରାମ ପରିଦର୍ଶନ କରି ମାନ୍ୟବର ମନ୍ତ୍ରୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ।
ବିଶେଷକରି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସମସ୍ୟା ଶୁଣିବା ସହ ବନ୍ୟା ଯୋଗୁଁ ସେମାନଙ୍କର ମାଛଧରା ଜାଲ ଓ ଡଙ୍ଗାର କ୍ଷୟକ୍ଷତି ସମ୍ପର୍କରେ ସେ ଅବଗତ ହୋଇଥିଲେ।
ସମ୍ପୃକ୍ତ କୃଷି ଅଧିକାରୀଙ୍କୁ ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୁହାଯାଇଥିଲା।
ତହସିଲଦାରଙ୍କୁ ଗୃହ କ୍ଷୟକ୍ଷତିର ଆକଳନ ଓ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ୍ ଅଧୀନସ୍ଥ ଚିକିଲି ଗ୍ରାମ ପରିଦର୍ଶନ କରିଥିଲେ।
ସେହିପରି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଲଖନପୁର ଅଞ୍ଚଳ ଅନ୍ତର୍ଗତ ମହୁଦି, ରେମଟା ଓ ଚିକିଲି ଗ୍ରାମ ମଧ୍ଯ ପରିଦର୍ଶନ କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ।
କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ତୁରନ୍ତ ପ୍ରଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
Baitarani Flood Review ବୈତରଣୀ କୂଳ ଲଂଘୁଛି, ମନ୍ତ୍ରୀ କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି ପରେ ଝାରସୁଗୁଡ଼ା ସର୍କିଟ୍ ହାଉସ୍ଠାରେ ମାନ୍ୟବର ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।
ବୈଠକରେ ବନ୍ୟାଜନିତ ଫସଲ କ୍ଷୟକ୍ଷତି, ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗାର କ୍ଷତି, ଗୃହ କ୍ଷୟକ୍ଷତି ଏବଂ ରାସ୍ତାଘାଟର କ୍ଷତି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ଗସ୍ତ ସମୟରେ ବରଗଡ଼ର ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଈରାଷିଷ୍ ଆଚାର୍ଯ୍ୟ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ୍ ମୋତିରାମ ଚୌହାଣ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅମ୍ବାଭୋନା ତହସିଲଦାର ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।