Earth Again Conference 2026: ଛୋଟିଆରୁ ଆରମ୍ଭ କର, ଆଉ ଟାର୍ଗେଟ ବଡ ରଖ : ଆଶିଷ ବର୍ଗି
"ଭୁବନେଶ୍ବର: ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଉଦ୍ଘାଟନୀ ଅଧିବେଶନରେ MASH ପ୍ରୋଜେକ୍ଟର ପ୍ରତିଷ୍ଠାତା ତଥା ସିଇଓ ଆଶିଷ ବର୍ଗି, ବିଶେଷ କରି ଯୁବ ବର୍ଗଙ୍କୁ ପ୍ରକୃତିର ସୁରକ୍ଷା ଦିଗରେ ନିୟୋଜିତ କରିବା ଉପରେ ଗୁରୁତତ୍ୱାରୋପ କରିଥିଲେ।
ସେ କହିଥିଲେ ଯେ, ଆମକୁ ପ୍ରକୃତି ସମ୍ପର୍କିତ ନିୟୋଜନ ଖାଜିବାକୁ ପଡ଼ିବ।
ଏଥିରେ ଆମେ ଆମ ଯୁବ ବର୍ଗଙ୍କୁ ନିୟୋଜନ ଦେଲେ ସେମାନେ କିଛି ରୋଜଗାର କରିବା ସହିତ ପ୍ରକୃତିର ସୁରକ୍ଷା ଦିଗରେ ସମାନ୍ତରାଳ ଭାବରେ କାମ କରିପାରିବେ।
ସେ ଯୁବ ବର୍ଗଙ୍କୁ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଉତ୍ସାହିତ କରିବଲେ।
କହିଥିଲେ, ଛୋଟିଆରୁ ଆରମ୍ଭ କର, ନିଜ ସ୍ୱପ୍ନ ଓ ଯୋଜନାକୁ ନେଇ ସଙ୍ଗେ ସଙ୍ଗେ କାମ ଆରମ୍ଭ କର, ଆଉ ଟାର୍ଗେଟ ବଡ ରଖ।Advertisment Earth Again Conference 2026: ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତେବେ ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ସମାରୋହ ଚାଲିଛି।
ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗ ଦେଇ ରାଜ୍ୟପାଳ ଡ.
ହରିବାବୁ କମ୍ଭମପାଟି ନିଜର ଅଭିଭାଷଣରେ କହିଥିଲେ, ପରିବେଶ କୁ ବଞ୍ଚାଇବା ସହ ଶିଳ୍ପ ସମୃଦ୍ଧ ହେବା ଆମ ଲକ୍ଷ୍ୟ ହେବା କଥା।
ଶିଳ୍ପ ଆମକୁ ରୋଜଗାର ଦିଏ।
ଅଭିବୃଦ୍ଧି ଆଣିଦିଏ।
ଶିଳ୍ପ ସମୃଦ୍ଧ ହେବା ଅର୍ଥ ନୁହେଁ ଆମେ ପରିବେଶକୁ ନଷ୍ଟ କରିବା।
ଉଭୟକୁ ସମାନ ଦୃଷ୍ଟିରେ ଧ୍ୟାନ ଦେବା।
ଆଜିର ସମୟରେ ପ୍ରତିଟି ଲୋକ ଦୁଇଚକିଆ ଗାଡ଼ି ବ୍ୟବହାର କରନ୍ତି ...
କିନ୍ତୁ ସେଥିରୁ ଅଧିକ ପେଟ୍ରୋଲ ଏବଂ ଡିଜେଲ୍ ଗାଡ଼ି କିନ୍ତୁ ଖୁବ୍ କମ୍ ଲୋକ ଇଲେକ୍ଟ୍ରି ଗାଡ଼ି ବ୍ୟବହାର କରନ୍ତି; ଏପରି ହେଲେ କ୍ଲାଇମେଟ୍ କେମିତି ସୁନ୍ଦର ହେବ?
ଭାରତ ୨୨ ଲକ୍ଷ କୋଟିର ଜୈବଇନ୍ଧନ କିଣୁଛି।
ସବୁଜ ଶକ୍ତିର ବ୍ଯବହାର ଭାରତର ଅର୍ଥ ବଞ୍ଚାଇ ପାରିବ।
ଗଭର୍ଣ୍ଣର ସଚିବାଳୟ ଷ୍ଟାଫଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଚାର୍ଜିଂ ମାଗଣା କରାଯାଇଛି।
ଏହାଦ୍ୱାରା ସେମାନଙ୍କ ଖର୍ଚ୍ଚ ଶୂନ୍ୟ ହୋଇପାରୁଛି।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସେଭଳି ମାଗଣା ଚାର୍ଜିଂ ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟପାଳ କହିଛନ୍ତି।
ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରନ୍ତୁ।
ଆମ ଜୀବନକୁ ଦୀର୍ଘସ୍ଥାୟୀ କରୁଥିବା ବୃକ୍ଷକୁ ଆମେ ରକ୍ଷା କରିବା ଉଚିତ୍।
ଏପରିକି ଆମେ ଅଧିକରୁ ଅଧିକ ବୃକ୍ଷ ଲଗାଇବା ଉଚିତ୍।
ବର୍ଷର ପ୍ରତିଟି ଦିନ କିଛି ଦିବସ ଭାବେ ପାଳନ ହେଉଛି।
ଆମେ ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରିବା ଉଚିତ୍।
ଆଜି ଦିନର ମୁଖ୍ୟ ସ୍ଲୋଗାନ ହେଉଛି, ବର୍ଷେ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ପ୍ରତିଦିନ ଗୋଟିଏ ଲେଖାଏଁ ଗଛ ଲଗାଇବେ।
ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ରେ ଉଦ୍ବୋଧନ ଦେଇ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ କହିଛନ୍ତି ପରିବେଶର ସୁରକ୍ଷା ପାଇଁ ସାମୂହିକ ଉଦ୍ୟମ ସତ୍ତ୍ୱେ ଯଦି ପ୍ରକୃତି ପାଇଁ ଆମର ବ୍ୟକ୍ତିଗତ ଉଦ୍ୟମ ନରହେ ତେବେ ଏହା ସଫଳ ହୋଇ ପାରିବା ନାହିଁ।
ଆମେ ଯେଉଁ ସଂକଳ୍ପ ନେଉଛେ ତାହା ଆମ ଆଚରଣରେ ପ୍ରତିପାଦିତ ହେବା ଉଚିତ। ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ବିକାଶର ଅର୍ଥ ହେଲା ବିନାଶ ପାଇଁ ବାଟ ଖୋଲିଯିବା।
ତେଣୁ ଆମେ ଚିନ୍ତା କରିବା, କେମିତି କମ୍ ବିନାଶ ଦ୍ୱାରା ଆମର ବିକାଶ ହୋଇପାରିବ।
ନିର୍ବାଚନ କରେଇ ଏମାନଙ୍କ ଭିତରେ ନେତୃତ୍ବ ବିକାଶ କରିପାରିବା।
ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ୨୦ ବର୍ଷ ପୂର୍ବରୁ ଭୁବନେଶ୍ବରରେ ଏକ ପରୀକ୍ଷାମୂଳକ ଭାବେ ଆମେ ଏକ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ କରିଥିଲୁ।
ଏହି କ୍ରମରେ ପ୍ରତ୍ୟେକ ଘରକୁ ୨ଟି ଗଛ ଦିଆଯାଇଥିଲା।
ଭୁବନେଶ୍ବରର ୧ ଲକ୍ଷ ଘରକୁ ୨ ଲକ୍ଷ ଫଳନ୍ତି ଗଛ ଦିଆଯାଇଥିଲା।
ମୁଁ ଯେଉଁ ସ୍ଥାନରେ ଫଳନ୍ତି ଗଛ ଲଗାଇଥିଲି, ତିନି ବର୍ଷ ପରେ ତାହା ନଥିଲା।
ତିନି ବର୍ଷ ପରେ ଯିଏ ହିରୋ ହଣ୍ଡା ଚଳାଉଥିବା ବ୍ୟକ୍ତି ମାରୁତି କାର କିଣିଥିଲେ।
କାରକୁ ରଖିବା ପାଇଁ ତେଣୁ ତୁଳସୀ ଚଉରା ଏବଂ ମୁଁ ଲଗାଇଥିବା ଗଛଟି ବଳି ପଡ଼ିଥିଲା।
ତେଣୁ ଆମେ ଯେଉଁ ସଂକଳ୍ପ ନେଇଛେ, ତାକୁ ଚରିଥାର୍ଥ କରିବା ପାଇଁ କାର୍ଯ୍ୟରେ ପରିଣତ କରିପାରିବା।
ତେଣୁ "କାଲି ପାଇଁ ଥିବା କାମ ଆଜି" କରିଦେବା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।