RGKar: ଆର୍‌ଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍‌

Oct 17, 2026 - 20:29
RGKar: ଆର୍‌ଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍‌

"ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ମାମଲାରେ ତାଙ୍କର ଦୀର୍ଘ ସମୟ ଜେଲଦଣ୍ଡ ଓ ବିଚାରର ମନ୍ଥର ଗତିକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି।

ଜଷ୍ଟିସ ଏମ୍‌ଏମ୍‌ ସୁନ୍ଦରେଶ୍‌ ଓ ପିବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଘୋଷଙ୍କ ଜାମିନ ଆବେଦନକୁ ଖାରଜ କରିବା ପାଇଁ କୋଲକାତା ହାଇକୋର୍ଟଙ୍କ ୨୩ ଫେବ୍ରୁଆରି, ୨୦୨୬ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି।

ସର୍ବୋଚ୍ଚ ଅଦାଲତ ଉଲ୍ଲେଖ କରିଛନ୍ତି ଯେ, ଘୋଷ ଦୁଇ ବର୍ଷରୁ ଅଧିକ ସମୟ ହାଜତରେ ରହିଥିଲେ ମଧ୍ୟ ୧୪୭ ଜଣ ସାକ୍ଷୀଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ଜେରା କରାଯାଇଛି।

ଟ୍ରାଏଲ କୋର୍ଟଙ୍କ ଦ୍ବାରା ଲାଗୁ ହୋଇଥିବା ସର୍ତ୍ତରେ ଘୋଷ ଜାମିନ୍‌ରେ ମୁକୁଳିବେ।

ସିବିଆଇ ଆର୍‌ଜି ମେଡିକାଲ କଲେଜରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ଓ ଅଗଷ୍ଟ ୨୪, ୨୦୨୪ର ଅଭିଯୋଗଫର୍ଦ୍ଦରେ ଘୋଷଙ୍କ ନାମ ଉଲ୍ଲେଖ କରିଥିଲା।Advertisment ଆହୁରି ପଢନ୍ତୁ: Anant Singh: ବିଧାୟକ ଅନନ୍ତ ସିଂହଙ୍କ ବିବାଦୀୟ ବୟାନକୁ ନେଇ କମ୍ପନ: " ନୀତୀଶଙ୍କୁ ଯେମିତି ବି ହେଉ ଲୁଟ୍‌ କରି ୩ ଲକ୍ଷ ଭୋଟ ଦେଉଥିଲି" ଘୋଷଙ୍କୁ ଜାମିନ୍‌ ମିଳିବା ପରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ବାପା ସିବିଆଇ ଉପରେ ବର୍ଷିଛନ୍ତି।

ସିବିଆଇ ନିଜର କାର୍ଯ୍ୟ ପାଇଁ ଦାୟୀ ରହିବା ଉଚିତ ବୋଲି ସେ କହିଛନ୍ତି।

ଆରଜି କର ନ୍ୟାୟ ଆନ୍ଦୋଳନ ସହିତ ଜଡିତ ଡାକ୍ତରମାନେ ମଧ୍ୟ ସିବିଆଇକୁ ସମାଲୋଚନା କରିଛନ୍ତି।

ମାମଲାର ବିଳମ୍ବ ପାଇଁ ଡକ୍ଟର ଉତ୍ପଳ ବନ୍ଦୋପାଧ୍ୟାୟ ସିବିଆଇଠାରୁ ସର୍ବସାଧାରଣରେ ସ୍ପଷ୍ଟୀକରଣ ଦାବି କରିଛନ୍ତି।

ଜାମିନ ଆଦେଶକୁ ନ୍ୟାୟ ଚାହୁଁଥିବା ଲୋକଙ୍କ ପାଇଁ ଗଭୀର ନିରାଶା, ଯନ୍ତ୍ରଣା ଓ କ୍ରୋଧର ଉତ୍ସ ବୋଲି ବର୍ଣ୍ଣନା କରି ବନ୍ଦୋପାଧ୍ୟାୟ ଏକ ଫାଷ୍ଟ-ଟ୍ରାକ୍ କୋର୍ଟରେ ମାମଲାର ଶୀଘ୍ର ସମାପ୍ତ କରିବାକୁ ଆହ୍ୱାନ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।