Rishabh Pant Makes History: ଗାଲେରେ ଗର୍ଜିଲା ପନ୍ତଙ୍କ ବ୍ୟାଟ୍, ଭାଙ୍ଗିଲା ବଡ଼ ରେକର୍ଡ
ଗାଲେ ଟେଷ୍ଟର ଚତୁର୍ଥ ଦିନରେ ଇତିହାସ ରଚିଛନ୍ତି ଭାରତୀୟ ବ୍ୟାଟର ଋଷଭ ପନ୍ତ। ଟେଷ୍ଟ କ୍ରିକେଟରେ ମାତ୍ର ୮୯ ଇନିଂସରେ ୧୦୦ ଛକା ପୂରଣ କରି ସବୁଠାରୁ ଦ୍ରୁତ ଖେଳାଳି ଭାବେ ଏହି ମାଇଲଷ୍ଟୋନ୍ ଛୁଇଁଛନ୍ତି ପନ୍ତ।
ଲାହିରୁ କୁମାରାଙ୍କ ବଲରେ ନିଜ ଷ୍ଟାଇଲରେ ଛକା ମାରି ପନ୍ତ ଏହି ରେକର୍ଡ ହାସଲ କରିଥିଲେ। ଟେଷ୍ଟରେ ୧୦୦ ଛକା ମାରିଥିବା ସେ ଚତୁର୍ଥ ବ୍ୟାଟର। ତାଙ୍କ ପୂର୍ବରୁ ବେନ୍ ଷ୍ଟୋକ୍ସ, ବ୍ରେଣ୍ଡନ୍ ମ୍ୟାକକଲମ୍ ଓ ଆଡାମ୍ ଗିଲକ୍ରିଷ୍ଟ ଏହି କ୍ଲବରେ ଥିଲେ।
ଏହି ମ୍ୟାଚରେ ପନ୍ତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭାରତକୁ ମଧ୍ୟ ମଜବୁତ ସ୍ଥିତିରେ ପହଞ୍ଚାଇଛି। ୬୯ ବଲରୁ ୬୬ ରନ୍ କରିଥିବା ପନ୍ତ ନିଜ ଅଭିନବ ଶଟ୍ରେ ଦର୍ଶକଙ୍କ ମନ ଜିତିବା ସହ ନିଜ ନାଁରେ ଯୋଡ଼ିଛନ୍ତି ଆଉ ଏକ ବଡ଼ ରେକର୍ଡ।
Maximum number 1⃣0⃣0⃣ in Test Cricket for Rishabh Pant! 💥
— BCCI (@BCCI) August 18, 2026
He becomes the first #TeamIndia batter to reach that special milestone in men's cricket 🫡🫡
Updates ▶️ https://t.co/M9LVyCAp8y#SLvINDpic.twitter.com/24yVuJ7FzX
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।