Sri Mandir Incident: ଶ୍ରୀମନ୍ଦିର ଅଁଳା ବେଢ଼ା ନିକଟକୁ ଯୁବକ ଚଢ଼ିଯିବା ଘଟଣା, ଜଣାପଡିଗଲା ସତ
ମାଙ୍କଡ଼ ପର୍ସ ନେଇଯିବାରୁ ଶ୍ରୀମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ିଗଲେ ଜଣେ ଯୁବକ। ମାଙ୍କଡ଼ ପର୍ସ ନେଇଯିବାରୁ ଏହାକୁ ଫେରାଇ ଆଣିବାକୁ ମାଙ୍କଡ଼ ପଛେ ପଛେ ମନ୍ଦିରକୁ ଚଢ଼ିଯାଇଥିଲି ବୋଲି କହିଛନ୍ତି ଯୁବକ। ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ିଥିବା ଯୁବକ ଜଣକ ଛତିଶଗଡ଼ର ମାଧବ ଗୋପୀନାଥ ନାୟକ ବୋଲି ଜଣାପଡିଛି।
ଶ୍ରୀମନ୍ଦିର ଅଁଳା ବେଢ଼ା ପାଖକୁ ସେ ଚଢ଼ି ଯାଇଥିଲେ। ପୋଲିସ ତ୍ୱରିତ ପଦକ୍ଷେପ ନେଇ ଯୁବକଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲା। ଏହାପରେ ଯୁବକ ଜଣକ ନିଜେ ତଳକୁ ଓହ୍ଲାଇଥିଲେ। ଯୁବକ ଜଣକ କାହିଁକି ମନ୍ଦିର ଉପରକୁ ଚଢ଼ିଥିଲେ ବୋଲି ପଚରାଯିବାରୁ, ସେ ତାଙ୍କର ପର୍ସକୁ ମାଙ୍କଡ଼ ନେଇଯାଇଥିବା କହିଥିଲେ।
ଯୁବକଙ୍କୁ ଉଦ୍ଧାର ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାର ସହ ଯୋଗାଯୋଗ କରାଯିବା ପରେ ମାଧବଙ୍କର ମାନସିକ ସ୍ଥିତି ସ୍ବାଭାବିକ ନଥିବା ପରିବାର ପକ୍ଷରୁ କୁହାଯାଇଛି। ଘଟଣା ସମ୍ପର୍କରେ ପରବର୍ତ୍ତୀ ତଦନ୍ତ ଓ ପଚରାଉଚରା ଜାରି ରହିଛି ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।...
'ମାଙ୍କଡ଼ ପର୍ସ ନେଇଯିବାରୁ ମନ୍ଦିରକୁ ଚଢ଼ିଗଲେ'
ମାଙ୍କଡ଼ ପର୍ସ ନେଇଯିବାରୁ ମନ୍ଦିରକୁ ଚଢ଼ିଯାଇଥିଲେ
ମାଙ୍କଡ଼ଠାରୁ ପର୍ସ ଆଣିବାକୁ ମନ୍ଦିର ଉପରକୁ ଚଢ଼ିଥିଲେ
ଶ୍ରୀମନ୍ଦିର ଅଁଳାବେଢ଼ା ପର୍ଯ୍ୟନ୍ତ ଚଢ଼ିଯାଇଥିଲେ
ଭୋଗମଣ୍ଡପ ଗୁମୁଟ ନିକଟରୁ କାବୁ କରିଥିଲା ପୋଲିସ
ପରବର୍ତ୍ତୀ ତଦନ୍ତ ଓ ପଚରାଉଚରା ଜାରି
ପୁରୀ ପୋଲିସ ପକ୍ଷରୁ ଜାରି ରହିଛି ପଚରାଉଚରା
ଯୁବକଙ୍କ ମାନସିକ ସ୍ଥିତି ସ୍ବାଭାବିକ ନଥିବା ପରିବାର ଲୋକଙ୍କ ସୂଚନା
ଯୁବକ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ମେଡିକାଲରେ ଭର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।