River Blockade Row: ନଦୀରେ ଆଡିବନ୍ଧ ନିର୍ମାଣ କରୁଛି ପେପର୍ ମିଲ୍, ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକ
ରାୟଗଡ଼ା ଜିଲ୍ଲାର ନାଗାବାଳି ନଦୀକୁ ନେଇ ବିବାଦ। ନଦୀଗର୍ଭରେ ଏକ ପେପର୍ ମିଲ୍ ପକ୍ଷରୁ ବାଲିବସ୍ତା ପକାଯାଇ ଆଡିବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ। ସେମାନଙ୍କ କହିବା ଅନୁସାରେ, ଆଡି ବନ୍ଧ ଦ୍ୱାରା ନଦୀର ସ୍ୱାଭାବିକ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି, ତଳମୁଣ୍ଡ ଅଞ୍ଚଳକୁ ପାଣି ପହଞ୍ଚୁନାହିଁ ଏବଂ ଚାଷଜମି କ୍ଷତିଗ୍ରସ୍ତ ହେଉଛି। ପ୍ଲାଣ୍ଟରୁ ବିଷାକ୍ତ ଜଳ ନଦୀକୁ ଛଡ଼ାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ସେମାନେ।
ଅନ୍ୟପଟେ ଉକ୍ତ ପେପର୍ ମିଲ୍ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛି, କୌଣସି ବନ୍ଧ ନିର୍ମାଣ କରାଯାଉନାହିଁ, କେବଳ ପାଣି ପ୍ରବାହରେ ବାଧା ସୃଷ୍ଟି କରୁଥିବା ବାଲିକୁ ହଟାଯାଉଛି। ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ରାୟଗଡ଼ା ଉପଜିଲ୍ଲାପାଳ କହିଛନ୍ତି, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରିବ। ଅଭିଯୋଗ ସତ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।...
ନାଗାବାଳି ନଦୀରେ ଆଡିବନ୍ଧ ଅଭିଯୋଗ, ବଢ଼ିଲା ବିବାଦ
ପେପର୍ ମିଲ୍ ବିରୋଧରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ
ନଦୀର ଗତିପଥ ବଦଳୁଥିବା ଅଭିଯୋଗ
ଅଭିଯୋଗକୁ ଖଣ୍ଡନ କଲା ପେପର୍ ମିଲ୍
ଅଭିଯୋଗ ସତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।