Road Accident: ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅଙ୍କ ସମେତ ୪ ମୃତ

Sep 24, 2026 - 12:15
Road Accident: ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅଙ୍କ ସମେତ ୪ ମୃତ

"ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁର ସହରର ସୋନାରୀ ଥାନା ଅନ୍ତର୍ଗତ ମେରାଇନ୍ ଡ୍ରାଇଭ୍ ରୋଡରେ ଗୁରୁବାର ଭୋର୍ ସମୟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି।

ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଏକ କାର୍ ପଛପଟୁ ଧକ୍କା ଦେବା ଫଳରେ ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତ୍ରିଷା ସିଂହଙ୍କ ସମେତ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।Advertisment ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍ ପୁଲିସ ସୂଚନା ଅନୁଯାୟୀ, ମୃତକମାନେ ହେଲେ ତ୍ରିଷା ସିଂହ, ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଓ ବଂଶିକା ଖଣ୍ଡେଲୱାଲ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୪ ଲେନ୍ ବିଶିଷ୍ଟ ହାଇୱେର ଡିଭାଇଡର ନିକଟରେ ଟ୍ରକଟି ଖରାପ ହୋଇ ପଡ଼ିରହିଥିଲା।

ସେଠାରେ କୌଣସି ରିଫ୍ଲେକ୍ଟର ସାଇନେଜ୍ ନଥିବାରୁ କାରଟି ଟ୍ରକ୍ ପଛରେ ପିଟିହୋଇ ଚୁରମାର୍ ହୋଇଯାଇଥିଲା।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଗଭୀର ଶୋକପ୍ରକାଶ କରିଛନ୍ତି।

ସନ୍ତାନ ହରାଇବାର ଦୁଃଖ ଅବର୍ଣ୍ଣନୀୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସୋରେନ୍ ମନ୍ତ୍ରୀ ଦୀପିକା ପାଣ୍ଡେ ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Harassment: ବିହାର ସମସ୍ତୀପୁରରେ ପୁଣି ବର୍ବରତା: ଜମୁଇ ପରେ ଆଉ ଏକ ନାବାଳିକା ନିର୍ଯାତନା ଭିଡିଓ ଭାଇରାଲ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।