Road Accident: ବଡ଼ଗାଁରେ ଅଟୋକୁ ଧକ୍କା ଦେଲା ହାଇୱା, ୨ ମୃତ
"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଆଉ ଜଣେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଫିନାଇଲ ବୋଝେଇ ଏକ ଅଟୋ ବଡ଼ଗାଁ ଛକ ନିକଟରେ ଥିବା ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲା।
ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ଅଟୋକୁ ଧକ୍କା ଦେଇଥିଲା।
ଧକ୍କାରେ ଅଟୋ ନିକଟରେ ଥିବା ଦୋକାନୀ ସାନମୁଖା ଏବଂ ଦୋକାନ ପାଖରେ ଥିବା ଏସ୍.
ବେଣୁବାବୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।Advertisment ଅନ୍ୟପକ୍ଷରେ, ଜଣେ ଆହତଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମୃତକ ଦ୍ୱୟ ବଡ଼ଗାଁ ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି।
ଖବର ପାଇ ଗୁରାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।
Arrested: ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରି ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗ, ଅଭିଯୁକ୍ତ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।