Road Accident: ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣା: କାର୍ ଧକ୍କାରେ ବାପା, ପୁଅ-ଝିଅ ସମେତ ୪ ଗୁରୁତର
"ଯାଜପୁର: ଯାଜପୁର ବ୍ଲକ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ସରସ୍ୱତୀ ଶିଶୁ ମନ୍ଦିରକୁ ପିଲାମାନଙ୍କୁ ଛାଡିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ଗୁରୁତର ହୋଇଛନ୍ତି ଅଭିଭାବକ ଅଶୋକ ସାହୁ ଓ ତାଙ୍କ ପୁଅ ଆଶୀଷ ସାହୁ, ଝିଅ ଆଦ୍ୟାଶା ସାହୁ ଏବଂ ଅନ୍ୟ ଜଣେ ଛାତ୍ର ସାଇଲ ଓଝା।Advertisment କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ଅଶୋକ ନିଜ ପୁଅ ଝିଅ ସହ ଅନ୍ୟ ଜଣେ ଛାତ୍ରଙ୍କୁ ଏକ ବାଇକ ଯୋଗେ ବିଦ୍ୟାଳୟ ନେଇ ଯାଉଥିବା ବେଳେ ଜାତୀୟ ରାଜପଥରେ ଏକ କାର୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ସମସ୍ତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ୪ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
New Born Baby: ରାସ୍ତାକଡ଼ରୁ ନବଜାତ ଶିଶୁ ଉଦ୍ଧାର: ଗୁରୁତର ଅବସ୍ଥାରେ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।