Scientist Dies: ହାଫ୍ ମାରାଥନ୍ରେ ଦୌଡ଼ୁଥିବା ବେଳେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ମୃତ୍ୟୁ
"ସାତାରା: ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ହାଫ୍ ମାରାଥନ୍ରେ ଦୌଡ଼ୁଥିବା ବେଳେ ହୃଦ୍ଘାତରେ ୬୫ ବର୍ଷୀୟ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି।
ମୃତକ ସଞ୍ଜୟ କଦମ ପୁଣେର ବାସିନ୍ଦା ଥିଲେ।
ସେ ସେଣ୍ଟର ଫର୍ ଡେଭେଲପମେଣ୍ଟ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡାକ୍)ରେ କାର୍ଯ୍ୟ କରି ଅବସର ନେଇଥିଲେ।Advertisment ଦୌଡ଼ୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ ରବିବାର ଆୟୋଜିତ ସାତାରା ହିଲ୍ ହାଫ୍ ମାରାଥନ୍କୁ ଦେଶର ଅନ୍ୟତମ କଠିନ ହାଫ୍ ମାରାଥନ୍ ଭାବେ ବିବେଚନା କରାଯାଏ।
ପଶ୍ଚିମଘାଟର ଉଚ୍ଚ ଚଢ଼ାଇ ଓ ତୀବ୍ର ଢାଲୁ ରାସ୍ତା ଦେଇ ଏହି ୨୧.୧ କିଲୋମିଟର ଦୌଡ଼ ଆୟୋଜିତ ହୋଇଥିଲା।
ଏଥିରେ ପ୍ରାୟ ୭,୭୦୦ ଜଣ ଧାବକ ଦୌଡ଼ ଶେଷ କରିଥିଲେ।
ଆୟୋଜକଙ୍କ ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଏହି ଦୌଡ଼ରେ ଭାଗ ନେଇଥିବା କଦମ ରବିବାର ସକାଳ ପ୍ରାୟ ୯ଟା ୩୦ରୁ ୧୦ଟା ମଧ୍ୟରେ ପାୱାରହାଉସ୍ ଅଞ୍ଚଳ ନିକଟରେ ତଳକୁ ଦୌଡ଼ୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ।
Modi-Yogi: ପୁଲିସ ମୋ ସ୍ୱାମୀଙ୍କୁ ଗିରଫ କରି ଜୋରଜବରଦସ୍ତି ରୁଷ ସେନାରେ ଭର୍ତ୍ତି କରିବାକୁ ଯାଉଛି: ମସ୍କୋରେ ଥିବା ଭାରତୀୟ ଇଞ୍ଜିନିୟରଙ୍କ ପତ୍ନୀ କଲେ ଆକୁଳ ନିବେଦନ ଏହାପରେ ସହଧାବକମାନେ ତୁରନ୍ତ ତାଙ୍କୁ ସିପିଆର୍ ଦେଇଥିଲେ।
ଦୌଡ଼ ମାର୍ଗରେ ନିୟୋଜିତ ଏକ କାର୍ଡିଆକ୍ ଆମ୍ବୁଲାନ୍ସ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।
ଚିକିତ୍ସାକର୍ମୀମାନେ ଜରୁରୀ ଚିକିତ୍ସା ଦେବା ସହ ସିପିଆର୍ ଜାରି ରଖି ତାଙ୍କୁ ପଲ୍ସ ହସ୍ପିଟାଲ୍କୁ ନେଇଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।