Rockfall Disrupts Traffic: ଲଗାଣ ବର୍ଷାରେ ଧସିଲା ପାହାଡ଼, ଘାଟି ରାସ୍ତାରେ ବିରାଟ ପଥର

Sep 23, 2026 - 14:10
Rockfall Disrupts Traffic: ଲଗାଣ ବର୍ଷାରେ ଧସିଲା ପାହାଡ଼, ଘାଟି ରାସ୍ତାରେ ବିରାଟ ପଥର

ଲଗାଣ ବର୍ଷାରେ ଧସିଲା ପାହାଡ଼, ରାସ୍ତାରେ ବିରାଟ ପଥର। ପାହାଡ଼ରୁ ପଥର ଧସି ଘାଟି ରାସ୍ତା ବିପଦପୂର୍ଣ୍ଣ ହୋଇପଡ଼ିଛି। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ପାରିବେଟା ଘାଟି ରାସ୍ତାରେ ପାହାଡ଼ରୁ ଖସିଛି ବିରାଟକାୟ ପଥର l ଯାତାୟତ ପ୍ରଭାବିତ ହୋଇଥିବା ବେଳେ କୌଣସି ଯାତ୍ରୀଙ୍କର କିଛି ଅସୁବିଧା ହୋଇନାହିଁ l ଆର୍.ଉଦୟଗିରିଠାରୁ ନୂଆଗଡ ବ୍ଲକର ସମ୍ବଲପୁର ପଂଚାୟତ ସମେତ ୩ ଖଣ୍ଡ ପଞ୍ଚାଯତକୁ ସଂଯୋଗ କରୁଛି ଏହି ଘାଟି ରାସ୍ତା। ତେବେ ପଥର ଧସିବାରୁ ଘାଟି ରାସ୍ତା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଖବର ପାଇ ବ୍ଲକ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଜେସିବି ଲଗାଯାଇ ରାସ୍ତାରୁ ପଥର ସବୁକୁ ହଟାଯାଉଛି।... 

ସେପଟେ ଗଛ ପଡି ଛେଳିଗଡ ଠାରୁ ରାମଗିରି ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି l

ରାସ୍ତାରେ ୨ ଫୁଟ୍ ର ପାଣି। ଦିଗପହଣ୍ଡି ପୁରୁଣା ବସ୍ ଷ୍ଟାଣ୍ଡ ରାସ୍ତାରେ ଚାଲୁଛି ୨ ଫୁଟ୍  ଉଚ୍ଚର ପାଣି। ଗଭୀର ଅବପାତ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି। ପୂରା ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ATM, ବ୍ୟାଙ୍କ, ବଜାର ଜଳମଗ୍ନ ହୋଇପଡିଛି। ସେପଟେ ଲଗାଣ ବର୍ଷାରେ ପାହାଡ଼ରୁ ମାଡ଼ିଆସୁଛି କାଦୁଅ ମିଶା ପାଣି ।  ତପ୍ତପାଣି ରାସ୍ତାରେ ବିପଦପୂର୍ଣ୍ଣ ହୋଇପଡ଼ିଛି ଯାତାୟାତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି।

ତପ୍ତପାଣି ଅଞ୍ଚଳରେ ପାହାଡ଼ରୁ ମାଟି ମିଶା ବର୍ଷା ପାଣି ତଳକୁ ଆସୁଛି। ଫଳରେ ୩୨୬ ନଂ ଜାତୀୟ ରାଜପଥର ତପ୍ତପାଣି-ପାଳୁଖୋଳା ନିକଟରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବା ନେଇ ଆଶଙ୍କା ରହିଛି। 

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲାରେ ଅନୁଭୂତ ହେବା ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ଅଞ୍ଚଳରେ ମେଘୁଆ ପାଗ ସହ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ଦିନରେ ଭାରିରୁ ଅତିଭାରି ବର୍ଷାର ଆଶଙ୍କା ରହିଛି। ବର୍ଷାଜନିତ ବିପଦକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଯାତାୟାତ କରୁଥିବା ଲଞ୍ଚଗୁଡ଼ିକର ସୁରକ୍ଷାକୁ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି। ବର୍ଷାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ବ୍ଲକ ଓ ତହସିଲ ପ୍ରଶାସନ ସହ ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରଖାଯାଇଛି। ବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।