Depression Moves At Six Kilometres Per Hour: ଧୀରେ ଧୀରେ ଉପକୂଳ ଆଡକୁ ମୁହାଁଉଛି ଗଭୀର ଅବପାତ, ରାତିରେ ଛୁଇଁବ ସ୍ଥଳଭାଗ
ବଢିଲାଣି ଭୟ, ରାତିକୁ ଆସୁଛି ବିପଦ। ସମୁଦ୍ରରେ ପାଖେଇ ଆସୁଛି ଗଭୀର ଅବପାତ। କମୁଛି ଗତି, ସମୁଦ୍ରରେ ଗୋଟାଉଛି ଶକ୍ତି । ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି ଗଭୀର ଅବପାତ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଲା ୬ ଘଣ୍ଟା ଧରି ଗଭୀର ଅବପାତଟି ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।
ଯାହାକି ଏବେ କଳିଙ୍ଗପାଟନମରୁ ୬୦, ବିଶାଖାପାଟଣାରୁ ୧୪୦ ଏବଂ ଗୋପାଳପୁରରୁ ୧୫୦ କିମି ଦୂରରେ ରହିଛି। ଯାହାର ପ୍ରଭାବ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଗଲାଣି । ଆଜି ରାତିରେ ଓଡ଼ିଶା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ଗଭୀର ଅବପାତ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବାର ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।