Rocks and Debris Fall on Railway Track: ଲଗାଣ ବର୍ଷାରେ ଧସିଲା ପାହାଡ଼, ରେଳ ଟ୍ରାକ୍ରେ ପଡ଼ିଲା ପଥର ଓ ମାଟି
ଲଗାଣ ବର୍ଷାରେ ଧସିଲା ପାହାଡ। ରେଲୱେ ଟ୍ରାକ ଉପରେ ଖସିଲା ପଥର ଓ ମାଟି ଅତଡା। ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ ଉପରେ ପଥର ପଡି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସିକରପାଇ ଷ୍ଟେସନରେ ଇଣ୍ଟରସିଟି ଟ୍ରେନ୍ ଅଟକିଥିବା ବେଳେ, କେଉଟଗୁଡ଼ା ଷ୍ଟେସନରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ୍। ରେଳ ବିଭାଗ କର୍ମଚାରୀ ପହଞ୍ଚି ପଥର ହଟାଇବା କାର୍ଯ୍ୟ ଜାରି ରହିଛି।
ଗତକାଲି ମଧ୍ୟ ଲଗାଣ ବର୍ଷା ଯୋଗୁଁ ରେଳ ଲାଇନର ଚାରୋଟି ସ୍ଥାନରେ ମାଟି ଅତଡ଼ା ଖସିଥିଲା। ଏହା ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ରେଳ ଲାଇନ୍ ଉପରେ ଲଗାତାର ନଜର ରଖିଛି ରେଳ ବିଭାଗ।
ରେଲଓ୍ୱେ ଟ୍ରାକରେ ପଥର; ଅଟକିଲା ୨ ଟ୍ରେନ୍
ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ ଉପରେ ଖସିଲା ପଥର
ଶିକରପାଇରୁ ଭାଲୁମୁସ୍କା ମଧ୍ୟରେ ଟ୍ରେନ୍ ଟ୍ରାକ୍ ରେ ବଡ଼ ବଡ଼ ପଥର
କେଉଟଗୁଡ଼ା ରେଲଓ୍ୱେ ଷ୍ଟେସନରେ ଅଟକି ରହିଛି ହୀରାଖଣ୍ଡ ଏକ୍ସପ୍ରେସ୍
ଶିକରପାଇ ନିକଟରେ ଅଟକିଛି ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।