Rohit Sharma Fielding: ୩୯ ବର୍ଷରେ ବି ରୋହିତଙ୍କ ଦମଦାର ଫିଟନେସ୍! ଚମତ୍କାର ଫିଲ୍ଡିଂରେ ମିଚେଲଙ୍କ ଖେଳ ଖତମ୍

Nov 04, 2026 - 11:17
Rohit Sharma Fielding: ୩୯ ବର୍ଷରେ ବି ରୋହିତଙ୍କ ଦମଦାର ଫିଟନେସ୍! ଚମତ୍କାର ଫିଲ୍ଡିଂରେ ମିଚେଲଙ୍କ ଖେଳ ଖତମ୍

କ୍ରିକେଟ୍ ପଡ଼ିଆରେ ବୟସ ଯେ କେବଳ ଏକ ସଂଖ୍ୟା, ତାହା ପୁଣିଥରେ ପ୍ରମାଣ କରିଛନ୍ତି ରୋହିତ ଶର୍ମା।

୩୯ ବର୍ଷ ବୟସରେ ମଧ୍ୟ ତାଙ୍କର ଚମତ୍କାର ଫିଟନେସ୍ ଓ ଫିଲ୍ଡିଂ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ।

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଡେରିଲ୍ ମିଚେଲଙ୍କୁ ରନ୍ ଆଉଟ୍ କରିବାରେ ରୋହିତଙ୍କ ଅବିଶ୍ୱସନୀୟ ପ୍ରୟାସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment ଅକଲାଣ୍ଡର ଇଡେନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯାଉଛି।

ଏହି ମ୍ୟାଚ୍‌ରେ ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ୍ ଗିଲ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ନ୍ୟୁଜିଲାଣ୍ଡ ଦଳ ଚାପରେ ରହିଥିଲା।

ମ୍ୟାଚ୍‌ରେ ୯୭ ରନ୍‌ରେ ନ୍ୟୁଜିଲାଣ୍ଡ ପଞ୍ଚମ ୱିକେଟ୍ ହରାଇଥିଲା।

ଡେରିଲ୍ ମିଚେଲ୍ ଏହି ୱିକେଟ୍ ଭାବେ ଆଉଟ୍ ହୋଇଥିଲେ।

ତାଙ୍କୁ ରନ୍ ଆଉଟ୍ କରିବାରେ ରୋହିତ ଶର୍ମାଙ୍କ ଭୂମିକା ଥିଲା Advertisment ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଦିନିକିଆ କ୍ରିକେଟ୍‌ରେ ମିଚେଲ୍ ପୂର୍ବରୁ କେବେ ରନ୍ ଆଉଟ୍ ହୋଇନଥିବା କୁହାଯାଉଥିବା ବେଳେ ରୋହିତଙ୍କ ଫିଲ୍ଡିଂ ତାଙ୍କ ଇନିଂସ୍‌ରେ ବ୍ରେକ୍ ଲଗାଇଥିଲା।

ଡାଇଭ୍ ମାରି ବଲ୍ ଧରିଲେ, ଆକାଶରେ ଥାଇ କଲେ ଥ୍ରୋ ନ୍ୟୁଜିଲାଣ୍ଡ ଇନିଂସ୍‌ର ୨୨ତମ ଓଭରର ପ୍ରଥମ ବଲ୍‌ରେ ଏହି ରୋମାଞ୍ଚକର ଘଟଣା ଘଟିଥିଲା।

ଭାରତ ପକ୍ଷରୁ ଅକ୍ଷର ପଟେଲ୍ ବୋଲିଂ କରୁଥିବା ବେଳେ ଗ୍ଲେନ୍ ଫିଲିପ୍ସ ବଲ୍‌ଟିକୁ ଲେଗ୍ ସାଇଡ୍ ଆଡ଼କୁ ହାଲୁକା ଶଟ୍ ଖେଳି ରନ୍ ନେବାକୁ ଉଦ୍ୟମ କରିଥିଲେ।

ପ୍ରଥମେ ଡେରିଲ୍ ମିଚେଲ୍ ରନ୍ ନେବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ।

କିନ୍ତୁ ପରେ ଦୌଡ଼ିବା ଆରମ୍ଭ କରିଥିଲେ।

ଏହି ସମୟରେ ମିଡ୍ ୱିକେଟ୍‌ରେ ଥିବା ରୋହିତ ଶର୍ମା ବିଜୁଳି ବେଗରେ ବଲ୍ ପାଖକୁ ଯାଇଥିଲେ।

ବଲ୍‌ଟିକୁ ଧରିବା ସହ ଡାଇଭ୍ ମାରି ୱିକେଟ୍ କିପର କେଏଲ୍ ରାହୁଲଙ୍କ ପାଖକୁ ସିଧା ଥ୍ରୋ କରିଥିଲେ।

ରୋହିତଙ୍କ ଥ୍ରୋକୁ ଠିକ୍ ଭାବେ ଧରି କେଏଲ୍ ରାହୁଲ ତୁରନ୍ତ ୱିକେଟ୍ ଭାଙ୍ଗି ଦେଇଥିଲେ।

ଏହାପରେ ନିଷ୍ପତ୍ତି ତୃତୀୟ ଅମ୍ପାୟାରଙ୍କ ପାଖକୁ ଯାଇଥିଲା।

ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ ମାତ୍ର ଗୋଟିଏ ସେକେଣ୍ଡ ବିଳମ୍ବ ହୋଇଥିଲେ ମିଚେଲ୍ କ୍ରିଜ୍‌ରେ ପହଞ୍ଚି ଯାଇଥାନ୍ତେ।

ଶେଷରେ ତୃତୀୟ ଅମ୍ପାୟାର ତାଙ୍କୁ ରନ୍ ଆଉଟ୍ ଘୋଷଣା କରିଥିଲେ।

୩୯ ବର୍ଷ ବୟସରେ ରୋହିତଙ୍କ ଏଭଳି ଫିଟନେସ୍, ଗତି ଓ ଉପସ୍ଥିତ ବୁଦ୍ଧିକୁ କ୍ରିକେଟ୍ ପ୍ରେମୀ ଖୁବ୍ ପ୍ରଶଂସା କରୁଛନ୍ତି।

ଏହି ମ୍ୟାଚ୍‌ରେ ମିଚେଲଙ୍କ ଶୀଘ୍ର ୱିକେଟ୍ ପତନ ଭାରତୀୟ ଦଳ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ରୋହିତ ଶର୍ମାଙ୍କ ଫିଲ୍ଡିଂ ମ୍ୟାଚ୍‌ର ଅନ୍ୟତମ ଚର୍ଚ୍ଚିତ ମୁହୂର୍ତ୍ତ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।