Rohit Sharma Reveals Favourite Midnight Food: ରାତିରେ ଭୋକ ଲାଗିଲେ କଣ ଖାଉଥିଲେ ରୋହିତ, କଲେ ବଡ଼ ଖୁଲାସା

Sep 19, 2026 - 18:41
Rohit Sharma Reveals Favourite Midnight Food: ରାତିରେ ଭୋକ ଲାଗିଲେ କଣ ଖାଉଥିଲେ ରୋହିତ, କଲେ ବଡ଼ ଖୁଲାସା

ଟେଷ୍ଟ କ୍ରିକେଟ୍‌ର ଚାପ ଓ ନର୍ଭସନେସ୍‌ ଯୋଗୁଁ ରାତିରେ ନିଦ ହେଉନଥିଲା। ଆଉ ଏଭଳି ରାତିରେ ରୋହିତ ଶର୍ମାଙ୍କୁ ମା’ଙ୍କ ହାତରେ ତିଆରି ଏକ ଖାଦ୍ୟ ଦେଉଥିଲା ଆରାମ। ରୋହିତ କହିଛନ୍ତି, ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଓ ମ୍ୟାଚ୍‌ ସମୟରେ ସେ ଅନେକ ସମୟରେ ନର୍ଭସ ହୋଇଯାଉଥିଲେ। ଏହି ଚାପ ଯୋଗୁଁ ରାତିରେ ନିଦ ନଆସିବାରୁ ସେ ଦୀର୍ଘ ସମୟ ଅନିଦ୍ରା ରହୁଥିଲେ।

ତେବେ ରାତିରେ ଭୋକ ଲାଗିଲେ ରୋହିତ ଖୋଜୁଥିଲେ ତାଙ୍କ ମା’ଙ୍କ ହାତରେ ତିଆରି କଦଳୀ ୱାଫର୍ସ। ଏହା ତାଙ୍କର ପ୍ରିୟ ‘କମ୍ଫର୍ଟ ଫୁଡ୍’ ଥିଲା ଏବଂ ମ୍ୟାଚ୍ ସମୟରେ ସେ ଏହାକୁ ସାଙ୍ଗରେ ନେଇ ଚାଲୁଥିଲେ।

ବିଶେଷ କଥା ହେଉଛି, ଏହି ୱାଫର୍ସକୁ ତାଙ୍କ ମା’ ତେଲରେ ଭାଜୁନଥିଲେ, ବରଂ ବେକ୍ କରି ତିଆରି କରୁଥିଲେ। ନିଜ ଟେଲିଭିଜନ୍ ଶୋ’ ‘ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା’ରେ ରୋହିତ ନିଜର ଏହି ମିଡ୍‌ନାଇଟ୍ କ୍ରେଭିଂ ବିଷୟରେ କହିଛନ୍ତି।

୨୦୧୩ରୁ ୨୦୨୫ ମଧ୍ୟରେ ଭାରତ ପାଇଁ ୬୭ଟି ଟେଷ୍ଟ ଖେଳିଥିବା ରୋହିତ ୪,୩୦୧ ରନ୍ କରିଛନ୍ତି। ଏଥିରେ ୧୨ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ରହିଛି, ଯେଉଁଥିରେ ତାଙ୍କ ସର୍ବାଧିକ ସ୍କୋର ୨୧୨ ରନ୍।

ସେ କହିଛନ୍ତି, ଟେଷ୍ଟ ତାଙ୍କର ପ୍ରିୟ ଫର୍ମାଟ୍ ହୋଇଥିଲେ ମଧ୍ୟ ଏହାର ଚ୍ୟାଲେଞ୍ଜ ତାଙ୍କୁ ଅନେକ ସମୟରେ ରାତିରେ ଅନିଦ୍ରା ରହିବାକୁ ବାଧ୍ୟ କରୁଥିଲା। ସେହି ସମୟରେ ମା’ଙ୍କ ହାତର ଏହି ସାଧାରଣ କଦଳୀ ୱାଫର୍ସ ହିଁ ତାଙ୍କ ପାଇଁ ଥିଲା ବଡ଼ ସାନ୍ତ୍ୱନା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।