30 SEPTEMBER 2026

Welcome!

Unlock your personalized experience.
Sign Up

Rohu fish: ରୋହିମାଛର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ: ଜିନୋମ୍‌ ଏଡିଟିଂ କ୍ଷେତ୍ରରେ ଓଡ଼ିଶା ବୈଜ୍ଞାନିକଙ୍କ ସଫଳତା

Sep 30, 2026 - 06:04
Rohu fish: ରୋହିମାଛର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ: ଜିନୋମ୍‌ ଏଡିଟିଂ କ୍ଷେତ୍ରରେ ଓଡ଼ିଶା ବୈଜ୍ଞାନିକଙ୍କ ସଫଳତା

ଭୁବନେଶ୍ବର: ମଧୁର ଜଳ ମାଛ ‘ରୋହି’ର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ବ୍ୟବସାୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ରୋହି ମାଛରେ ପ୍ରଥମଥର ପାଇଁ ସଫଳତାର ସହ ଜିନୋମ୍‌ ଏଡିଟିଂ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି। କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟପାଳନ ପ୍ରତିଷ୍ଠାନ(ସିଫା) ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌)ର ବୈଜ୍ଞାନିକ ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱପ୍ରସିଦ୍ଧ ପତ୍ରିକା ‘ଫିସ୍ ଆଣ୍ଡ ସେଲଫିସ୍ ଇମ୍ୟୁନୋଲୋଜି’ ରେ ଏହି ଗବେଷଣା ନିବନ୍ଧ ପ୍ରକାଶ ପାଇଛି।

Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ

ରୋହି, ଭାକୁର ଓ ଜେବ୍ରାଫିସ୍‌ରେ ଜିନ୍‌ ‘ସେପ୍ଟିନ୍‌ ୮ଏ’ ରହିଛି। ବୈଜ୍ଞାନିକ ଲୋପାମୁଦ୍ରା ପରିଡ଼ା,  ପ୍ରମୋଦ କୁମାର ସାହୁ ଓ  ରାଜୀବ କେ. ସ୍ୱାଇଁଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ ରୋହିମାଛ ଶରୀରରେ ଥିବା ‘ସେପ୍ଟିନ୍‌ ୮ଏ’ ଜିନ୍‌ଟି ତା’ର ପ୍ରାରମ୍ଭିକ ବିକାଶ ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦାୟୀ। ଜୀବାଣୁ ଓ ପରଜୀବୀ  ଦ୍ୱାରା ଆକ୍ରାନ୍ତ ହେବା ପରେ ଏହି ଜିନ୍ ମାଛର କାତି, କିଡ୍‌ନି ଓ ପ୍ଲିହାରେ ସକ୍ରିୟ ହୋଇ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ପରୀକ୍ଷା ସମୟରେ ଏହି ଜିନ୍ ଯୋଗୁଁ ଆକ୍ରାନ୍ତ ମାଛଙ୍କ ବଞ୍ଚିବା ହାର ୫୫% ରହିଥିଲା।

Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ

ଜିନୋମ୍ ଏଡିଟିଂ ଦ୍ୱାରା ରୋହି ଓ ଜେବ୍ରାଫିସ୍ ଶରୀରରୁ ଏହି ଜିନ୍‌କୁ ନିଷ୍କ୍ରିୟ କରି ପରୀକ୍ଷା କରିଥିଲେ। ଯାହାଦ୍ୱାରା ମାଛର ବିକାଶ ବାଧାପ୍ରାପ୍ତ ହେବା ସହ ପ୍ରତିରୋଧକ କ୍ଷମତା କମିଯାଇଥିଲା। ମଧୁରଜଳ ଚାଷରେ ରୋହି ଏକ ପ୍ରମୁଖ ମାଛ। ପୂର୍ବରୁ ‘ସିଫା’ ପକ୍ଷରୁ ଅଧିକ ଉତ୍ପାଦନକ୍ଷମ ‘ଜୟନ୍ତୀ ରୋହି’ ଓ ‘ଅମୃତ ଭାକୁର’ ପ୍ରଜାତି ବିକଶିତ କରାଯାଇଛି। ବର୍ତ୍ତମାନ ଏହି ନୂତନ ଜିନୋମ୍ ଏଡିଟିଂ ସଫଳତା ଦ୍ୱାରା ଆଗାମୀ ଦିନରେ ଅଧିକ ରୋଗ ପ୍ରତିରୋଧକ ଶକ୍ତିସମ୍ପନ୍ନ ଓ ସୁସ୍ଥ ରୋହି ମାଛର ଜେନେଟିକ୍ ବିକାଶ କରାଯାଇପାରିବ। ଯାହା ମାଛ ଚାଷୀଙ୍କୁ ମଡ଼କ ଜନିତ ଆର୍ଥିକ କ୍ଷତିରୁ ରକ୍ଷା କରିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।