‘ଚିଠି’ର ଶରତ ସଂଖ୍ୟା ୨୦୨୬ ଉନ୍ମୋଚିତ: ‘ଆଗକୁ ଯାଇ ପୁଣି ପଛକୁ ଫେରିବା ଜୀବନର ଏକ ଅଭ୍ୟାସ’
"କଟକ: ଆମ ମୋବାଇଲ୍ରେ ବହୁ ହ୍ବାଟ୍ସଆପ୍ ଗ୍ରୁପ୍ ଓ ସିଙ୍ଗିଲ ଚାଟ୍ ରହିଛି।
ମାତ୍ର ଏତେ ଚାଟ୍ ଥାଇ ବି ଆମେ ସମସ୍ତେ ବହୁ ସମୟରେ ଏକୁଟିଆ ଅନୁଭବ କରୁଛୁ।
ମୋବାଇଲ୍ ଯୁଗରେ ଆମେ ତତ୍କ୍ଷଣାତ ଆମ ପ୍ରତିକ୍ରିୟା ରଖିପାରୁଛେ।
ମାତ୍ର ତାହା ଦୀର୍ଘସ୍ଥାୟୀ ନୁହଁ।
ହେଲେ ନିଜ ଲୋକର ହାତଲେଖା ଚିଠି ବହୁ ଲୋକଙ୍କ ଜୀବନରେ ବହୁବର୍ଷ ଧରି ଏକ ସୁନ୍ଦର ସ୍ମୃତି ହୋଇ ରହିଯାଏ।
ଆମେ ବହୁତ ଆଗକୁ ଯିବା ପରେ ପୁଣି ଥରେ ପଛକୁ ଫେରିବା ଜୀବନର ଏକ ଅଭ୍ୟାସ ରହିଛି।
ତାହାକୁ କାଳଚକ୍ର କୁହାଯାଏ।
ଆଜିର ଯୁବପିଢ଼ି ଗ୍ରାମଫୋନ୍, ପୁରୁଣା ରିଲ୍ କ୍ୟାମେରା ପରି ପୁରୁଣା ଜିନିଷ ପ୍ରତି ଆକୃଷ୍ଟ ହେଉଛନ୍ତି।
ଏହି ଫେରିବାରେ ଚିଠି ଲେଖିବାର ପରମ୍ପରା ଧୀରେ ଧୀରେ ଆମ ମଧ୍ୟକୁ ଫେରି ଆସୁଛି ବୋଲି "ଚିଠି"ର ଶରତ ସଂଖ୍ୟା ୨୦୨୬ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ "ସମ୍ବାଦ ଓ କନକ ନ୍ୟୁଜ୍"ର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି। Advertisment Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ ରେଭେନ୍ସା ବିଶ୍ବବିଦ୍ୟାଳୟର ସେଭେନ୍ ପିଲାର୍ସସ୍ଥିତ ଆନେକ୍ସ-୨ରେ "ଚିଠି"ର ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ବିଶ୍ବରଂଜନଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିି ଭାବେ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ଊର୍ମିଶ୍ରୀ ବେଦମତ୍ତା, ବିଶିଷ୍ଟ କବି ଓ ସ୍ତମ୍ଭକାର ଡକ୍ଟର ଧନଞ୍ଜୟ ସ୍ବାଇଁ ଯୋଗ ଦେଇଥିଲେ। "ଚିଠି"ର ସମ୍ପାଦକ ନେତାଜୀ ଅଭିନନ୍ଦନ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ନିମନ୍ତ୍ରିତ ଅତିଥିଙ୍କ ଦ୍ବାରା "ଚିଠି" ଶରତ ସଂଖ୍ୟା ୨୦୨୬କୁ ଉନ୍ମୋଚନ କରାଯାଇଛି।
କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀଙ୍କ ସହ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ଓ ଗୀତିକାର ବିଜୟ ମଲ୍ଲ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।