Ronaldo suspended: ରୋନାଲ୍‌ଡୋ ନିଲମ୍ବିତ

Oct 11, 2026 - 05:37
Ronaldo suspended: ରୋନାଲ୍‌ଡୋ ନିଲମ୍ବିତ

"ଲିସ୍‌ବନ: କିଂବଦନ୍ତି ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ନିଲମ୍ବିତ କରିଛି ପର୍ତ୍ତୁଗାଲ ଫୁଟବଲ ମହାସଂଘ।

ଏହା ସହିତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ଡେନମାର୍କ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳୀୟ ଶିବିର ଛାଡ଼ି ଚାଲିଯାଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗତ ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ନରୱେ ବିପକ୍ଷ ନେସନ୍ସ ଲିଗ୍‌ ମ୍ୟାଚ୍‌ରେ ତାଙ୍କୁ ୩୦ ମିନିଟ୍‌ ଖେଳାଯିବାକୁ କୁହାଯାଇଥିଲା, ସେଥିପାଇଁ ସେ ୱାର୍ମଅପ୍‌ ବି କରିଥିଲେ, କିନ୍ତୁ ଖେଳାଯାଇ ନଥିଲା।

ଏଥିରେ କ୍ଷୁବ୍ଧ‌ ହୋଇ ସେ ଦଳୀୟ ଶିବିର ଛାଡ଼ି ଚାଲିଯାଇଥିଲେ।Advertisment Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ ତେବେ ପରେ ରୋନାଲ୍‌ଡୋ ଦଳର ପ୍ରଶିକ୍ଷକ ଜର୍ସ ଜେସୁସଙ୍କୁ ସମାଲୋଚନା କରିବା ସହ ଦଳର ସମର୍ଥକମାନଙ୍କୁ ନିଜ ଆଚରଣ ପାଇଁ କ୍ଷମା ମାଗିଥିଲେ।

ଏହା ସହିତ ତାଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ଗ୍ରହଣ କରିବେ ବୋଲି କହିଥିଲେ।

ସ୍ପଷ୍ଟ କରି କହିଥିଲେ ଯେ ନିଲମ୍ବନ ଶେଷ ହେବା ପରେ ସେ ପୁଣି ଜାତୀୟ ଦଳକୁ ଫେରିବେ।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।