Ronaldo: ରୋନାଲ୍ଡୋଙ୍କୁ ପ୍ରଥମ ‘ବୋଟ୍’ ପୁରସ୍କାର
ପ୍ୟାରିସ୍: ଫ୍ରାନ୍ସ ଫୁଟ୍ବଲ୍ ପକ୍ଷରୁ ପ୍ରଥମ ଥର ଲାଗି ଆରମ୍ଭ ହୋଇଥିବା 'ସର୍ବକାଳୀନ ବାଲନ ଓ'ଡିଓର୍' (ବୋଟ୍) ପୁରସ୍କାର ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଜିତି ନେଇଛନ୍ତି।
ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ୨୦୦୮ରେ ତାଙ୍କ ପ୍ରଦର୍ଶନକୁ ବାଲନ୍ ଡି'ଓର୍ ଇତିହାସର ଶ୍ରେଷ୍ଠ ବ୍ୟକ୍ତିଗତ ବର୍ଷ ଭାବେ ପ୍ରଶଂସକମାନେ ମାନ୍ୟତା ଦେଇଛନ୍ତି।
Advertisment ଏହି ପୁରସ୍କାର ଦୌଡ଼ରେ ଥିବା ତାଙ୍କର ବହୁଦିନର ପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନା ତାରକା ତଥା ରେକର୍ଡ ୮ ଥର ବାଲନ ଡି'ଓର୍ ପୁରସ୍କାର ପାଇଥିବା ଲିଓନେଲ୍ ମେସିଙ୍କୁ ସେ ପଛରେ ପକାଇ ଦେଇଛନ୍ତି।
୨୦୧୨ର ମେସି ରେକର୍ଡ ୯୧ ଗୋଲ୍ କରିଥିଲେ ମଧ୍ୟ ୫ ଥର ବାଲନ ଡି'ଓର୍ ବିଜେତା ରୋନାଲ୍ଡୋଙ୍କ ୨୦୦୮ ବର୍ଷ ପ୍ରଦର୍ଶନକୁ ଅଧିକ ଭୋଟ୍ ମିଳିଥିଲା।
ସାଧାରଣତଃ ବାଲନ୍ ଡି'ଓର୍ ପୁରସ୍କାର ବିଜେତାଙ୍କୁ ସାମ୍ବାଦିକମାନେ ବାଛୁଥିବା ବେଳେ 'ବୋଟ୍' ବିଜେତାଙ୍କୁ ପ୍ରଶଂସକମାନେ ଡିଜିଟାଲ୍ ଭୋଟ୍ ମାଧ୍ୟମରେ ବାଛିଛନ୍ତି।
Uma Kashwi: ୧୫ ବର୍ଷ ବୟସରେ ଇତିହାସ ରଚିଲେ ଉମା କାଶ୍ୱୀ: WPLରେ ସାମିଲ ହେବାରେ ସବୁଠୁ କମ ବୟସର ଖେଳାଳି ପ୍ରତି ଭୋଟ୍ ପାଇଁ ଏକ ୟୁରୋ ଦେବାକୁ ପଡ଼ିଥିଲେ ମଧ୍ୟ ୫,୦୦୦ରୁ ଅଧିକ ପ୍ରଶଂସକ ଖୁସିର ସହ ଏକାଧିକ ଥର ଭୋଟ୍ ଦେଇଥିଲେ।
ସୂଚନାଯୋଗ୍ୟ ଯେ ମେସି ଓ ରୋନାଲ୍ଡୋଙ୍କ ବାଦ୍ ଏକାଧିକ ଥର ବାଲନ ଡି'ଓର୍ ପୁରସ୍କାର ବିଜେତା ଜୋହାନ କ୍ରୁଇଫ, ମିଚେଲ ପ୍ଲାଟିନି, ମାର୍କୋ ଭାନ୍ ବାଷ୍ଟେନ, କାର୍ଲ-ହେଞ୍ଜ ରୁମେନିଗେ, କେଭିନ କିଗାନ, ଫ୍ରାଞ୍ଜ ବେକେନବର, ଅଲଫ୍ରେଡୋ ଡି ଷ୍ଟିଫାନୋ ଓ ରୋନାଲ୍ଡୋ ନାଜାରିଓ 'ବୋଟ୍' ପୁରସ୍କାର ଦୌଡ଼ରେ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।