Rourkela Cyclists: ସଂଘର୍ଷର କାହାଣୀ ପ୍ରୋରଣାର ଉତ୍ସ: ରାଉରକେଲାର ଉଦୀୟମାନ ସାଇକ୍ଲିଷ୍ଟ୍ ପ୍ରୀତମ, ରିୟା
"ରାଉରକେଲା (ଦେବବ୍ରତ ଗଡ଼ତିଆ): ରାଉରକେଲାର ଦୁଇ ପ୍ରତିଭାବାନ ସାଇକଲ ଚାଳକ ପ୍ରୀତମ ପରମାଣିକ (୧୩) ଓ ରିୟା କୁମାରୀ (୧୭)।
ଅତି ସାଧାରଣ ପରିବାରରୁ ଆସିଥିବା ଏହି ଦୁଇ ପ୍ରତିଭା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ନିଜକୁ ପ୍ରମାଣିତ କରିପାରିଛନ୍ତି।
ଆର୍ଥିକ ଅନଟନ ସେମାନଙ୍କର ସ୍ୱପ୍ନ ଆଗରେ କେବେହେଲେ ପ୍ରତିବନ୍ଧକ ସାଜିପାରିନି।
ପ୍ରୀତମଙ୍କ ବାପା ଜଣେ ଗ୍ୟାରେଜ ମେକାନିକ ଭାବେ କାର୍ଯ୍ୟ କରୁଥିବା ବେଳେ ରିୟାଙ୍କ ବାପା ଜଣେ ଅଟୋ ଚାଳକ।
ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଥିଲେ ମଧ୍ୟ, ସନ୍ତାନଙ୍କ କ୍ରୀଡ଼ା ପ୍ରତି ଥିବା ଆଗ୍ରହକୁ ସେମାନେ ସଦାସର୍ବଦା ପ୍ରୋତ୍ସାହିତ କରିଆସିଛନ୍ତି।
ତେବେ ଅର୍ଥାଭାବ ଯୋଗୁ ଆଜି ବି ଉଭୟେ ସାଇକଲ କିଣିବାକୁ ଅସମର୍ଥ।
ଏହି ଦୁଇ ଉଦୀୟମାନ କ୍ରୀଡ଼ାବିତ୍ଙ୍କ ସଂଘର୍ଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରୋରଣାର ଉତ୍ସ ପାଲଟିଛି।Advertisment ପ୍ରୀତମ ପରମାଣିକପ୍ରୀତମଙ୍କ ବାପା ସୋନୁ ପରମାଣିକ ଜଣେ ଗ୍ୟାରେଜ୍ ମେକାନିକ୍।
ମା" ଉର୍ମିଳା ଗୃହିଣୀ।
ପିଲାଟି ଦିନରୁ ଆର୍ଥିକ ଅନଟନ ଲାଗିରହିଥିଲା।
ବାପାଙ୍କ ରୋଜଗାରରେ କଷ୍ଟେମଷ୍ଟେ ୫ ପ୍ରାଣୀର ପରିବାର ଚଳୁଛି।
ପ୍ରୀତମ ଆରମ୍ଭରୁ ଫୁଟବଲ ଖେଳୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସାଇକ୍ଲିଂ ପ୍ରତି ଆକର୍ଷିତ ହୋଇଥିଲେ।
ଆର୍ଥିକ ଦୁରବସ୍ଥା ଯୋଗୁ ସାଇକଲ ଟିଏ କିଣିବା ସମ୍ଭବ ନଥିଲା।
ତେବେ ୨୦୨୩ ମସିହାରେ ଦିବଙ୍ଗତ କୋଚ୍ ସୁଶୀଳ ଦାଶ ଏକ ସାଇକଲ ଉପହାର ଦେଇଥିଲେ।
ସେବେଠାରୁ ଆଜି ପର୍ଯ୍ୟନ୍ତ, ୩ ବର୍ଷ ହେଲା ଉକ୍ତ ସାଇକଲରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଉଛନ୍ତି।
ପ୍ରୀତମ ୨୦୨୩ରେ କେନ୍ଦୁଝରରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତା, ପୁରୀ ରାଜ୍ୟ ଚାମ୍ପିଅନସିପ୍ (୨୦୨୪), ସୁନ୍ଦରଗଡ଼ରେ ଅନୁଷ୍ଠିତ ରାଜ୍ୟ ଚାମ୍ପିଅନସିପ୍ (୨୦୨୫)ରେ ଭାଗନେଇଥିଲେ ମଧ୍ୟ ସଫଳତା ମିଳିନଥିଲା।
ତେବେ ୨୦୨୫ରେ ଭୁବନେଶ୍ବରରେ ଅନୁଷ୍ଠିତ ଟ୍ରାକ୍ ରାଜ୍ୟ ଚାମ୍ପିଅନସିପ୍ରେ ଇଣ୍ଡିଭିଜୁଆଲ୍ ପର୍ସୁଇଟ୍ରେ ରୌପ୍ୟପଦକ ଜିତିଥିଲେ।
ରାଉରକେଲାରେ ଗତ ସେପ୍ଟେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୪୩ତମ ରାଜ୍ୟ ସାଇକ୍ଲିଂ ପ୍ରତିଯୋଗିତାର ତାଙ୍କୁ ଦ୍ବୈତ ସଫଳତା ମିଳିଥିଲା।
୧୪ ବର୍ଷରୁ କମ୍ ବର୍ଗରେ ଉଭୟ ଟାଇମ୍ ଟ୍ରାଏଲ୍ ଓ ମାସ୍ ଷ୍ଟାର୍ଟ୍ରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଏବେ ବି ଆର୍ଥିକ ଅଭାବ ଲାଗିରହିଛି।
ଏମିତିକି କୋଚ୍ଙ୍କ ଦ୍ବାରା ମିଳିଥିବା ସାଇକଲ ମରାମତି ପାଇଁ ବି ଅର୍ଥ ବାଧକ ସାଜିଥିବା କହିଛନ୍ତି।
ବାଇକ୍ ଧକ୍କାରେ ସାଇକଲ ଚାଳକ ମୃତ ରିୟା କୁମାରୀନୟାବଜାର ପାଣିଟାଙ୍କି ବସ୍ତିରେ ରୁହନ୍ତି ରିୟା।
ବାପା ସୁବୋଧ ପ୍ରସାଦ ଜଣେ ଅଟୋ ଚାଳକ, ମା" ପିଙ୍କି ପ୍ରସାଦ ଗୃହିଣୀ, ୨ ଭଉଣୀ ଓ ୨ ଭାଇ।
ଦୁଇ ବର୍ଷ ପୁର୍ବେ, ତାଙ୍କୁ ୧୫ ବର୍ଷ ହେଉଥିବା ସମୟରେ ସେ ସାଇକଲ ଚାଳନା ଆରମ୍ଭ କରିଥିଲେ।
ତେବେ ଜଣେ ପ୍ରଫେସନାଲ ଚାଳକ ହେବା ପାଇଁ ନୁହେଁ, ବରଂ ସୁସ୍ଥ ରହିବା ପାଇଁ ମା"ଙ୍କ ନିର୍ଦ୍ଦେଶରେ ସାଇକଲ ଚାଳନା କରୁଥିଲେ।
ଏମିତି ସାଇକଲ ଚଳାଉଥିବା ବେଳେ ପ୍ରଶିକ୍ଷକ ଗୋପୀନାଥ ପଣ୍ଡାଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।
ପରେ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ନେଇ ସାଇକ୍ଲିଂ ଜୀବନ ଆରମ୍ଭ କରିଥିଲେ।
ଆର୍ଥିକ ସମସ୍ୟା ଯୋଗୁ ସାଇକଲ ଟିଏ କିଣିବା ସମ୍ଭବ ହେଉନଥିବା ବେଳେ ପାରିବାରିକ ଋଣ, ସ୍ଥିତିକୁ ଆହୁରି ଦୁର୍ବଳ କରିଦେଇଛି।
ତେବେ ଏହା ତାଙ୍କ ସଫଳତାକୁ ରୋକିପାରିନି।
୨୦୨୪ରେ କଟକ ରାଜ୍ୟ ଚାମ୍ପିଅନସିପ୍ରେ ୫ମ ସ୍ଥାନରେ ରହିଥିବା ବେଳେ ୦୨୪ ସ୍କୁଲ୍ ଗେମ୍ସରେ କାଂସ୍ୟ ପଦକ, ୨୦୨୫ ସୁନ୍ଦରଗଡ଼ରେ ଅନୁଷ୍ଠିତ ରାଜ୍ୟ ଚାମ୍ପିଅନସିପ୍ରେ ଟାଇମ୍ ଟ୍ରାଏଲ୍ରେ ସ୍ବର୍ଣ୍ଣ ଓ ମାସ୍ ଷ୍ଟାର୍ଟ୍ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।
ତେବେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାରେ ଉଭୟ ଟାଇମ୍ ଟ୍ରାଏଲ୍ ଓ ମାସ୍ ଷ୍ଟାର୍ଟ୍ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।