Rourkela Girl’s Novel Creates a Remarkable Record: ଅଷ୍ଟମ ଶ୍ରେଣୀରେ ରେକର୍ଡ, ଇଂରାଜୀ ଉପନ୍ୟାସ ଲେଖି ଚମକାଇଲେ ରାଉରକେଲାର ଅନନ୍ଦିତା

Oct 04, 2026 - 16:08
Rourkela Girl’s Novel Creates a Remarkable Record: ଅଷ୍ଟମ ଶ୍ରେଣୀରେ ରେକର୍ଡ, ଇଂରାଜୀ ଉପନ୍ୟାସ ଲେଖି ଚମକାଇଲେ ରାଉରକେଲାର ଅନନ୍ଦିତା

ରେକର୍ଡ କରିବାର ନିଶା ସମସ୍ତଙ୍କୁ କିଛି ନୂଆ ନୂଆ ଉଦ୍ଭାବନ ଆଡକୁ ନେଇଥାଏ। ରାଉରକେଲା ସେକ୍ଟର-4ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନନ୍ଦିତା ଆଚାର୍ଯ୍ୟ। ଇଂରାଜୀ ଭାଷାରେ ଉପନ୍ୟାସ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଅନନ୍ଦିତା। ଏହି ବିରଳ ରେକର୍ଡ କରିବାରେ ଅନନ୍ଦିତା ରାଜ୍ୟରେ ପ୍ରଥମ ନାବାଳିକା। ତେବେ ସେ କରିଥିବା ରେକର୍ଡକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଚର୍ଚ୍ଚା ତାଙ୍କ ରଚିତ ଉପନ୍ୟାସର ନାଁ।

ଅନନ୍ଦିତା ରଚନା କରିଥିବା ଉପନ୍ୟାସର ନାଁ ହେଉଛି 'ମାୟାଭବନ ଡିମାଣ୍ଡ ଜଷ୍ଟିସ'। ଯେଉଁଥିରେ ମୁଖ୍ୟ ଚରିତ୍ର ହେଉଛନ୍ତି ମହିଳା। ପୁରୁଷ କୈନ୍ଦ୍ରିକ ସମାଜରେ ପୁଣି ଏତେ ଛୋଟ ବୟସରେ ଏଭଳି ଉପନ୍ୟାସ ଲେଖି ଏବେ ଅନନ୍ଦିତା ସମସ୍ତଙ୍କୁ ଚକିତ କରିଛନ୍ତି। ତେବେ ଆଗକୁ ମଧ୍ୟ ଏମିତି ବିଶ୍ୱ ଦରବାରରେ ଓଡ଼ିଶା ଓ ରାଉରକେଲା ସହରର ନାଁ ରଖିବାକୁ ଚେଷ୍ଟା କରିବେ ବୋଲି ଅନନ୍ଦିତା କହିଛନ୍ତି। 

 କୁନି ବୟସରେ ବିରଳ ରେକର୍ଡ
'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ'ରେ ସ୍ଥାନ ପାଇଲା ଇଂରାଜୀ ଉପନ୍ୟାସ 
'ମାୟାଭବନ ଡିମାଣ୍ଡ ଜଷ୍ଟିସ' ରଚନା କରିଛନ୍ତି ଅନନ୍ଦିତା ଆଚାର୍ଯ୍ୟ
ସବୁଠୁ ଲମ୍ବା ଇଂରାଜୀ ଉପନ୍ୟାସ 'ମାୟାଭବନ ଡିମାଣ୍ଡ ଜଷ୍ଟିସ'
ଉପନ୍ୟାସରେ ମହିଳାଙ୍କୁ ଦିଆଯାଇଛି ମୁଖ୍ୟ ଚରିତ୍ର
ଆଗକୁ ବି ବିଶ୍ୱ ଦରବାରରେ ଓଡ଼ିଶାର ନାଁ ରଖିବି- ଅନନ୍ଦିତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।