Rourkela Housing Board ହାଉସିଂ ବୋର୍ଡ ବାସଗୃହ ମାଲିକାନା ମିଳିବା ବାଟ ଫିଟିଲା, ରିପୋର୍ଟ ଦେଲେ ତହସିଲଦାର

Nov 06, 2026 - 23:07
Rourkela Housing Board ହାଉସିଂ ବୋର୍ଡ ବାସଗୃହ ମାଲିକାନା ମିଳିବା ବାଟ ଫିଟିଲା, ରିପୋର୍ଟ ଦେଲେ ତହସିଲଦାର

ରାଉରକେଲା (ଦେବ ଗଡ଼ତିଆ): ଖୁବଶୀଘ୍ର ହାଉସିଂ ବୋର୍ଡ ଜମି ମାଲିକଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ।

ରାଜ୍ୟ ଗୃହନିର୍ମାଣ ବୋର୍ଡ (ଓଏସ୍‌ଏଚ୍‌ବି) ଜମି ଲିଜ୍‌ହୋଲ୍ଡରୁ ଫ୍ରି'ହୋଲ୍ଡ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେଇଛନ୍ତି।

ଏନେଇ ରାଉରକେଲା ତହସିଲଦାରଙ୍କ ରିପୋର୍ଟ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଛି।

Advertisment Rourkela Murder Case: ଝାଡ଼ଖଣ୍ଡ ଯୁବକଙ୍କୁ ପଥର ଛେଚି ହତ୍ୟା ମାମଲା, ୮ ବର୍ଷ ପରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଗତକାଲି (ଗୁରୁବାର) ତହସିଲଦାବର ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତୀୟ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି।

ପ୍ରାୟ ୯ ମାସ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଜମି ବିବାଦର ସମାଧାନ କରି ରିପୋର୍ଟ ଦେବାକୁ ରାଉରକେଲା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅନେକ ଦିନ ଧରି ଚାଲିଥିବା ଯାଞ୍ଚ ଓ ଜମି ରେକର୍ଡ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଏହି ରିପୋର୍ଟ ପ୍ରଦାନ କରାଯାଇଛି।

ଏଥିରେ ଯାହା ହାଉସିଂ ବୋର୍ଡ ବାସିନ୍ଦାଙ୍କ ପାଇଁ ସ୍ଥାୟୀ ମାଲିକାନା ଅଧିକାର ପ୍ରଦାନ କରିବାକୁ ସାକାରତ୍ମକ ମତ ଦିଆଯାଇଛି।

Rourkela Battery Theft Gang ରାତି ଅଧିଆ ଟ୍ରକ୍‌, ହାଇୱାରୁ ଚୋରି କରୁଥିଲେ ବ୍ୟାଟେରି, ଧରାପଡ଼ିଲେ ଗ୍ୟାଙ୍ଗ୍‌ର ୬ ସଦସ୍ୟ ସୂଚନାଯୋଗ୍ୟ, ରାଉରକେଲା ଗୃହନିର୍ମାଣ ବୋର୍ଡ ଅଧୀନରେ ଥିବା ପ୍ରାୟ ୫,୧୦୦ ରୁ ଅଧିକ ବାସଗୃହ ମାଲିକ ଦୀର୍ଘବର୍ଷ ହେଲା ମାଲିକାନା ପରିବର୍ତ୍ତନ ଓ ଲିଜ୍‌ହୋଲ୍ଡରୁ ଫ୍ରିହୋଲ୍ଡ ସମସ୍ୟା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜମି ରେକର୍ଡର ତ୍ରୁଟି ଏବଂ ପୁରୁଣା ଓ ନୂଆ ଜମି ରାଜସ୍ୱ ରେକର୍ଡ (ହାଲ୍ ଓ ସାବିକ୍‌) ମଧ୍ୟରେ ଥିବା ଅସଙ୍ଗତି ରହିଥିଲା।

ଏହାସହ ଓଏସ୍‌ଏଚ୍‌ବି, ରାଉରକେଲା ପ୍ରକଳ୍ପ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତସଂଖ୍ୟକ କର୍ମଚାରୀ ନଥିବାରୁ ହିତାଧିକାରୀଙ୍କୁ ନାଁ ପରିବର୍ତ୍ତନ, ଏନ୍‌ଓସି ଆଦି ଛୋଟ ଛୋଟ କାମ ପାଇଁ ଭୁବନେଶ୍ବରଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଥିଲା।

ଏମିତିକି ମାଲିକାନାସତ୍ତ୍ୱ ମିଳିନଥିବାରୁ ବାସଗୃହ ବିକ୍ରି କରିବା, ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର କରିବା କିମ୍ବା ବ୍ୟାଙ୍କରୁ ଋଣ ଆଣିବାରେ ମାଲିକମାନେ ବିଭିନ୍ନ ପ୍ରତିବନ୍ଧକର ସାମ୍ନା କରୁଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।