RRB NTPC Recruitment 2026: ରେଲୱେରେ ୧୬୮୮ ପଦବୀ ପାଇଁ ବଡ଼ ନିଯୁକ୍ତି ସୁଯୋଗ; ଦ୍ୱାଦଶ ପାସ୍ କରିଥିଲେ କରିପାରିବେ ଆବେଦନ

Oct 15, 2026 - 18:36
RRB NTPC Recruitment 2026: ରେଲୱେରେ ୧୬୮୮ ପଦବୀ ପାଇଁ ବଡ଼ ନିଯୁକ୍ତି ସୁଯୋଗ; ଦ୍ୱାଦଶ ପାସ୍ କରିଥିଲେ କରିପାରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି କରିବାକୁ ଇଚ୍ଛୁକ ଯୁବକଯୁବତୀଙ୍କ ପାଇଁ ଖୁସି ଖବର। ରେଲୱେ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ନନ୍-ଟେକ୍ନିକାଲ୍ ପପୁଲାର କ୍ୟାଟେଗୋରୀ (NTPC) ଅଣ୍ଡରଗ୍ରାଜୁଏଟ୍ ନିଯୁକ୍ତି ୨୦୨୬-୨୭ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି। ମୋଟ ୧୬୮୮ଟି ପଦବୀ ପୂରଣ କରାଯିବ। ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ଅକ୍ଟୋବର ୧୫ରୁ ଅନଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ନଭେମ୍ବର ୧୩ ରହିଛି।

ଭାରତୀୟ ରେଲୱେରେ ସରକାରୀ ଚାକିରି ପାଇବାକୁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ରେଲୱେ ନିଯୁକ୍ତି ବୋର୍ଡ ପକ୍ଷରୁ NTPC ଅଣ୍ଡରଗ୍ରାଜୁଏଟ୍ ବର୍ଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବା କୁହାଯାଇଛି। ବିଜ୍ଞପ୍ତି ସଂଖ୍ୟା CEN 07/2026 ଅନୁଯାୟୀ, ମୋଟ ୧୬୮୮ଟି ପଦବୀ ପୂରଣ କରାଯିବ।

ଏହି ନିଯୁକ୍ତି ପ୍ରକ୍ରିୟାରେ କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଆକାଉଣ୍ଟସ୍ କ୍ଲର୍କ କମ୍ ଟାଇପିଷ୍ଟ, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ ଏବଂ ଟ୍ରେନ୍ସ କ୍ଲର୍କ ଭଳି ପଦବୀ ରହିଛି। ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ନିଯୁକ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତାରିଖ

  • ବିଜ୍ଞପ୍ତି ପ୍ରକାଶ: ୧୪ ଅକ୍ଟୋବର ୨୦୨୬
  • ଅନଲାଇନ୍ ଆବେଦନ ଆରମ୍ଭ: ୧୫ ଅକ୍ଟୋବର ୨୦୨୬
  • ଆବେଦନର ଶେଷ ତାରିଖ: ୧୩ ନଭେମ୍ବର ୨୦୨୬
  • ଆବେଦନର ଶେଷ ସମୟ: ରାତି ୧୧ଟା ୫୯ ମିନିଟ୍
  • ଆବେଦନ ଶୁଳ୍କ ଜମାର ଶେଷ ତାରିଖ: ୧୫ ନଭେମ୍ବର ୨୦୨୬
  • ଆବେଦନ ଫର୍ମ ସଂଶୋଧନ: ୧୬ରୁ ୨୫ ନଭେମ୍ବର ୨୦୨୬
  • ପରୀକ୍ଷା ତାରିଖ: ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

କେଉଁ ପଦବୀରେ କେତେ ନିଯୁକ୍ତି?

  • କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ: ୭୦୦ ପଦବୀ
  • ଆକାଉଣ୍ଟସ୍ କ୍ଲର୍କ କମ୍ ଟାଇପିଷ୍ଟ: ୨୦୦ ପଦବୀ
  • ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ: ୬୦୦ ପଦବୀ
  • ଟ୍ରେନ୍ସ କ୍ଲର୍କ: ୧୮୮ ପଦବୀ
  • ମୋଟ ପଦବୀ: ୧୬୮୮

ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି?

  • ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ କିମ୍ବା ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ପଦବୀ ଅନୁସାରେ ସର୍ବନିମ୍ନ ମାର୍କ ଓ ଅନ୍ୟାନ୍ୟ ଯୋଗ୍ୟତା ଭିନ୍ନ ହୋଇପାରେ।
  • ଟାଇପିଷ୍ଟ ପଦବୀ ପାଇଁ ଆବଶ୍ୟକ ଟାଇପିଂ ଦକ୍ଷତା ରହିବା ଜରୁରୀ।
  • ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ସମ୍ପୂର୍ଣ୍ଣ ନିଯୁକ୍ତି ବିଜ୍ଞପ୍ତି ପଢ଼ିବା ଉଚିତ।

ବୟସ ସୀମା କେତେ?

  • ସର୍ବନିମ୍ନ ବୟସ: ୧୮ ବର୍ଷ
  • ସର୍ବାଧିକ ବୟସ: ୩୦ ବର୍ଷ
  • ବୟସ ଗଣନା: ୧ ଜାନୁଆରୀ ୨୦୨୭ ଅନୁସାରେ

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ରିହାତି ମିଳିବ।

ଆବେଦନ ଶୁଳ୍କ କେତେ?

  • ସାଧାରଣ ଓ OBC ବର୍ଗ: ୫୦୦ ଟଙ୍କା
  • SC/ST ବର୍ଗ: ୨୫୦ ଟଙ୍କା
  • ମହିଳା ପ୍ରାର୍ଥୀ: ୨୫୦ ଟଙ୍କା
  • ପୂର୍ବତନ ସେନା କର୍ମଚାରୀ: ୨୫୦ ଟଙ୍କା
  • ଦିବ୍ୟାଙ୍ଗ ପ୍ରାର୍ଥୀ: ୨୫୦ ଟଙ୍କା
  • ଟ୍ରାନ୍ସଜେଣ୍ଡର, ଆର୍ଥିକ ଦୁର୍ବଳ ବର୍ଗ ଓ ସଂଖ୍ୟାଲଘୁ ପ୍ରାର୍ଥୀ: ୨୫୦ ଟଙ୍କା
  • ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT-1)ରେ ଯୋଗଦେବା ପରେ ନିୟମ ଅନୁସାରେ ଆବେଦନ ଶୁଳ୍କର କିଛି ଅଂଶ ଫେରସ୍ତ କରାଯିବ।
  • ୫୦୦ ଟଙ୍କା ଶୁଳ୍କ ଦେଇଥିବା ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ଫେରସ୍ତ ମିଳିବ।
  • ୨୫୦ ଟଙ୍କା ଶୁଳ୍କ ଦେଇଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ୨୫୦ ଟଙ୍କା ଫେରସ୍ତ ମିଳିବ।

RRB NTPC UG ନିଯୁକ୍ତି ପାଇଁ କିପରି ଆବେଦନ କରିବେ?

  • ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ଅନଲାଇନ୍‌ରେ ଆବେଦନ କରିପାରିବେ।
  • ପ୍ରଥମେ ରେଲୱେ ନିଯୁକ୍ତି ବୋର୍ଡର ଅଫିସିଆଲ୍ ୱେବ୍‌ସାଇଟ୍ rrb.indianrailways.gov.in କୁ ଯାଆନ୍ତୁ।
  • ହୋମ୍‌ପେଜ୍‌ରେ RRB NTPC Undergraduate Recruitment 2026 (CEN 07/2026) ଲିଙ୍କ୍ ଖୋଜନ୍ତୁ।
  • ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ନିଜର ପଞ୍ଜୀକରଣ କରନ୍ତୁ।
  • ପଞ୍ଜୀକରଣ ପରେ ଲଗ୍‌ଇନ୍ କରି ଆବେଦନ ଫର୍ମ ଖୋଲନ୍ତୁ।
  • ନିଜର ନାମ, ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ପୂରଣ କରନ୍ତୁ।
  • ନିର୍ଦ୍ଧାରିତ ନିୟମ ଅନୁସାରେ ଫଟୋ, ଦସ୍ତଖତ ଓ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରନ୍ତୁ।
  • ନିଜ ବର୍ଗ ଅନୁସାରେ ଆବେଦନ ଶୁଳ୍କ ଅନଲାଇନ୍‌ରେ ଜମା କରନ୍ତୁ।
  • ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ଆବେଦନ ଫର୍ମ ସବ୍‌ମିଟ୍ କରନ୍ତୁ।
  • ଭବିଷ୍ୟତ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ କିମ୍ବା PDF କପି ସୁରକ୍ଷିତ ରଖନ୍ତୁ।

ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଅନଲାଇନ୍ ଆବେଦନ ସମୟରେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନ କରି ଆଗୁଆ ଫର୍ମ ପୂରଣ କରିବା ଉଚିତ। ଏହାଦ୍ୱାରା ୱେବ୍‌ସାଇଟ୍‌ରେ ବୈଷୟିକ ସମସ୍ୟା କିମ୍ବା ଅନ୍ୟାନ୍ୟ ଅସୁବିଧାରୁ ରକ୍ଷା ମିଳିପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।