RRB Station Master Recruitment 2026: ରେଳବାଇରେ ପୂରଣ ହେବ ୧୨୦୦ରୁ ଅଧିକ ପଦବୀ; ଫାଇଦା ନେବା ଗ୍ରାଜୁଏସନ୍ ପ୍ରାର୍ଥୀ, ଆଜିଠୁ ଆବେଦନ
ରେଳବାଇରେ ଷ୍ଟେସନ୍ ମାଷ୍ଟର ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀଙ୍କ ପାଇଁ ବଡ଼ ସୁଯୋଗ।
Railway Recruitment Board ବା RRB ପକ୍ଷରୁ Station Master Recruitment 2026 ପାଇଁ ଅକ୍ଟୋବର ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
ସ୍ନାତକ ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ବର ୨୫ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ।
Advertisment ଏଥର Station Master ପଦକୁ NTPC Graduate Level Recruitmentରୁ ଅଲଗା କରି ସ୍ୱତନ୍ତ୍ର ଭର୍ତ୍ତି ଭାବେ ଆଣାଯାଇଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଆଗ୍ରହ ଦେଖାଦେଇଛି।
ତା'ସହ ବୟସ ସୀମା, ପଦ ସଂଖ୍ୟା ଓ ପରୀକ୍ଷା ପ୍ୟାଟର୍ନକୁ ନେଇ ମଧ୍ୟ କିଛି ପରିବର୍ତ୍ତନ ସାମ୍ନାକୁ ଆସିଛି।
ମୁଖ୍ୟ ତଥ୍ୟ: ଆବେଦନ ଆରମ୍ଭ: ୨୭ ଅକ୍ଟୋବର ୨୦୨୬ ଆବେଦନର ଶେଷ ତାରିଖ: ୨୫ ନଭେମ୍ବର ୨୦୨୬ ପଦ: Station Master ଯୋଗ୍ୟତା: ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ Graduation ବୟସ ସୀମା: ୨୦ରୁ ୩୩ ବର୍ଷ ପେ-ଲେଭଲ୍: Level-6 ପ୍ରାରମ୍ଭିକ ବେସିକ୍ ପେ: ୩୫,୪୦୦ ଟଙ୍କା ପରୀକ୍ଷା: Single Stage CBT ମୋଟ ମାର୍କ: ୧୦୦ ସମୟ: ୧୨୦ ମିନିଟ୍ Negative Marking: ପ୍ରତି ଭୁଲ୍ ଉତ୍ତର ପାଇଁ ୧/୩ ମାର୍କ କଟିବ କେତେ ପୋଷ୍ଟ୍: Station Master Recruitment 2026ରେ ପଦ ସଂଖ୍ୟାକୁ ନେଇ ବିଶେଷ ଚର୍ଚ୍ଚା ହେଉଛି।
କେତେକ ତଥ୍ୟରେ ମୋଟ ୧,୨୬୫ ପଦ ଥିବା କୁହାଯାଇଛି।
ତେବେ ନୋଟିଫିକେସନ୍ର Summary Table ଏବଂ RRB-wise vacancy list ମଧ୍ୟରେ ସଂଖ୍ୟାରେ କିଛି ତଫାତ୍ ଦେଖାଯାଇଛି।
Advertisment ସେଥିପାଇଁ ପ୍ରାର୍ଥୀମାନେ ନିଜ ପସନ୍ଦର RRB ଅଧୀନରେ କେତେ ପଦ ରହିଛି, ତାହା ଅଫିସିଆଲ୍ ଭାକାନ୍ସି ଟେବୁଲ୍ରୁ ଯାଞ୍ଚ କରିବା ଉଚିତ।
ମୁମ୍ବାଇ, ଶ୍ରୀନଗର, ଚେନ୍ନାଇ, ତିରୁଅନନ୍ତପୁରମ୍, ପ୍ରୟାଗରାଜ ଓ ବେଙ୍ଗାଲୁରୁ ଭଳି ଅନେକ RRB ଅଧୀନରେ ବହୁ ସଂଖ୍ୟକ ପଦ ରହିଛି।
ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀଙ୍କ ପାଖରେ କୌଣସି ସ୍ୱୀକୃତ ବିଶ୍ୱବିଦ୍ୟାଳୟର Graduation Degree ଥିବା ଆବଶ୍ୟକ।
ଅର୍ଥାତ୍ BA, BSc, BCom କିମ୍ବା ଅନ୍ୟ କୌଣସି ସମାନ ସ୍ନାତକ ଡିଗ୍ରୀ ଥିଲେ ଆବେଦନ କରାଯାଇପାରିବ।
ବୟସ ସୀମାରେ ପରିବର୍ତ୍ତନ ଏଥର ନ୍ୟୁନତମ ବୟସ ୨୦ ବର୍ଷ ରଖାଯାଇଛି।
ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ୩୩ ବର୍ଷ ରହିଛି।
SC, ST, OBC ଓ ଅନ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ସରକାରୀ ନିୟମ ଅନୁସାରେ ବୟସ ଛାଡ଼ ପାଇବେ।
NTPCରୁ ଅଲଗା ହେଲା Station Master Recruitment ପୂର୍ବରୁ Railway Station Master ପଦ ପାଇଁ ଭର୍ତ୍ତି NTPC Graduate Level Recruitment ଅଧୀନରେ ହେଉଥିଲା।
ଏଥର ଏହାକୁ ଅଲଗା କରି ସ୍ୱତନ୍ତ୍ର Recruitment Notification ଜାରି କରାଯାଇଛି।
ଏହାର ଅର୍ଥ, Station Master ପଦ ପାଇଁ ପ୍ରାର୍ଥୀଙ୍କୁ ଅଲଗା ଭାବେ ଆବେଦନ କରିବାକୁ ପଡ଼ିବ।
ବଦଳିଲା ପରୀକ୍ଷା ପ୍ୟାଟର୍ନ ଏଥର Station Master ପରୀକ୍ଷା ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ ରହିଛି।
ପୂର୍ବରୁ CBT-1 ଓ CBT-2 ଭଳି ଦୁଇ ପର୍ଯ୍ୟାୟର ଲିଖିତ ପରୀକ୍ଷା ହେଉଥିଲା।
ଏବେ Single Stage Computer Based Test ବା CBT ହେବ।
ପରୀକ୍ଷା ୧୦୦ ମାର୍କର ହେବ ଏବଂ ପ୍ରାର୍ଥୀଙ୍କୁ ୧୨୦ ମିନିଟ୍ ସମୟ ମିଳିବ।
କେଉଁ ବିଷୟରୁ କେତେ ପ୍ରଶ୍ନ?
Basic Science & Mathematics: ୩୦ ମାର୍କ Data Analysis & Interpretation: ୩୦ ମାର୍କ Logical Reasoning: ୨୦ ମାର୍କ Mental Reasoning: ୨୦ ମାର୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁହାଯାଇଥିବା ପରୀକ୍ଷା ପ୍ୟାଟର୍ନରେ General Knowledge ବା GK ଏବଂ General Studies ବା GS ପାଇଁ ଅଲଗା ସେକ୍ସନ୍ ନାହିଁ।
ତେଣୁ ଯେଉଁମାନେ ପୁରୁଣା NTPC ପ୍ୟାଟର୍ନ ଅନୁସାରେ ପ୍ରସ୍ତୁତି କରୁଥିଲେ, ସେମାନେ ନୂଆ syllabusକୁ ଦେଖି ନିଜ ପ୍ରସ୍ତୁତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ।
Negative Markingକୁ ନେଇ ସତର୍କ ରୁହନ୍ତୁ CBTରେ ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୧/୩ ମାର୍କ କଟାଯିବ।
ତେଣୁ ପରୀକ୍ଷା ସମୟରେ ଅନୁମାନରେ ଉତ୍ତର ଦେବା ପରିବର୍ତ୍ତେ ନିଶ୍ଚିତ ଉତ୍ତର ଥିବା ପ୍ରଶ୍ନକୁ ପ୍ରାଥମିକତା ଦେବା ଭଲ।
CBT ପରେ କ'ଣ?
CBTରେ ଯୋଗ୍ୟ ହେବା ପରେ ପ୍ରାର୍ଥୀଙ୍କୁ Computer Based Aptitude Test ବା CBAT ଦେବାକୁ ପଡ଼ିବ।
ତା'ପରେ Document Verification ଓ Medical Examination ହେବ।
Station Master ପଦ ପାଇଁ ମେଡିକାଲ୍ ଫିଟନେସ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଏ।
ତେଣୁ ଆବେଦନ ପୂର୍ବରୁ ମେଡିକାଲ୍ ଷ୍ଟାଣ୍ଡାର୍ଡ ସମ୍ପର୍କରେ ମଧ୍ୟ ନୋଟିଫିକେସନ୍ରୁ ତଥ୍ୟ ଜାଣିନେବା ଭଲ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।