RSS: ଆର୍ଏସ୍ଏସ୍ ଶୋଭାଯାତ୍ରା ନେଇ ତାମିଲନାଡୁ ପୁଲିସକୁ ଭର୍ତ୍ସନା କଲେ ହାଇକୋର୍ଟ
"ଚେନ୍ନାଇ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ "ଆର୍ଏସ୍ଏସ୍"ର ପଥ ସଞ୍ଚାଳନ ବା ରୁଟ୍ ମାର୍ଚ୍ଚକୁ ଅନୁମତି ନଦେବା ଘଟଣାରେ ବୁଧବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଆତଙ୍କବାଦ ପ୍ରଭାବିତ ଜମ୍ମୁ-କାଶ୍ମୀର ଭଳି ସ୍ଥାନରେ ଆର୍ଏସ୍ଏସ୍କୁ ଶୋଭାଯାତ୍ରା ପାଇଁ ଅନୁମତି ମିଳୁଥିବା ବେଳେ ତାମିଲନାଡୁରେ କାହିଁକି ଏହାକୁ ପ୍ରତ୍ୟାଖ୍ୟାନ କରାଯାଉଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।
ବିଚାରପତି ଜଷ୍ଟିସ ଭି ଲକ୍ଷ୍ମୀନାରାୟଣନ୍ ମୌଖିକ ଭାବେ କହିଛନ୍ତି ଯେ ବର୍ତ୍ତମାନର ରାଜ୍ୟ ସରକାର ସମସ୍ତ ପ୍ରକାର ଶୋଭାଯାତ୍ରା ବିରୋଧରେ ରହିଛନ୍ତି।Advertisment ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଦ୍ରାବିଡ଼ କାଜାଗାମ୍ ହେଉ କିମ୍ବା ଆର୍ଏସ୍ଏସ୍, ସରକାର ସମସ୍ତଙ୍କୁ ଅନୁମତି ମନା କରି ସେମାନଙ୍କୁ କୋର୍ଟକୁ ଆସିବା ପାଇଁ ବାଧ୍ୟ କରୁଛନ୍ତି ଏବଂ ଅନାବଶ୍ୟକ ମାମଲା ବଢ଼ାଉଛନ୍ତି।
ରାଜ୍ୟ ସରକାର ନିଜର ନାଗରିକମାନଙ୍କୁ ଶତ୍ରୁ ଭାବେ ଦେଖୁଛନ୍ତି ଏବଂ ପ୍ରତିବାଦ ପାଇଁ ଅନୁମତି ଦେଉନାହାନ୍ତି।
ଯେଉଁ ସରକାର ଶାସନକୁ ଆସିଲେ ମଧ୍ୟ ଆର୍ଏସ୍ଏସ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଉ ନାହିଁ ବୋଲି ବିଚାରପତି କ୍ଷୋଭ ପ୍ରକାଶ କରିଛନ୍ତି।
ଆର୍ଏସ୍ଏସ୍ ସଦସ୍ୟ ଭିଜି ଜଗଦୀଶନଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ଆବେଦନର ଶୁଣାଣି ବେଳେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
ଆହୁରି ପଢନ୍ତୁ: Attack: ସାଉଦି ବିମାନବନ୍ଦର ଆକ୍ରମଣ; ଆହତ ୪ ଭାରତୀୟ ଆଇସିୟୁରେ ଆବେଦନକାରୀ ଆସନ୍ତା ଅକ୍ଟୋବର ୧୮, ଅକ୍ଟୋବର ୨୫, ନଭେମ୍ବର ୧ କିମ୍ବା ଅନ୍ୟ କୌଣସି ତାରିଖରେ ଶୋଭାଯାତ୍ରା ଏବଂ ସାଧାରଣ ସଭା କରିବାକୁ ଅନୁମତି ମାଗିଥିଲେ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଏନ୍ଏଲ୍ ରାଜା କୋର୍ଟଙ୍କୁ ଜଣାଇଥିଲେ ଯେ ବିଜୟାଦଶମୀ ଅବସରରେ ସଂଗଠନର ପ୍ରତିଷ୍ଠା ଦିବସ ପାଳନ ପାଇଁ ଏହି ଶୋଭାଯାତ୍ରା କରାଯାଉଛି।
ମାତ୍ର ପୁଲିସ ପ୍ରତିବର୍ଷ ଆଇନ ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରୁଛି।
ଯେଉଁଥିପାଇଁ ଆର୍ଏସ୍ଏସ୍ ଭଳି ସଂଗଠନକୁ ପ୍ରତିଥର ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ପଡ଼ୁଛି।
ଆହୁରି ପଢନ୍ତୁ: Air India: : ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ ଅନ୍ୟପଟେ ରାଜ୍ୟ ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣନ ଯୁକ୍ତି ବାଢ଼ିଥିଲେ ଯେ ସଂଗଠନ ଯେଉଁ ସ୍ଥାନରେ ସଭା କରିବାକୁ ଚାହୁଛି, ତାହା ସାଧାରଣ ସଭା ପାଇଁ ବିଜ୍ଞପ୍ତିଭୁକ୍ତ ସ୍ଥାନ ନୁହେଁ।
ଏହାପରେ ହାଇକୋର୍ଟ ଆବେଦନକାରୀଙ୍କ ପକ୍ଷରୁ ପାଞ୍ଚ ଜଣିଆ ସଦସ୍ୟଙ୍କୁ ରାଜ୍ୟ ସରକାରୀ ଓକିଲ ଜନ ସତ୍ୟନଙ୍କୁ ଭେଟି ଶାନ୍ତିପୂର୍ଣ୍ଣ ସମାଧାନର ପନ୍ଥା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।