RSS Office: ଆରଏସଏସ କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ମାଡ଼ ମାମଲା: ୪ ରାଜ୍ୟରେ ଇଡିର ଚଢ଼ାଉ
"ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ନିର୍ବାଣପୁର ଅଞ୍ଚଳରେ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)ର ରାଜ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ପେଟ୍ରୋଲ ବୋମା ମାଡ଼ ମାମଲାରେ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ''ଇଡି'' ଗୁରୁବାର ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଦିଲ୍ଲୀ, ଝାଡ଼ଖଣ୍ଡ, ବିହାର ଓ କର୍ଣ୍ଣାଟକ ସମେତ ୪ଟି ରାଜ୍ୟର ଏକାଧିକ ସ୍ଥାନରେ ଇଡି ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ କରାଯାଇଛି।
ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ''ଶାହଜାଦ୍ ଭଟ୍ଟ ନେଟୱାର୍କ'' (ଏସବିଏନ୍) ଏହି ବୋମା ମାଡ଼ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଭାରତ ବିରୋଧୀ କାର୍ଯ୍ୟକଳାପ, ନିଶାଦ୍ରବ୍ୟ ଓ ମାରଣାସ୍ତ୍ର ଚୋରା ଚାଲାଣ ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ହିଁ ଏସବିଏନକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି।Advertisment ସନ୍ଦେହରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ରୁଜୁ ମାମଲାକୁ ଆଧାର କରି ଇଡି ଏହି ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଛି।
ଗତ ଜୁନ୍ ୧୬/୧୭ ରାତିରେ ରାଞ୍ଚିର ଚୁଟିଆ ଥାନା ଅନ୍ତର୍ଗତ ଆରଏସଏସ କାର୍ଯ୍ୟାଳୟକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ପେଟ୍ରୋଲ ବୋମା ମାଡ଼ କରିଥିଲେ।
ଏହି ଘଟଣାରେ ସୈଫ୍ ଅନସାରୀ, ଅମନ୍ ଅନସାରୀ ଏବଂ ସାୟମ୍ ସୁଜାନ୍ ନାମକ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୁବାଇରେ ରହିବା ସମୟରେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶାହଜାଦ୍ ଭଟ୍ଟ ନେଟୱାର୍କ ସହ ଯୋଗାଯୋଗରେ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗୃହ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ନେଟୱାର୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇ ଦେଶର ୧୪ଟି ରାଜ୍ୟରୁ ୨୫୩ ଜଣଙ୍କୁ ଅଟକ ରଖାଯିବା ସହ ୨୦୦ରୁ ଉର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଶ୍ରୀଧନ୍ୟାଙ୍କ ବାପା ସୁରେଶ ଜଣେ ଦିନ ମଜୁରିଆ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।