RTO Office Catches Fire: RTO ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ପ୍ରକୋଷ୍ଠ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ଅଗ୍ନିକାଣ୍ଡ ଘଟିଛି। ଅଫିସ ଖୋଲିବା ପୂର୍ବରୁ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ କର୍ମଚାରୀ। ଏହି ଅଗ୍ନିକାଣ୍ଡରେ କମ୍ପ୍ୟୁଟର ପ୍ରକୋଷ୍ଠ ହୁତୁହୁତୁ ହୋଇ ଜଳିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଦିନ ପ୍ରାୟ ୧୦ଟା ବେଳେ ଅଫିସ ଖୋଲିବା ପୂର୍ବରୁ କାର୍ଯ୍ୟାଳୟରେ ନିଆଁ ଲାଗିଥିବା କର୍ମଚାରୀମାନେ ଦେଖିଥିଲେ। ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।
କିଛି ସମୟର ଉଦ୍ୟମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କମ୍ପ୍ୟୁଟର ପ୍ରକୋଷ୍ଠରେ ଥିବା କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହାର ଆକଳନ ପରେ ସ୍ପଷ୍ଟ ହେବ।
ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
ହୁତୁହୁତୁ ହୋଇ ଜଳିଗଲା କମ୍ପ୍ୟୁଟର ପ୍ରକୋଷ୍ଠ
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।