Rubbing Ice: ମୁହଁରେ ବରଫ ଘଷିଲେ କମିଯାଏ କି ଓପନ୍ ପୋର୍ସ?

Oct 28, 2026 - 16:48
Rubbing Ice: ମୁହଁରେ ବରଫ ଘଷିଲେ କମିଯାଏ କି ଓପନ୍ ପୋର୍ସ?

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଓ ସ୍କିନ୍-କେୟାର ଟ୍ରେଣ୍ଡ୍ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ସେଥିମଧ୍ୟରୁ ପ୍ରତିଦିନ ସକାଳୁ ମୁହଁରେ ବରଫ ଘଷିବା ଅନ୍ୟତମ।

ବଲିଉଡ୍‌ରୁ ନେଇ ହଲିଉଡ୍‌ର ଅନେକ ସେଲିବ୍ରିଟି ମଧ୍ୟ ଏହି ଉପାୟକୁ ଆପଣାଉଥିବା ଦାବି କରନ୍ତି।

ସୋସିଆଲ ମିଡିଆରେ କୁହାଯାଏ ଯେ ବରଫ ଘଷିବା ଦ୍ୱାରା ତ୍ୱଚାରେ ଥିବା ଖୋଲା ଛିଦ୍ର କିମ୍ବା 'ଓପନ୍ ପୋର୍ସ' ସାନ ହୋଇଯାଏ ଓ ମୁହଁରେ ଉଜ୍ଜ୍ୱଳତା ଆସିଥାଏ।

Advertisment ଆହୁରି ପଢ଼ନ୍ତୁ: ଟାଟା ଗ୍ରୁପ୍‌କୁ ଜାଣିଶୁଣି ନଷ୍ଟ କରାଯାଉଛି: ରାହୁଲ ଗାନ୍ଧୀ କିନ୍ତୁ ପ୍ରଶ୍ନ ଉଠୁଛି ଏହି ସୋସିଆଲ ମିଡିଆ ଦାବିରେ କେତେ ସତ୍ୟତା ଅଛି?

ଏହା ସତରେ କାମ କରେ ନା ଏହା କେବଳ ଏକ ଭ୍ରାନ୍ତ ଧାରଣା?

ଏହି ସମ୍ପର୍କରେ ବେଙ୍ଗାଲୁରୁର 'ଡକ୍ଟର୍ ସ୍ୱେଥାସ୍ ସ୍କିନ୍ ସୂତ୍ର କ୍ଲିନିକ୍'ର ମେଡିକାଲ୍ ଡାଇରେକ୍ଟର ଡାକ୍ତର ସ୍ୱେଥା ଶ୍ରୀଧର ପ୍ରକୃତ ସତ୍ୟତା ପ୍ରକାଶ କରିଛନ୍ତି।

ବରଫ ଘଷିଲେ ପୋର୍ସ ସାନ ହୁଏ କି?

ଡାକ୍ତର ସ୍ୱେଥାଙ୍କ କହିବା ଅନୁଯାୟୀ, ମୁହଁରେ ବରଫ ଘଷିବା ଦ୍ୱାରା ତ୍ୱଚାର ଛିଦ୍ର କଦାପି ସାନ କିମ୍ବା ସଙ୍କୁଚିତ ହୁଏ ନାହିଁ।

ଏହା ସ୍କିନ୍-କେୟାର ସମ୍ବନ୍ଧୀୟ ଏକ ବଡ଼ ଭ୍ରାନ୍ତ ଧାରଣା।

ସେ ସ୍ପଷ୍ଟ କରିଛନ୍ତି ଯେ, ଆମ ତ୍ୱଚାର ଛିଦ୍ରର ଆକାର ମୁଖ୍ୟତଃ ଆମର ବଂଶଗତ, ତ୍ୱଚାର ପ୍ରକାର, ସେବମ୍ ବା ତେଲ ନିର୍ଗତ ହେବା, ବୟସ ଏବଂ ସୂର୍ଯ୍ୟ କିରଣର ପ୍ରଭାବ ଉପରେ ନିର୍ଭର କରେ।

ବିଶେଷ କରି ତେଲିଆ ତ୍ୱଚା ଥିବା ଲୋକଙ୍କର ପୋର୍ସ ଅଧିକ ସ୍ପଷ୍ଟ ଦେଖାଯାଏ, କାରଣ ସେଥିରେ ଅତ୍ୟଧିକ ତେଲ ଓ ମୃତ ତ୍ୱଚା ଜମା ହୋଇଥାଏ।

ତା'ଛଡ଼ା ବୟସ ବୃଦ୍ଧି ସହିତ ତ୍ୱଚାରୁ କୋଲାଜେନ୍ କମିଗଲେ ମଧ୍ୟ ପୋର୍ସ ବଡ଼ ଦେଖାଯାଏ।

ତେବେ ବରଫ ଲଗାଇଲେ କ'ଣ ହୁଏ?

ଯେତେବେଳେ ବରଫ ତ୍ୱଚା ସଂସ୍ପର୍ଶରେ ଆସେ, ସେତେବେଳେ ଥଣ୍ଡା ଯୋଗୁଁ ଉପରିସ୍ଥ ରକ୍ତବାହୀ ନଳୀଗୁଡ଼ିକ କିଛି ସମୟ ପାଇଁ ସଙ୍କୁଚିତ ହୋଇଯାଏ।ଏହାଦ୍ୱାରା ମୁହଁର ଫୁଲାଭାବ ଓ ଜଳାପୋଡ଼ା କିଛି ସମୟ ପାଇଁ କମିଯାଏ, ଯାହାଫଳରେ ତ୍ୱଚା ସାମୟିକ ଭାବେ ସ୍ମୁଥ୍‌ ଓ ସତେଜ ଦେଖାଯାଏ।

କିନ୍ତୁ ଏହି ପ୍ରଭାବ ଅତ୍ୟନ୍ତ ସାମୟିକ।

ମୁହଁର ତାପମାତ୍ରା ପୂର୍ବପରି ସାଧାରଣ ହୋଇଗଲେ, ପୋର୍ସଗୁଡ଼ିକ ପୁଣି ନିଜର ପ୍ରକୃତ ଆକାରକୁ ଫେରିଆସନ୍ତି।

ପୋର୍ସ କୌଣସି କବାଟ ନୁହେଁ ଯେ ବରଫ ଲଗାଇଲେ ତାହା ବନ୍ଦ ହୋଇଯିବ!

ଆହୁରି ପଢ଼ନ୍ତୁ: ବାତ୍ୟା ଅର୍ଣ୍ଣବ ପ୍ରଭାବ: କଲ୍ୟାଣସିଂହପୁରରେ ଉପୁଡ଼ିଲା ଗଛ, ରାସ୍ତା ଅବରୋଧ ମୁହଁରେ ସିଧାସଳଖ ବରଫ ଲଗାଇବାର ବିପଦ ସିଧାସଳଖ ମୁହଁରେ ବରଫ ଘଷିବା ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ: ଏହାଦ୍ୱାରା ତ୍ୱଚାର ପ୍ରାକୃତିକ ସୁରକ୍ଷା ସ୍ତର ନଷ୍ଟ ହୋଇପାରେ।

ତ୍ୱଚାରେ କୁଣ୍ଡାଇହେବା, ଲାଲ୍‌ପଡ଼ିବା କିମ୍ବା କୋଲ୍ଡ ଇଞ୍ଜୁରି ହେବାର ଆଶଙ୍କା ଥାଏ।

ଯେଉଁମାନଙ୍କର ସମ୍ବେଦନଶୀଳ ତ୍ୱଚା କିମ୍ବା ରୋସାସିଆ ଭଳି ସମସ୍ୟା ଅଛି, ସେମାନେ ବରଫ ବ୍ୟବହାର କଲେ ତ୍ୱଚା ଅଧିକ ଖରାପ ହୋଇପାରେ।

ଗ୍ଲୋଇଂ ସ୍କିନ୍ ପାଇଁ ସଠିକ୍ ଉପାୟ ଓପନ୍ ପୋର୍ସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବରଫ ବଦଳରେ ଏକ ନିୟମିତ ଓ ସ୍କିନ୍-କେୟାର ରୁଟିନ୍ ଆପଣାଇବା ଉଚିତ୍: ୧.

ମାଇଲ୍ଡ କ୍ଲିନ୍‌ଜିଂ: ମୁହଁରୁ ଅତ୍ୟଧିକ ତେଲ ଏବଂ ମଇଳା ସଫା କରିବା ପାଇଁ ହାଲୁକା ଫେସ୍‌ୱାସ୍ ବ୍ୟବହାର କରନ୍ତୁ।

୨.

ସାଲିସିଲିକ୍ ଏସିଡ୍: ଏହା ତ୍ୱଚାର ଗଭୀରକୁ ଯାଇ ପୋର୍ସକୁ ସଫା ରଖିବାରେ ସାହାଯ୍ୟ କରେ।

୩.

ରେଟିନୋଏଡ୍ସ: ଏହା ତ୍ୱଚାରେ କୋଲାଜେନ୍ ସୃଷ୍ଟି କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ତ୍ୱଚାର ଟେକ୍ସଚର୍ ସୁଧୁରିଥାଏ।

୪.

ସନ୍‌ସ୍କ୍ରିନ୍: ଖରାରୁ ତ୍ୱଚାକୁ ରକ୍ଷା କରିବା ପାଇଁ ପ୍ରତିଦିନ ସନ୍‌ସ୍କ୍ରିନ୍ ଲଗାନ୍ତୁ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ'ର ପ୍ରକୋପ!

ନୀଳଚକ୍ରରୁ ଖସିପଡ଼ିଲା ଭକ୍ତଙ୍କର ମାନସିକ ବାନା ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।