Rushikulya River Water Level Nears Danger Mark: ଋଷିକୁଲ୍ୟାରେ ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ନିକଟରେ; ନଦୀକୂଳିଆ ଗାଁରେ ବଢ଼ିଲା ଭୟ
ଗଞ୍ଜାମରେ ଲଗାଣ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀର ଜଳସ୍ତର ଧୀରେ ଧୀରେ ବଢ଼ୁଛି। ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରୁ ଋଷିକୁଲ୍ୟା ଏବେ ସତର୍କ ସଙ୍କେତ ଅତିକ୍ରମ କରିଛି। ଏହାକୁ ନେଇ ନଦୀକୂଳିଆ ଅଞ୍ଚଳରେ ଲୋକଙ୍କ ଚିନ୍ତା ବଢ଼ିଛି।
ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟାର ଜଳସ୍ତର ବିପଦ ସଙ୍କେତର ଖୁବ୍ ନିକଟରେ ପହଞ୍ଚିଛି। ଏଠାରେ ବିପଦ ସଙ୍କେତ ୧୬.୮୩୫ ମିଟର ରହିଥିବା ବେଳେ ବର୍ତ୍ତମାନ ନଦୀର ଜଳସ୍ତର ୧୬.୫୧୦ ମିଟର ରହିଛି। ଅର୍ଥାତ୍ ବିପଦ ସଙ୍କେତଠାରୁ ମାତ୍ର ୦.୩୨୫ ମିଟର ତଳେ ରହିଛି ଜଳସ୍ତର।
ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି। ବିଶେଷକରି ନଦୀକୂଳିଆ ଗାଁଗୁଡ଼ିକରେ ଏହାକୁ ନେଇ ଭୟ ବଢ଼ିଛି। ଜଳସ୍ତର ଉପରେ ନଜର ରଖାଯାଇଥିବା ବେଳେ ପରିସ୍ଥିତି ଅନୁଯାୟୀ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇପାରେ।
ସେପଟେ ଗଞ୍ଜାମରେ ବର୍ଷାର ପରିମାଣ ଏବଂ ଶାଖା ନଦୀଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ନଜର ରଖିଛି ପ୍ରଶାସନ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।