Russia: ଏହା ନୁହେଁ ଜୈବିକ ଅସ୍ତ୍ର:ରୁଷରେ ପ୍ଲେଗ୍ ଆତଙ୍କ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ବିବୃତି

Oct 08, 2026 - 12:54
Russia: ଏହା ନୁହେଁ ଜୈବିକ ଅସ୍ତ୍ର:ରୁଷରେ ପ୍ଲେଗ୍ ଆତଙ୍କ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ବିବୃତି

"ୱାସିଂଟନ: ରୁଷରେ ୨୮ ବର୍ଷୀୟ ଜଣେ ଲ୍ୟାବ୍ କର୍ମଚାରୀଙ୍କ ମୃତ୍ୟୁ ପରେ ନିମୋନିକ୍ ପ୍ଲେଗ୍ ନେଇ ଆତଙ୍କ ବୃଦ୍ଧି ପାଇଛି।

ମହିଳା ଜଣକ ଏକ ପ୍ଲେଗ୍-ବିରୋଧୀ ଗବେଷଣା ପ୍ରତିଷ୍ଠାନରେ କାମ କରୁଥିଲେ।

ରୁଷ ମୃତ୍ୟୁର କାରଣ ଭାବରେ ଅଜଣା କାରଣ ଯୋଗୁଁ ନିମୋନିଆ ହୋଇଥିବା ରିପୋର୍ଟ କରିଛି।

ତେବେ କେଉଁ ରୋଗ ତାଙ୍କ ମୃତ୍ୟୁର କାରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ, ଏହି ମାମଲାରେ ଜୈବିକ ଅସ୍ତ୍ରର ବ୍ୟବହାର କରାଯାଇଛି କି ନାହିଁ।

Advertisment ଟ୍ରମ୍ପ କହିଛନ୍ତି,ଶୀଘ୍ର ଏହାର କାରଣ ଜଣାପଡ଼ିବ।

କିନ୍ତୁ ଆମେ ଏପରି ହୋଇଥିବ ବୋଲି ଭାବୁନାହୁଁ।ଟ୍ରମ୍ପ କହିଛନ୍ତି, ରୁଷ ଦାବି କରୁଛି ଯେ, ପରିସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ସେଠାକାର ସରକାର ଏହି ବିଷୟରେ ବହୁତ କମ୍ ସୂଚନା ପ୍ରକାଶ କରୁଛନ୍ତି।

ସେ କୋଭିଡ-୧୯ ମହାମାରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ୍‌ର ସ୍ଥିତି ସହିତ ରୁଷକୁ ତୁଳନା କରି କହିଛନ୍ତି ଯେ ଚୀନ୍ ସେତେବେଳେ ଅଧିକ ସୂଚନା ପ୍ରଦାନ କରିନଥିଲା ଏବଂ ରୁଷ ମଧ୍ୟ ଅଧିକ ସୂଚନା ପ୍ରକାଶ କରୁନାହିଁ।

ଟ୍ରମ୍ପ ଘୋଷଣା କରିଛନ୍ତି, ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ମାଧ୍ୟମରେ କଥା ହେବେ।

ତେବେ ସେ କେବେ ଆଲୋଚନା ହେବ ତାହା ସ୍ପଷ୍ଟ କରିନାହାନ୍ତି।

ନିମୋନିକ୍ ପ୍ଲେଗ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) କହିଛି ଯେ, ୨୮ ବର୍ଷୀୟା ମହିଳାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ମାମଲା ସମ୍ପର୍କରେ ରୁଷକୁ ଅଧିକ ସୂଚନା ମଗାଯାଇଛି।

ପ୍ରାରମ୍ଭିକ ରିପୋର୍ଟରେ ନିମୋନିକ୍ ପ୍ଲେଗ୍ ସନ୍ଦେହ କରାଯାଉଛି।

ନିମୋନିକ୍ ପ୍ଲେଗ୍ ହେଉଛି ପ୍ଲେଗ୍‌ର ଏକ ଗମ୍ଭୀର ସ୍ବରୂପ।

ଏହା ବ୍ୟକ୍ତିରୁ ବ୍ୟକ୍ତିକୁ ବ୍ୟାପିପାରେ ଏବଂ ଗୁରୁତର ଫୁସଫୁସ ସଂକ୍ରମଣର କାରଣ ହୋଇପାରେ।

ଯଦି ରୋଗକୁ ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା କରାଯାଏ, ତେବେ ରୋଗୀଙ୍କ ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଥାଏ।

ଡବ୍ଲୁଏଚ୍ଓ ଅନୁଯାୟୀ, ରୁଷ ରିପୋର୍ଟ କରିଛି ଯେ ମହିଳାଙ୍କଠାରେ ପ୍ରାରମ୍ଭରେ ଏକ ସାଧାରଣ ଭାଇରାଲ୍ ଶ୍ୱାସକ୍ରିୟା ରୋଗ ଭଳି ଲକ୍ଷଣ ଦେଖାଯାଇଥିଲା।

ଏହି ଅଞ୍ଚଳରେ ବର୍ତ୍ତମାନ ପ୍ଲେଗ୍‌ର କୌଣସି ମାମଲା ହୋଇନାହିଁ।

ସ୍ଥାନୀୟ ମେୟର କହିଛନ୍ତି, ଯେଉଁ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ସେହି ହସ୍ପିଟାଲକୁ କ୍ୱାରେଣ୍ଟାଇନ୍ କରାଯାଇଛି।

ଶୋକରେ ବଲିଉଡ୍‌ ଓ ଅଗଣିତ ପ୍ରଶଂସକ ରୁଷିଆର ସ୍ୱାସ୍ଥ୍ୟ ସଂସ୍ଥା କହିଛି, ସାଧାରଣ ଜନତାଙ୍କ ପାଇଁ ମହାମାରୀ ବ୍ୟାପିବାର କୌଣସି ଆଶଙ୍କା ନାହିଁ।

ରୁଷିଆ ମଧ୍ୟ ମିଥ୍ୟା ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ଲୋକଙ୍କୁ ଅନୁରୋଧ କରିଛି।

ରୁଷ ଡବ୍ଲ୍ୟୁଏଚଓକୁ ସୂଚନା ଦେଇଛି, ଏହି ଅଞ୍ଚଳରେ ପ୍ଲେଗ୍‌ର କୌଣସି ମାମଲା ମିଳିନାହିଁ ଏବଂ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ପରୀକ୍ଷା କରାଯାଇଛି।

ତଥାପି, ଡବ୍ଲ୍ୟୁଏଚଓ ଅଧିକାରୀ ମାରିଆ ଭାନ୍ କେରଖୋଭ କହିଛନ୍ତି ଯେ ଏହି ମାମଲା ବିଷୟରେ ଅନେକ ପ୍ରଶ୍ନ ରହିଛି।

ସେ କହିଛନ୍ତି, ଡବ୍ଲ୍ୟୁଏଚଓ ରୁଷିଆଠାରୁ ଅଧିକ ସୂଚନା ମାଗିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।