Russian attack on Ukraine Aid Hub: ରିଲିଫ୍ ବଣ୍ଟନ କେନ୍ଦ୍ରରେ ଋଷର ଭୟଙ୍କର ବୋମାମାଡ଼, ୨୬ ଜଣଙ୍କ ମୃତ୍ୟୁ, ୨୭ ନିଖୋଜ

Nov 03, 2026 - 11:18
Russian attack on Ukraine Aid Hub: ରିଲିଫ୍ ବଣ୍ଟନ କେନ୍ଦ୍ରରେ ଋଷର ଭୟଙ୍କର ବୋମାମାଡ଼, ୨୬ ଜଣଙ୍କ ମୃତ୍ୟୁ, ୨୭ ନିଖୋଜ

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପୁଣି ତେଜିଛି ଯୁଦ୍ଧ।

ୟୁକ୍ରେନ ଉପରେ ଏକ ଭୟଙ୍କର ଆକ୍ରମଣ କରିଛି ରୁଷିଆ।

ୟୁକ୍ରେନ୍‌ର ଜାପୋରିଝିଆ ଅଞ୍ଚଳରେ ଥିବା ଏକ ମାନବିକ ସହାୟତା କେନ୍ଦ୍ର ଉପରେ ରୁଷିଆ ସେନା ବୋମାମାଡ଼ କରିଛି।

ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ ଅଧିକାରୀମାନେ କହିଛନ୍ତି।

ଏଥିସହ ୨୭ ଜଣ ନିଖୋଜ ଥିବା ଜଣାପଡ଼ିଛି।

ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଯୁଦ୍ଧର ପଞ୍ଚମ ବର୍ଷରେ ପହଞ୍ଚିଥିବା ବେଳେ ଏଭଳି ଆକ୍ରମଣ ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ପୁଣି ଏକ ବଡ଼ ଝଟକା ଦେଇଛି।

ତେବେ ଏହି ଘଟଣା ପରେ ଆମେରିକା ପକ୍ଷରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ନୂଆ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଘୋଷଣା କରାଯାଇଛି।

Advertisment ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ କହିବା ଅନୁଯାୟୀ, ଜାପୋରିଝିଆ ଅଞ୍ଚଳର କୋମିଶୁଭାଖା ଗାଁରେ ଥିବା ଏକ ସ୍କୁଲ୍‌କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା।

ଯୁଦ୍ଧକ୍ଷେତ୍ରର ଅତି ନିକଟରେ ଗାଁଟି ଅବସ୍ଥିତ ଥିବାରୁ ସ୍କୁଲ୍‌ରେ ପିଲାମାନଙ୍କ ପାଠପଢ଼ା ବନ୍ଦ ରହିଥିଲା।

ଏହାକୁ ଏକ ଆଶ୍ରୟସ୍ଥଳ ଏବଂ ମାନବିକ ସହାୟତା ବଣ୍ଟନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା।

ପ୍ରତି ସୋମବାର ଗାଁରେ ରହିଯାଇଥିବା ଲୋକମାନେ ସେଠାକୁ ଆସି ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ପ୍ୟାକେଟ୍ ସଂଗ୍ରହ କରୁଥିଲେ।

ଲୋକମାନେ ସହାୟତା ସାମଗ୍ରୀ ନେବାକୁ ପହଞ୍ଚୁଥିବା ସମୟରେ ପ୍ରଥମେ ରୁଷିଆ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା।

ଏହାପରେ ପୁଣି ଥରେ ବୋମାମାଡ଼ କରାଯାଇ ଆଶ୍ରୟସ୍ଥଳକୁ ଟାର୍ଗେଟ୍ କରାଯାଇଥିଲା।

ଏହାକୁ ସେ ଏକ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି।

ପ୍ରତି ସପ୍ତାହରେ ସେଠାରେ ମାନବିକ ସହାୟତା ବଣ୍ଟନ ହେଉଥିବା କଥା ରୁଷିଆ ଜାଣି ମଧ୍ୟ ଏହି ଆକ୍ରମଣ କରିଥିବା କହିଛନ୍ତି ଭୋଲୋଦିମିର।

Advertisment ୟୁକ୍ରେନ୍‌ର ଜରୁରୀକାଳୀନ ସେବା ବିଭାଗ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଦୁଇଜଣ ଉଦ୍ଧାରକାରୀ ଦଳର ସଦସ୍ୟ ଏବଂ ଚାରିଜଣ ପୁଲିସ କର୍ମଚାରୀ ଅଛନ୍ତି।

ଆକ୍ରମଣରେ ଆହତ ହୋଇଥିବା ପାଞ୍ଚଜଣଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ସେମାନଙ୍କ ମଧ୍ୟରେ ଦୁଇଜଣ ଉଦ୍ଧାରକାରୀ କର୍ମଚାରୀ ରହିଛନ୍ତି।

ଜାପୋରିଝିଆ ସିଟି କାଉନସିଲ୍‌ର ସଚିବ ରେଜିନା ଖାରଚେଙ୍କୋ ୨୭ ଜଣ ନିଖୋଜ ଥିବା କହିଛନ୍ତି।

ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ଜାରି ରଖିଛନ୍ତି।

ତେବେ ଏହି ଘଟଣା ଉପରେ ରୁଷିଆ ପକ୍ଷରୁ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଏହି ଆକ୍ରମଣ ପରେ ଆମେରିକା ପକ୍ଷରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ନୂଆ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଘୋଷଣା କରାଯାଇଛି।

ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ କହିଛନ୍ତି ଯେ, ନଭେମ୍ବର ୧୦ ଓ ୧୧ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀ ମଧ୍ୟରେ ଆଲୋଚନା ହେବ।

ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ୱିଟକଫ୍ କହିଛନ୍ତି ଯେ, ଏହି ଆଲୋଚନାରେ ଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ବ୍ୟବସ୍ଥା, ଉତ୍ତେଜନା ହ୍ରାସ, ମାନବିକ ସହାୟତା ଏବଂ ଯୁଦ୍ଧର ଅନ୍ତ ଘଟାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।