Sword Attack in Bhubaneswar: ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ, ଘରୋଇ ମେଡିକାଲ ଷ୍ଟାଫଙ୍କୁ ନିର୍ଧୂମ ମାଡ଼
ରାଜଧାନାରେ ପୁଣି ବୁଲିଲା ଖଣ୍ଡା।
ଗୋଡ଼ାଇ ଗୋଡ଼ାଇ ହାଣିଲେ, ପିଟିଲେ ଆଉ ଖେଳାଇଲେ ଆତଙ୍କ।
ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଂଚଳରେ ଆତଙ୍କ ଖେଳାଇଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ।
ଜଣେ ଘରୋଇ ମେଡିକାଲ ଷ୍ଟାଫଙ୍କୁ ନିର୍ଧୂମ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି।
ଅନ୍ୟ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ।
୮ରୁ ଅଧିକ ଦୁର୍ବୃତ୍ତ ମିଶି ଭିଆଇଛନ୍ତି ଏହି ତୁମୁଳକାଣ୍ଡ।
Advertisment ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ଲକ୍ଷ୍ମୀସାଗର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି କ୍ରାଇମ୍ ସ୍ପଟ୍ ଯାଞ୍ଚ କରିଛନ୍ତି।
କିଏ ଏହି ମୁଖାପିନ୍ଧା ଦୁର୍ବୃତ୍ତ ?
କେଉଁଠୁ ଆସିଥିଲେ, ଆଉ କୁଆଡ଼େ ଫେରାର ହେଲେ ସେନେଇ ଆଖପାଖର ସିସିଟିଭି ଭିଡିଓ ଯାଞ୍ଚ କରୁଛି ପୋଲିସ।
ଅଭିଯୁକ୍ତଙ୍କୁ ଧରିବାକୁ ଲକ୍ଷ୍ମୀସାଗର ଥାନା ପୋଲିସର ଚଢ଼ାଉ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।