S Jaishankar: ଆମେରିକା ନିଜ ଇଚ୍ଛାରେ ଏକାକୀ ଶକ୍ତି ପାଲଟିଛି: ଜୟଶଙ୍କର
"ମ୍ୟୁନିକ୍: ଆମେରିକା ନିଜର ଆଭିମୁଖ୍ୟ ଯୋଗୁଁ "ନିଜ ଇଚ୍ଛାରେ ଏକ ଏକାକୀ ଶକ୍ତି" ପାଲଟିଛି ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି।
ଏହାସହ ଆମେରିକାର ବଦଳୁଥିବା ରଣନୀତି ଏବଂ ଚୀନ୍ର ଅଭ୍ୟୁଦୟ ବର୍ତ୍ତମାନର ବିଶ୍ୱ ପରିସ୍ଥିତିକୁ ଏକ ନୂଆ ରୂପ ଦେଉଛି।
୬୨ତମ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ସମ୍ବୋଧନ କରି ଜୟଶଙ୍କର କହିଛନ୍ତି ଯେ, ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଆମେରିକା ଓ ଚୀନ୍ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି।
ଏଭଳି ସ୍ଥିତିରେ ବିଶ୍ୱର ବିକାଶଶୀଳ ଏବଂ ମଧ୍ୟମ ଶକ୍ତିଶାଳୀ ଦେଶଗୁଡ଼ିକ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ସହ ନିଜର ସହଭାଗିତାକୁ ବିବିଧ କରିବା ଏବଂ ବିପଦ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।Advertisment ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନର ଅନ୍ତର୍ଜାତୀୟ ପରିଦୃଶ୍ୟର ଦ୍ୱିତୀୟ ପ୍ରମୁଖ ବୈଶିଷ୍ଟ୍ୟ ଭାବେ ଚୀନ୍ର ଅଭ୍ୟୁଦୟକୁ ଦର୍ଶାଇଛନ୍ତି।
ଚୀନ୍ର ଆର୍ଥିକ ଶକ୍ତି ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଗ୍ଲୋବାଲ ମାନୁଫ୍ୟାକ୍ଚରିଂ ବା ବିଶ୍ୱ ଉତ୍ପାଦନ କ୍ଷେତ୍ରରେ ଚୀନ୍ର ଅଂଶ ପ୍ରାୟ ଏକ-ତୃତୀୟାଂଶ ରହିଛି ଏବଂ ଏହାର ଆର୍ଥିକ କ୍ଷମତା ଏବେ ରାଜନୈତିକ ପ୍ରଭାବରେ ପରିଣତ ହେଉଛି।
ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଏହି ପ୍ରବଳ ପ୍ରତିଯୋଗିତା କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଏହାଦ୍ୱାରା ବିଭିନ୍ନ ଦେଶ ନିଜ ପାଖରେ ଥିବା କ୍ଷମତାକୁ ଅସ୍ତ୍ରୀକରଣ ବା ହତିଆର ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି।
ମାତ୍ର ଏହି ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତାର ଜଟିଳତା ମଧ୍ୟ ରହିଛି।
ଏଭଳି ସ୍ଥିତିରେ ବିଶ୍ୱର ବିକାଶଶୀଳ ଓ ମଧ୍ୟମ ଶକ୍ତିଗୁଡ଼ିକ ନିଜର ସ୍ୱାର୍ଥ ପ୍ରତି ଅଧିକ ସଚେତନ ହେଉଛନ୍ତି ଏବଂ ଅଧିକ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି। "ଆତ୍ମନିର୍ଭର" ଶବ୍ଦର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏହି ଦେଶଗୁଡ଼ିକ ନିଜ ଅର୍ଥନୀତି ଏବଂ ସୁରକ୍ଷା ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ବିପଦ ହ୍ରାସ କରିବା ଓ ବିବିଧତା ଆଣିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି।
ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ କୌଣସି ବିଷୟରେ କାର୍ଯ୍ୟ କରିବା ପାଇଁ ସମସ୍ତ ଦେଶର ମତାମତ ସମ୍ପୂର୍ଣ୍ଣ ସମାନ ହେବା ବା ଚିନ୍ତାଧାରାରେ ସଂପୂର୍ଣ୍ଣ ସାମଞ୍ଜସ୍ୟ ରହିବା ଆଉ ଜରୁରୀ ନୁହେଁ।
ଯଦି ଦେଶଗୁଡ଼ିକ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣର ସାଧାରଣ ସହମତି ବା ସମାନତା ରହୁଛି, ତେବେ ସେତିକି ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ।
Jaishankar: ଜାତିସଂଘ ମହାସଭାରେ ପାକିସ୍ତାନକୁ ଜୟଶଙ୍କରଙ୍କ ଜବାବ: ଆତ୍ମରକ୍ଷା ପାଇଁ ସବୁ ଅଧିକାର ପ୍ରୟୋଗ କରିବୁ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବିକାଶଶୀଳ ଏବଂ ମଧ୍ୟମ ଶକ୍ତିଗୁଡ଼ିକ ଆମେରିକା ଏବଂ ଚୀନ୍ ଦୁହିଁଙ୍କ ସହ ସମ୍ପର୍କ ବଜାୟ ରଖିବା ସହିତ ନିଜ ନିଜ ମଧ୍ୟରେ ବି ସହଯୋଗ କରିପାରିବେ।
ଏହାର ଉଦାହରଣ ସ୍ୱରୂପ ସେ କ୍ୱାଡ୍ "କ୍ୱାଡ୍" ଏବଂ "ବ୍ରିକ୍ସ" ଭଳି ସଂଗଠନଗୁଡ଼ିକର ଉଲ୍ଲେଖ କରିଛନ୍ତି।
ବ୍ରିକ୍ସର ଉଦାହରଣ ଦେଇ ସେ କହିଛନ୍ତି ଯେ ବିଭିନ୍ନ ଦେଶ ଏକାଠି ହେଉଛନ୍ତି କାରଣ ସେମାନଙ୍କର ମିଳିତ ସ୍ୱର ଜଣେ ଏକାକୀ ଦେଶର ସ୍ୱର ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇପାରିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।