Sachin’s Record: ସଚିନଙ୍କ ରେକର୍ଡ ସହ ରୁଟ୍‌ ସମକକ୍ଷ

Aug 21, 2026 - 13:24
Sachin’s Record: ସଚିନଙ୍କ ରେକର୍ଡ ସହ ରୁଟ୍‌ ସମକକ୍ଷ

"ହେଡିଂଲେ: ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟେଷ୍ଟ୍‌ କ୍ରିକେଟ୍‌ରେ ୫୦ରୁ ଅଧିକ ସ୍କୋର୍‌ କରିବାରେ ଭାରତୀୟ କିଂବଦନ୍ତି ବ୍ୟାଟର୍‌ ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ସେ ୧୧୨ ବଲ୍‌ରୁ ୧୦ ବାଉଣ୍ଡରି ସହ ୬୬ ରନ୍‌ କରି ଆଉଟ୍‌ ହୋଇଥିଲେ।

ନିଜର ଏହି ୬୮ତମ ଟେଷ୍ଟ୍‌ ଅର୍ଦ୍ଧଶତକ ସହ ସର୍ବାଧିକ ଟେଷ୍ଟ୍‌ ଅର୍ଦ୍ଧଶତକ ଅର୍ଜନ କରିଥିବା ସଚିନଙ୍କ ସମକକ୍ଷ ହୋଇଥିଲେ।Advertisment ଟେଷ୍ଟ୍‌ ଅବସରରେ ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି ରୁଟ୍‌ ଏମାନଙ୍କ ପଛକୁ ୱେଷ୍ଟଇଣ୍ଡିଜ୍‌ ମହାନ ଶିବନାରାୟଣ ଚନ୍ଦ୍ରପାଳ (୬୬), ଅଷ୍ଟ୍ରେଲିଆର ଆଲାନ ବର୍ଡର ଓ ଭାରତର ରାହୁଲ ଦ୍ରାବିଡ଼ (୬୩ ଲେଖାଏଁ) ରହିଛନ୍ତି।

ଏହି ଟେଷ୍ଟ୍‌ ଅବସରରେ ରୁଟ୍‌ ମଧ୍ୟ ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି।

ଅଧିନାୟକ ଭାବେ ଟେଷ୍ଟ୍‌ରେ ସର୍ବାଧିକ ଅର୍ଦ୍ଧଶତକ ଅର୍ଜନ କରିବାରେ ରୁଟ୍‌ (୪୨) ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି।

ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ (୬୧) ଶୀର୍ଷରେ ଥିଲା ବେଳେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୫୪), ବର୍ଡର (୫୧) ଓ ପାକିସ୍ତାନର ମିସବା-ଉଲ୍‌-ହକ୍‌ (୪୩) ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି।

Kalinga; କଳିଙ୍ଗରେ ତାରକାଙ୍କ ଭିଡ଼: ଶନିବାର ମହାଦେଶୀୟ ଲଢ଼େଇ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।