Sai Pallavi Sita Look: ମାତା ସୀତାଙ୍କ ରୂପରେ ସାଇ ପଲ୍ଲବୀଙ୍କ ଜଲୱା, ନୂଆ ପ୍ରୋମୋ ଦେଖି ଦର୍ଶକ ଫିଦା!

Nov 03, 2026 - 14:51
Sai Pallavi Sita Look: ମାତା ସୀତାଙ୍କ ରୂପରେ ସାଇ ପଲ୍ଲବୀଙ୍କ ଜଲୱା, ନୂଆ ପ୍ରୋମୋ ଦେଖି ଦର୍ଶକ ଫିଦା!

ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଶୀର୍ଷରେ।

ଫିଲ୍ମ ରିଲିଜ୍ ପୂର୍ବରୁ ନିର୍ମାତାଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ପୋଷ୍ଟର ଓ ପ୍ରୋମୋ ଜାରି କରାଯାଉଛି।

ଏହାରି ଭିତରେ ମାତା ସୀତାଙ୍କ ରୂପରେ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ନୂଆ ଝଲକ ସାମ୍ନାକୁ ଆସିଛି।

ତାଙ୍କର ଶାନ୍ତ, ସୌମ୍ୟ ଓ ଶାଳୀନ ରୂପ ଦର୍ଶକଙ୍କ ମନ ଜିଣୁଥିବା ବେଳେ ସୋସିଆଲ ମିଡିଆରେ ଏହି ପ୍ରୋମୋକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment ରଣବୀର କପୁର ଅଭିନୀତ ଏହି ମେଗା ବଜେଟ୍ ଫିଲ୍ମରେ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ।

ନୂଆ ପ୍ରୋମୋରେ ତାଙ୍କୁ ଧରିତ୍ରୀର କନ୍ୟା ଓ ମିଥିଳାର ରାଜକୁମାରୀ ଭାବେ ଦେଖାଯାଇଛି।

ଏଥିରେ ମାତା ସୀତାଙ୍କ ରାଜକୀୟ ଜୀବନ, ପ୍ରଭୁ ଶ୍ରୀରାମଙ୍କ ସହ ପ୍ରେମ ଓ ସମ୍ପର୍କ ସହିତ ବନବାସ ସମୟର କିଛି ଦୃଶ୍ୟ ସ୍ଥାନ ପାଇଛି।

ପ୍ରୋମୋର ଶେଷ ଦୃଶ୍ୟ ବେଶ୍ ରୋଚକ।

ମାତା ସୀତା କୁଟୀରରେ ବସିଥିବା ବେଳେ ବାହାରୁ ଶୁଣିବାକୁ ମିଳୁଛି 'ଭିକ୍ଷାଂ ଦେହି' ସ୍ୱର।

ଏହି ଦୃଶ୍ୟ ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ମନେ ପକାଇ ଦେଉଛି।

Advertisment ଏହି ଭିଡିଓ ସେୟାର କରି ନିର୍ମାତା ଲେଖିଛନ୍ତି, 'ଧରିତ୍ରୀର କନ୍ୟା, ମିଥିଳାର ରାଜକୁମାରୀ।

ପ୍ରେମର ବନ୍ଧନରେ ବାନ୍ଧି ହୋଇଥିବା ଏବଂ ଧର୍ମର ମାର୍ଗରେ ଚାଲୁଥିବା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ।' ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଅନ୍ୟପଟେ ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନେତା ରବି ଦୁବେଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।

ନିର୍ମାତା ତାଙ୍କର ଏକ ସୋଲୋ କ୍ୟାରେକ୍ଟର ପୋଷ୍ଟର ଜାରି କରିଛନ୍ତି।

ଏଥିରେ ରବି ଧନୁ ଓ ତୀର ଧରି ଜଣେ ଯୋଦ୍ଧା ଭାବେ ନଜର ଆସିଛନ୍ତି।

ତାଙ୍କ ଲୁକ୍‌ରେ ବୀରତ୍ୱ ଓ ଦୃଢ଼ ସଂକଳ୍ପର ଝଲକ ଦେଖିବାକୁ ମିଳିଛି।

ପୋଷ୍ଟର ସହ ନିର୍ମାତା ଲେଖିଛନ୍ତି, 'ଜଣେ ସମର୍ପିତ ଭାଇ, ଜଣେ ନିର୍ଭୀକ ଯୋଦ୍ଧା ଏବଂ ରାମଙ୍କ ଢାଲ।' କେବେ ରିଲିଜ୍ ହେବ 'ରାମାୟଣ'?

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନା ଏବଂ ନମିତ ମଲହୋତ୍ରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁର ଶ୍ରୀରାମ, ସାଇ ପଲ୍ଲବୀ ସୀତା, ୟଶ ରାବଣ, ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବେ।

ଦୁଇଟି ଭାଗରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ରିଲିଜ୍ ହେବାକୁ ଥିବା ବେଳେ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ।

ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ଭାଷାରେ ଏହି ଫିଲ୍ମ ରିଲିଜ୍ ହେବ।

ଏବେ ଫିଲ୍ମର ନୂଆ ଝଲକକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।