SAIL Chairman Visits ଦିନିକିଆ ରାଉରକେଲା ଗସ୍ତରେ ଡ. ଅଶୋକ କୁମାର ପଣ୍ଡା
"ସୁରକ୍ଷା ନିୟମରେ ଅବହେଳା ଅକ୍ଷମଣୀୟ: ସେଲ୍ ଅଧ୍ୟକ୍ଷ ରାଉରକେଲା (ଦେବ ଗଡ଼ତିଆ): "ଯଦି ସୁରକ୍ଷା, ରକ୍ଷଣାବେକ୍ଷଣ ଓ ଡିଜିଟାଲାଇଜେସନ୍ ସର୍ବୋତ୍ତମ ରୁହେ; ତା"ହେଲେ ଉତ୍ପାଦନ ସ୍ୱାଭାବିକ ଭାବେ ବୃଦ୍ଧି ପାଇବ।
ଉଚ୍ଚ ମାର୍ଜିନ୍ ଦେଉଥିବା ଉଚ୍ଚମାନର ମୂଲ୍ୟବର୍ଦ୍ଧିତ ଉତ୍ପାଦର ଉତ୍ପାଦନ ବୃଦ୍ଧି କରିବାକୁ ହେବ।
କିନ୍ତୁ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଜରୁରୀ।
ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ସୁରକ୍ଷିତ ଘରକୁ ଫେରନ୍ତୁ, ଏହା ଆମର ପ୍ରଥମ ଓ ସର୍ବୋଚ୍ଚ ପ୍ରାଥମିକତା।
ଉତ୍ପାଦନ କିମ୍ବା ଲାଭର କୌଣସି ସ୍ତର ଅସୁରକ୍ଷିତ କାର୍ଯ୍ୟକୁ ନ୍ୟାୟୋଚିତ କରିପାରିବ ନାହିଁ।
ଏଭଳି ଭାବେ ଉଦ୍ବୋଧନ ଦେଇଛନ୍ତି ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡ.
ଅଶୋକ କୁମାର ପଣ୍ଡା।Advertisment ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ବରେ ଥିବା ୪ ଜଣ ସିଆଇଏସ୍ଏଫ୍ ଯବାନ ନିଲମ୍ବିତ ଡ.
ପଣ୍ଡା ରବିବାର ପୂର୍ବାହ୍ନରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ।
ସେଠାରେ ଆର୍ଏସ୍ପି କର୍ତ୍ତୃପକ୍ଷ ସ୍ବାଗତ କରିଥିଲେ।
ଏହାପରେ ଅଧ୍ୟକ୍ଷ ବିଭିନ୍ନ ୟୁନିଟ୍, ଯଥା- ନୂତନ ପ୍ଲେଟ୍ ମିଲ୍, ଏସ୍ଏମ୍ଏସ୍ -୨, ବ୍ଲାଷ୍ଟ ଫର୍ଣ୍ଣେସ୍-୫ ଆଦି ପରିଦର୍ଶନ କରିବା ସହ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ।
ପରେ ଡ.
ପଣ୍ଡା ସମୀକ୍ଷା ବୈଠକରେ ଯୋଗଦେଇ ଠିକା ଶ୍ରମିକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ପର୍ଯ୍ୟନ୍ତ, ସମସ୍ତ ସ୍ତରରେ ସୁଦୃଢ଼ୀକରଣ ଆବଶ୍ୟକ କରୁଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷେତ୍ରଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏହାସହ ସୁରକ୍ଷା ନିୟମରେ କୌଣସି ପ୍ରକାର ବୁଝାମଣା ନ କରିବାକୁ ପରାମର୍ଶ ଦେଇଥିଲେ।
ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ଅଧିକାରୀମାନେ ନିଜ ସହକର୍ମୀମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବାକୁ ଶପଥ ନେଇଥିଲେ।
ସମସ୍ତ କାର୍ଯ୍ୟକ୍ରମରେ ଆର୍ଏସ୍ପିର ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।