Salman Khan Donates 500 Houses: ରିଅଲ ଲାଇଫ ହିରୋ ସାଜିଲେ ସଲମାନ ଖାନ, ବନ୍ୟା ପୀଡ଼ିତଙ୍କୁ ଯୋଗାଇଦେବେ ୫୦୦ ଘର

Aug 07, 2026 - 15:13
Salman Khan Donates 500 Houses: ରିଅଲ ଲାଇଫ ହିରୋ ସାଜିଲେ ସଲମାନ ଖାନ, ବନ୍ୟା ପୀଡ଼ିତଙ୍କୁ ଯୋଗାଇଦେବେ ୫୦୦ ଘର

ସିନେମା ପରଦାରେ ନୁହେଁ, ଏବେ ରିୟଲ ଲାଇଫ୍‌ରେ ମଧ୍ୟ ହିରୋ ସାଜିଛନ୍ତି ସଲମାନ ଖାନ୍। ଆସାମରେ ଭୟାବହ ବନ୍ୟାରେ ଘର ହରାଇଥିବା ପରିବାରଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍‌ର ଭାଇଜାନ୍। ତାଙ୍କ ସହଯୋଗରେ ବନ୍ୟା ପୀଡ଼ିତଙ୍କ ପାଇଁ ନିର୍ମାଣ ହେବ ୫୦୦ଟି ନୂଆ ଘର।

ସଲମାନ ଖାନ୍ ‘ଆଶିଆନା – ଆଶାରୁ ଆରମ୍ଭ ହୁଏ ଏକ ନିରାପଦ ଆଶ୍ରମ ଅଭିଯାନ ସହ ଯୋଡ଼ି ହୋଇ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ବନ୍ୟାରେ ସର୍ବସ୍ୱ ହରାଇଥିବା ପରିବାରଙ୍କୁ ପୁଣିଥରେ ଏକ ସୁରକ୍ଷିତ ଆଶ୍ରୟ ମିଳିବ।

୨୨୦ ଘରର ନିର୍ମାଣ ସମ୍ପୂର୍ଣ୍ଣ, ଲକ୍ଷ୍ୟ ୫୦୦

"ଆଶିଆନା – ଆଶାରୁ ଆରମ୍ଭ ହୁଏ ନିରାପଦ ଆଶ୍ରୟ" ଅଭିଯାନ ଅଧୀନରେ ନେପାଳୀ ଖୁଟିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ, ପ୍ରାୟ ୨୨୦ ଟି ଅର୍ଦ୍ଧ-ସ୍ଥାୟୀ ଘର ସମ୍ପୂର୍ଣ୍ଣ ହୋଇଛି, ଯାହା ଅନେକ ବାସହୀନ ପରିବାର ପାଇଁ ରହିବା ପାଇଁ ଏକ ସୁରକ୍ଷିତ ସ୍ଥାନ ପ୍ରଦାନ କରୁଛି। ଏହି ପଦକ୍ଷେପର ଲକ୍ଷ୍ୟ ମୋଟ ୫୦୦ଟି ଘର ନିର୍ମାଣ କରି ଶତାଧିକ ପରିବାରକୁ ପୁଣିଥରେ ସ୍ଥିର ଜୀବନ ଦେବା ଲକ୍ଷ୍ୟ ରହିଛି।

ସଲମାନଙ୍କ ମାନବିକତାକୁ ପ୍ରଶଂସା

ସଲମାନ ଖାନଙ୍କ ଏହି ଉଦ୍ୟମ ପରେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ପ୍ରଶଂସା କରାଯାଉଛି। ଅନେକ ଲୋକ ତାଙ୍କୁ ‘ରିୟଲ ଲାଇଫ୍ ହିରୋ’ ବୋଲି କହୁଛନ୍ତି। ସଲମାନ ପୂର୍ବରୁ ମଧ୍ୟ ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହାୟତା ହେଉ କିମ୍ବା ସାମାଜିକ କାର୍ଯ୍ୟ, ସେ ସବୁବେଳେ ନିଜର ସହଯୋଗ ଜାରି ରଖିଛନ୍ତି।

ଅନ୍ୟ କଳାକାରମାନେ ମଧ୍ୟ ବଢ଼ାଇଛନ୍ତି ସହାୟତାର ହାତ

ଆସାମ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ କେବଳ ସଲମାନ ନୁହେଁ, ଅନ୍ୟ କଳାକାରମାନେ ମଧ୍ୟ ଆଗକୁ ଆସିଛନ୍ତି। ଅଭିନେତା ରଣଦୀପ ହୁଡ୍ଡା ଅସମ ଯାଇ ରାସନ୍ ଓ ଆବଶ୍ୟକ ସାମଗ୍ରୀ ବଣ୍ଟନ କରିଥିବା ବେଳେ ଭୂମି ପେଡନେକର ମଧ୍ୟ ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।