Daily Horoscope 3rd Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟ, ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ସ୍ତରରେ ଭୁଲ୍ ବୁଝାମଣାଜନିତ ଅଶାନ୍ତି ଦେଖାଦେବ ।
ଦ୍ୱିଜା-ଅଫିସ୍ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ । ରାଜନିତିରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷାରେ ଅଗ୍ରଗତି କରିବେ ।
କୃତିକା- ଆବଶ୍ୟକତା ପୂରଣ ସକାଶେ ଧାର ସୂତ୍ରରେ ଅର୍ଥ ପାଇବା ପାଇଁ ଚିନ୍ତା କରିବେ। ଜମିଜମା, ବାଣିଜ୍ୟ, ନିର୍ମାଣ କ୍ଷେତ୍ର ଓ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସୁଫଳ ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ହନୁମାନଙ୍କର ଚାଳିଶା ପାଠ କରନ୍ତୁ
ବୃଷ-
କୃତିକା- ନିଜର ସ୍ୱାସ୍ଥ୍ୟର ଚିକିତ୍ସା କରିବା ନିହାତି ଆବଶ୍ୟକ । କାର୍ଯ୍ୟ ସ୍ଥଳରେ ଆପଣଙ୍କ କାମର ଆଜି ପ୍ରଶଂସା କରାଯିବ । ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ରହିବେ, ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ ।
ରୋହିଣୀ- ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତନ ହୋଇପାରେ । ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରିଲେ ଭଲ ହେବ । ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ ।
ମୃଗଶିରା- ଜମିବାଡିକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହେବ । ପ୍ରତ୍ୟେକ କ୍ଷେତ୍ରରେ ଠିକ୍ ସିଦ୍ଧାନ୍ତ ନେଇପାରିବେ ନାହିଁ । ନିଜର ଆଚରଣ ବା କଥା କହିବା ଉପରେ ଧ୍ୟାନ ରଖନ୍ତୁ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ବାସସ୍ଥାନ ବା ଯାନବାହନ ପାଇଁ ଖର୍ଚ୍ଚାନ୍ତ ହୋଇ ପାରନ୍ତି । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
ଆଦ୍ରା- ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କୌଣସି ନୂତନ ଯୋଜନା କିମ୍ବା ଦୂରଯାତ୍ରା ସକାଶେ ମନ ବଳାଇପାରନ୍ତି । ବନ୍ଧୁମାନେ ନିଜ ନିଜର ଫାଇଦା ହାସଲ ପାଇଁ ଚେଷ୍ଟା ଚଳାଇବେ।
ପୁନର୍ବସୁ- ପୂର୍ବ ବିବାଦକୁ ନେଇ କଚେରି ମାମଲା ଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ ନତବା ଅନୁତାପ କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ବୈବାହିକ ଜୀବନ ଆନନ୍ଦ ଦାୟକ ରହିବ । ଆପଣଙ୍କ କଳା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ । ବ୍ୟବସାୟୀ ମାନଙ୍କୁ ଅଚାନକ ଯାତ୍ରା କରିବା ସଂଗେ ସଂଗେ ଲାଭ ମିଳିବ ।
ପୁଷ୍ୟା- ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ । ଘରକୁ ଅଥିତି ଆସିବା କାରଣରୁ ଦିନ ଆନନ୍ଦରେ କଟିବ । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି ।
ଅଶ୍ଲେଷା- ଯଦି ଆପଣଙ୍କୁ ଲାଗୁଚି କି ଆପଣ ଅନ୍ୟଙ୍କ ସାହାଯ୍ୟ ବିନା ହିଁ ମହତ୍ଵପୁର୍ଣ କାମ କରି ପାରିବେ, ତାହେଲେ ଆପଣଙ୍କ ଭାବନା ବହୁତ ଭୁଲ ଅଛି । ଆପଣ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
ମଘା- ସୁସ୍ଥ ଅନୁଭବ କରିବେ । ପରିବାରରେ ହସଖୁ୍ସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । ଆୟ ବଢିବା ସହିତ ଚାକିରିରେ ପଦେନ୍ନତି ହେବ । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ ।
ପୂ,ଫାଲଗୁନି- ପତୀପତ୍ନୀଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ । ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ ।
ଉ,ଫାଲଗୁନି- ଅନ୍ୟମାନଙ୍କ ସହ ପ୍ରତିଯୋଗିତା ମନୋଭାବରୁ ଅସନ୍ତୁଷ୍ଟ ରହିବେ। କଚେରି ମାମଲା ନେଇ ବ୍ୟସ୍ତତା ବଢ଼ିବ କିନ୍ତୁ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରୁ ସୁନାମ ମିଳିବ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ
କନ୍ୟା-
ଉ,ଫଳଗୁନି- ଆପଣ ନିଜ ପାଇଁ ଯଥେଷ୍ଟ ସମୟ ବାହାର କରିବେ । କୈାଣସି କଥା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ । ବ୍ୟସ୍ତ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ ।
ହସ୍ତା- ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ଆଶା ପୂରଣ ହୋଇପାରେ । କଳା, ସାହିତ୍ୟ, ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ ।
ଚିତ୍ରା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପାରେ । ନିଜ ପ୍ରିୟର ଭାବନାକୁ ବୁଝନ୍ତୁ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପାରିବାରିକ ସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ସ୍ୱାତୀ- କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ରାଜନିତିରେ ମନର ବଳ ଖୁବ୍ ଟାଣ ରହିବ । ବ୍ୟବସାୟୀ ମାନେ ଉନ୍ନତି ଦିଗରେ ଗତି କରିବେ । ଅପୂରଣୀୟ ଅଭିଳାଷ ନେଇ ଦୁଃଖ ଅନୁଭବ କରିବେ ।
ବିଶାଖା- ଉଚ୍ଚ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭ କରି ସ୍ବାର୍ଥ ହାସଲ ଚେଷ୍ଟା କରିପାରନ୍ତି। ଘରୋଇ କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ସନ୍ତାନ ହେତୁକ ପୀଡ଼ା ଅନୁଭବ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ
ବିଛା-
ବିଶାଖା- ବ୍ୟବସାୟୀ ମାନେ ନୂତନ ବ୍ୟବସାୟର ପରିକଳ୍ପନା କରିବେ । ପରିବାର ଓ ମିତ୍ରଙ୍କ ସହ ସମୟ ବିତାଇବେ । ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ ।
ଅନୁରାଧା- ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ । ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ । ବ୍ୟାଙ୍କ, ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ସୁଝି ପାରିବେ ।
ଜ୍ୟେଷ୍ଠା- କର୍ମ କ୍ଷେତ୍ରରେ ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି । ବାବବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତରେ ସଫଳ ହେବେ । ନୂଆ ନିଯୁକ୍ତି ପାଇ ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଘଟଣା ଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ ।
ପୂ,ଷାଢା- ସାମନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପଡ଼ୋଶୀ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ଆଲୋଚନା କ୍ଷେତ୍ରରେ ବ୍ୟସ୍ତ ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ।
ଉ,ଷାଢା- ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା ଓ ଏଜେନଶିପ୍ରୁ ଖୁସି ରହିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ମକର-
ଉ,ଷାଢା- ପ୍ରେମୀ ପ୍ରେମିକାଙ୍କ ମିଳନ ହେବ । କୌଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ । ଶାରୀରିକ କଷ୍ଟ ଭୋଗ କରିବାକୁ ପଡିପାରେ ।
ଶ୍ରବଣା- ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ କରି ପ୍ରଶଂସା ପାଇବେ । ଚାକିରି ହେଉ କି ବ୍ୟବସାୟ-ବାଣିଜ୍ୟ ହେଉ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ।
ଧନିଷ୍ଠା- ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦ । ବୃଦ୍ଧି ପାଇବ ।ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ପୂର୍ବରୁ କରିଥିବା କରୋଜ ପରିଶୋଧ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ । ଆର୍ଥିକ ସି୍ଥତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତନ କରିବାର ଇଚ୍ଛା ହେବ । ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ ।
ଶତଭିଷା- ରାଜନିତିରେ ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ମହିଳା ମାନେ କୈାଣସି ସଭାରେ ସମ୍ମାନିତ ହେବେ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି ।
ପୂ,ଭାଦ୍ରପଦ- ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରି ପାରନ୍ତି। ମୋଟା ଅଙ୍କର ଅର୍ଥ ସଂଗ୍ରହ ସକାଶେ ସରକାରୀ ସ୍ତରରୁ ଋଣ କରିପାରନ୍ତି। ଜମିଜମା କାରବାର, ନିର୍ମାଣାଧୀନ କାର୍ଯ୍ୟ, ବାଣିଜ୍ୟ ଓ ଆନୁଷ୍ଠାନିକ କାମଶେଷ ପର୍ୟ୍ୟାୟରେ ପହଞ୍ଚିବ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ ।
ଉ,ଭାଦ୍ରପଦ- ପ୍ରେମ ସମ୍ପର୍କରେ ଦୃଢତା ଆଣିବେ । କର୍ମରେ ଯୋଜନା ମୁତାବକ କାମ କରିଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ ।
ରେବତୀ- ଅଧୁରା କାର୍ଯ୍ୟ ପୂରଣ ହେବ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟୀ ହେବେ । ଦୂରେଇ ଯାଇଥିବା ବନ୍ଧୁ ପୁଣି ନିକଟବର୍ତୀ ହେବେ । ଧର୍ମ କାର୍ଯ୍ୟ ପ୍ରତି ମନବଳାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।