Sambalpur Radar to Track Rain: ସମ୍ବଲପୁରରେ ଡପଲର ରାଡାର, ଆହୁରି ସଶକ୍ତ ହେବ ପାଣିପାଗ ଆକଳନ

Sep 16, 2026 - 12:58
Sambalpur Radar to Track Rain: ସମ୍ବଲପୁରରେ ଡପଲର ରାଡାର, ଆହୁରି ସଶକ୍ତ ହେବ ପାଣିପାଗ ଆକଳନ

ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡି଼ଶା। ଆଜି ସମ୍ବଲପୁରରେ ଉଦଘାଟିତ ହେବ ଅତ୍ୟାଧୁନିକ ଡପଲର ୱେଦର ରାଡାର ସିଷ୍ଟମ। ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଯୋଗୀପାଲି ଯିବେ। ଅପରାହ୍ନ ୨ଟା ୧୦ ମିନିଟରେ ଡପଲର ରାଡାର ସିଷ୍ଟମର ଉଦ୍ଘାଟନ କରିବେ।

ସମ୍ବଲପୁରର  ସି-ବ୍ୟାଣ୍ଡର ଏହି ରାଡାର ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳର ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବ । ବର୍ଷାଠାରୁ ଆରମ୍ଭ କରି ବଜ୍ରପାତ, କାଳବୈଶାଖୀ, କୁଆପଥର ବର୍ଷା ଏବଂ ଅତିବୃଷ୍ଟି  ଓ ଅନାବୄଷ୍ଟି ଭଳି ପାଣିପାଗ ଘଟଣାର ପୂର୍ବାନୁମାନ ଆକଳନରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ ।

କିଛିଦିନ ହେଲା ରାଡାରଟି  ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା  ଆରମ୍ଭ କରିଛି । ଏହି ରାଡାର ଦ୍ୱାରା ପାଣିପାଗର ଆଗୁଆ ସୂଚନା ମିଳିବା ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ ହେବ । ଆଗୁଆ ସୂଚନା ମିଳିଲେ ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଧନଜୀବନ କ୍ଷୟକ୍ଷତିକୁ କମାଇବା ସମ୍ଭବ ହେବ। ଏହା କାର୍ଯ୍ୟକ୍ଷମ ହେବା ପରେ ବିଶେଷ କରି କୃଷିପ୍ରଧାନ ପଶ୍ଚିମ ଓଡି଼ଶାର ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ମିଳିବ ବଡ ଫାଇଦା। 

 ପାଣିପାଗ ଆକଳନରେ ସଶକ୍ତ ହେବ ଓଡି଼ଶା
ସମ୍ବଲପୁରରେ ଉଦଘାଟିତ ହେବ ଡପଲର ୱେଦର ରାଡାର
୨୫୦ କିମି ପର୍ଯ୍ୟନ୍ତ ପାଣିପାଗ ତଥ୍ୟ ପ୍ରଦାନ କରିବ ଏହି ରାଡାର୍ 
ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ ହେବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।